Author: Purva Paksha

ନୂଆବର୍ଷରେ ପୁରୁଣା ବ୍ୟବସ୍ଥା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩୧ ଓ ୧ ତାରିଖ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇ ଦିନ କେଳବ ସିଂହଦ୍ଵାରା ଦେଇ ଭକ୍ତ ପ୍ରବେଶ କରିବେ। ଅନ୍ୟ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ। ଅପରପକ୍ଷେ, ଶ୍ରୀମନ୍ଦିର ଓ ବେଳାଭୂମିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ପରିଚାଳନା ପାଇଁ ଜିଲାରେ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବା ନେଇ ସୂଚନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିଦିନ ତଳେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୂଆବର୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସୂଚନା ଦେଇଥିଲେ। ସୂଚନା ଦେବାର ୨୪ଘଣ୍ଟା ନ ପୁରୁଣୁ ଏହାକୁ ବଦଳାଇ ଦେଇ ପରେ…

Read More