Author: Purva Paksha
Pak-Taliban Conflict: ଆମକୁ ୯୦ ଦଶକକୁ ଫେରିବାକୁ ପଡ଼ିବ। ୧୯୯୦ମସିହାରେ ସୋଭିଏତ ୟୁନିୟନ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରୁଥିଲା। ଏହି ସମୟରେ ତାଲିବାନ ପାକିସ୍ତାନର ମଦ୍ରାସାରେ ଜନ୍ମ ନେଇଥିଲା । ତାଲିବାନକୁ ସାଉଦି ଆରବରୁ ପ୍ରାଥମିକ ପାଣ୍ଠି ମିଳିଥିଲା। ପଶ୍ତୋ ଭାଷାରେ ବିଦ୍ୟାର୍ଥୀ (ଇସଲାମର ଶିକ୍ଷା ନେଉଥିବା)ଙ୍କୁ ‘ତାଲିବାନ’ କୁହାଯାଏ। ଯେଉଁ ଛାତ୍ରମାନେ ଇସଲାମିକ ମୌଳବାଦଦ୍ୱାରା ସମ୍ପୂର୍ଣ୍ଣ ଅନୁପ୍ରାଣିତ। ଯଦିଓ ଏହି ସଂଗଠନର କାହାଣୀ ବହୁତ ପୁରୁଣା, କିନ୍ତୁ ପ୍ରାୟ ତିନିବର୍ଷ ପୂର୍ବେ, ୨୦୨୧ରେ ଏହି ସଂଗଠନ ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର ହେବା ପରେ ଚର୍ଚ୍ଚାକୁ ଆସିଥିଲା। ଏହି ସୁଯୋଗର ଫାଇଦା ଉଠାଇ ତାଲିବାନ ଆଫଗାନିସ୍ତାନକୁ ଦଖଲ କରି ନେଇଥିଲା। ଗତ ତିନିବର୍ଷ ମଧ୍ୟରେ ତାଲିବାନ ଆଫଗାନିସ୍ତାନ ମହିଳାଙ୍କ ଉପରେ ଲାଗୁ ହେଉଥିବା ଇସଲାମିକ ଆଇନ ପାଇଁ ଚର୍ଚ୍ଚାରେ ରହିଥିଲା, କିନ୍ତୁ ବର୍ତ୍ତମାନ ଏହି ସଂଗଠନ ପୁଣିଥରେ ଚର୍ଚ୍ଚାରେ ରହିଛି। ଏହି କାରଣରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ…
