Author: Purva Paksha

Delhi Assembly Election: ଗତ ୨୬ବର୍ଷ ଧରି ଦିଲ୍ଲୀରେ ବିଜେପି କ୍ଷମତା ବାହାରେ ରହିଛି। ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଯେ କୌଣସି ପରିସ୍ଥିତିରେ ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଚାହୁଁଛି, ଯେଉଁଥିପାଇଁ ସେ ପୂର୍ଣ୍ଣ ଶକ୍ତି ଲଗାଇବାକୁ ଯାଉଛି। ଏହାପରେ ମଧ୍ୟ ଦିଲ୍ଲୀରେ କ୍ଷମତାର ବାଟ ବିଜେପି ପାଇଁ ସହଜ ନୁହେଁ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍), ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ବିଧାନସଭା ପୁନରୁଦ୍ଧାର ପରେ ୧୯୯୩ରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ସେବେଠାରୁ ରାଜଧାନୀରେ ୭ଟି ବିଧାନସଭା ନିର୍ବାଚନ ହୋଇସାରିଲାଣି। ୧୯୯୩ରେ ବିଜେପି ମାତ୍ର ଥରେ ଜିତିବାରେ ସକ୍ଷମ ହୋଇଥିଲା। ୧୯୯୮ମସିହାରେ ଯେତେବେଳେ ତାଙ୍କ ହାତରୁ କ୍ଷମତା ଚାଲିଗଲା ପରଠାରୁ ଆଉ ଫେରିନଥିଲା। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ବିଜେପି କାହିଁକି ଦିଲ୍ଲୀର ହୃଦୟ ଜିତିବାରେ ସକ୍ଷମ ହେଉନାହିଁ ଏବଂ ୨୦୨୫ରେ…

Read More