Author: Purva Paksha

Place of worship act: ଉପାସନା ସ୍ଥଳ ଆଇନ ବିଲ୍ ସଂସଦରେ ଆଗତ ହେବା ପରଠାରୁ ଏହାକୁ ବିରୋଧ କରାଯାଉଛି। ସେତେବେଳେ ବିରୋଧୀ ବିଜେପି କହିଥିଲା ଯେ ବିଲ୍ ଆଣିବାରେ ସଂସଦୀୟ ପରମ୍ପରା ପାଳନ କରାଯାଇନାହିଁ। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଏହାକୁ ବିରୋଧ କରିବା ପାଇଁ ଆଉ ଦୁଇଟି କାରଣ ଯୋଡ଼ାଯାଇଥିଲା। ପୂଜାସ୍ଥଳ ଆଇନକୁ ନେଇ ସୁପ୍ରିମକୋର୍ଟରେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ଗୋଟିଏ ପଟେ ଏହି ଆଇନକୁ ରଦ୍ଦ କରିବା ପାଇଁ ଆବେଦନ ହୋଇଛି। ଏଥିସହ ଏହାକୁ ସମଗ୍ର ଦେଶରେ ଦୃଢ଼ଭାବେ କାର୍ଯ୍ୟକାରୀ କରିବାକୁ ଦାବି ହେଉଛି। ପୂଜାସ୍ଥଳ ଆଇନକୁ ଦେଶବ୍ୟାପୀ ଲାଗୁ କରିବା ଲାଗି ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଓୱେସି କହିଛନ୍ତି ଯେ ଏହି ଆଇନକୁ କଡ଼ାକଡ଼ିଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଦେଶର ଅନେକ ସ୍ଥାନରେ ମନ୍ଦିର ଓ ମସଜିଦ୍ ବିବାଦ ବଢ଼ିବାରେ ଲାଗିଛି। ସାମାଜିକ…

Read More