What's Hot
Author: Purva Paksha
ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ କେତେକର ଶିଳାନ୍ୟାସ କରିଛନ୍ତି । ଏହି ପଦକ୍ଷେପଗୁଡ଼ିକ ବିଭିନ୍ନ ଅଞ୍ଚଳରେ ବିଶେଷଭାବେ ଓଡ଼ିଶା, ଜାମ୍ମୁ କାଶ୍ମୀର ଏବଂ ତେଲେଙ୍ଗାନାରେ ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୂର୍ବତଟ ରେଳପଥର ରାୟଗଡ଼ା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପର ନିର୍ମାଣ ପାଇଁ ଆନୁମାନିକ ୧୦୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ଯାହା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁକାଶ୍ମୀର ସହ ଏହାର ଆଖପାଖ ଅଞ୍ଚଳରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନିର୍ମାଣ କାର୍ଯ୍ୟ ନୂତନ ରେଳମଣ୍ଡଳ କାର୍ଯ୍ୟାଳୟ ଭବନ ସହ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ, ଅଧିକାରୀ ଏବଂ…
