Author: Purva Paksha

ବର୍ଷ ଶେଷ ଦିନରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରାୟ ୨୯,୧୨୬ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥ‌ିବା ଟିକଟ ବିକ୍ରିରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଫଲାଇନରେ ୨୪ ହଜାର ୪୮୭, ସଞ୍ଚାରରେ ୨୭୧୧ ୧୧, ରୋୱେରେ ୧୯ଜଣ ଟିକଟ ସଂଗ୍ରହ କରିଥିଲେ। ୪୦ ଭିନ୍ନକ୍ଷମ ମାଗଣାରେ ପ୍ରବେଶ କରିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧୦୧୫ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୌକାବିହାର (ବୋଟିଂ) ଓ ଶିଶୁ ରେଳଗାଡ଼ି ବନ୍ଦ ଥିବାବେଳେ ରାଜ୍ୟ ଉଭିଦଉଦ୍ୟାନରେ ବଣଭୋଜି ବନ୍ଦ ଥିବାରୁ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ଉଭୟ ଉଦ୍ୟାନ‌ରେ କମିଛି ବୋଲି ଜଣାପଡ଼ିଛି। ଭିଡ଼ ନିୟନ୍ତ୍ରଣ ପାଇଁ ନନ୍ଦନକାନନ ଥାନା ଆଇଆଇସି ସମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ପୁଲିସ ଫୋର୍ସ, ଟ୍ରାଫିକ୍ ପୁଲିସ ଓ ନନ୍ଦନକାନନ ସୁରକ୍ଷା କର୍ମଚାରୀ ମୁତୟନ ହୋଇଛନ୍ତି। ନୂଆ ବର୍ଷ ପାଇଁ ନନ୍ଦନକାନନ ପୁଲିସ, ଡାକ୍ତରୀଦଳ, ସ୍ଵେଚ୍ଛାସେବୀ, ସହ ସୁରକ୍ଷା କର୍ମଚାରୀ ନିୟୋଜିତ ହେବେ। ଅଧିକ…

Read More