Author: Purva Paksha

Pakistan Afghanistan War: ତାଲିବାନ ପାକିସ୍ତାନ କୁ ଜବାବ ଦେଇଛି । ପାକିସ୍ତାନ ତା’ର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ ଭାରତ ଭଳି ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ଦାବି କରୁଥିଲା, କିନ୍ତୁ ତାଲିବାନ ଏହାର ଜବାବ ପଥରରେ ଦେଇଥିଲା। ତିନିବର୍ଷ ତଳେ ଯେତେବେଳେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ହୋଇଥିଲା, ସେତେବେଳେ ପାକିସ୍ତାନୀ ସେନା, ଆଇଏସଆଇ ଓ ନେତା ଖୁସ୍ ଥିଲେ। ପାକିସ୍ତାନ ନିଜେ ନିଜକୁ ସାବାସୀ ଦେଉଥିଲା। ପାକିସ୍ତାନର ମୁଲ୍ଲାମୌଲବି ଖୁସିର ଗଦଗଦ ହେଉଥିଲେ। କିନ୍ତୁ କିଛିଦିନ ପରେ ପାକିସ୍ତାନର ନିଦ ଭାଙ୍ଗିଥିଲା। ଯେଉଁ ଭଷ୍ମାସୁରକୁ ପାକିସ୍ତାନ ସୃଷ୍ଟି କରିଥିଲା ସେହି ଭଷ୍ମାସୁର ପାକିସ୍ତାନ ପଛରେ ପଡ଼ିଥିଲା। ତାଲିବାନ କ୍ଷମତାକୁ ଆସିବାମାତ୍ରେ ପ୍ରଥମ ଟାର୍ଗେଟ ଥିଲା ପାକିସ୍ତାନ। ଆଫଗାନିସ୍ତାନରେ ଆଡ୍ଡା ତିଆରି କରିଥିବା ପାକିସ୍ତାନୀ ତାଲିବାନ (ଟିଟିପି) ଅର୍ଥାତ୍ ତେହରିକ-ଏ-ତାଲିବାନ ପାକିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଆଫଗାନୀ ତାଲିବାନର ସଫଳତା ପାକିସ୍ତାନୀ ତାଲିବାନକୁ ପ୍ରେରିତ କରିଥିଲା। ସେମାନେ ମଧ୍ୟ ନିଜ…

Read More