Author: Purva Paksha

Mughal Budget: ହୁମାୟୁନଙ୍କ ପରେ ଆକବର କ୍ଷମତାକୁ ଆସିବା ପରେ ମୋଗଲ ଯୁଗର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା। ଆକବରଙ୍କ ଶାସନ କାଳରେ ଦକ୍ଷିଣ ଏସିଆରେ ଉତ୍ପାଦନ ବୃଦ୍ଧି ପାଇଥିଲା। ମୋଗଲ କାଳରେ ଭାରତରେ ନୂଆ ଫସଲ ଉତ୍ପାଦନ ମଧ୍ୟ ବାହାରୁ ଆଣି ଆରମ୍ଭ ହୋଇଥିଲା। ମୋଗଲ ଶାସନ ସମୟରେ ଜମି ଓ ଏହାର ଉତ୍ପାଦନ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଟିକସ ନିର୍ଦ୍ଧାରଣ କରାଯାଉଥିଲା ଏବଂ ସେହି ଅନୁଯାୟୀ ବଜେଟ୍ ନିର୍ଦ୍ଧାରଣ କରାଯାଉଥିଲା। ଆଉ କିଛିଦିନ ପରେ କେନ୍ଦ୍ର ବଜେଟ୍ ଆସିବ। ଏମିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଆଜିଠାରୁ ତିନି,ଚାରି ଶତାବ୍ଦୀ ତଳେ ଭାରତରେ ବଜେଟ୍ କେମିତି ତିଆରି ହେଉଥିଲା। ବିଶେଷକରି ମୋଗଲ ଶାସନ କାଳରେ ଭାରତରେ କେମିତି ବଜେଟ୍ ପ୍ରସ୍ତୁତ ହେଉଥିଲା? ଆସନ୍ତୁ ଆଜି ଏହାର ଉତ୍ତର ଖୋଜିବା। ମୋଗଲ ଅମଳରେ କେମିତି ତିଆରି ହେଉଥିଲା ବଜେଟ୍‍? ଭାରତରେ ମୋଗଲ ଶାସନ ପ୍ରତିଷ୍ଠାର ଶ୍ରେୟ ବାବରଙ୍କୁ…

Read More