Author: Purva Paksha

ଏଭଳି ଅନେକ ଥମ୍ ରୁଲ୍ ରହିଛି ଯାହା ନିବେଶ ଏବଂ ଆର୍ଥିକ ଯୋଜନା ପାଇଁ ବ୍ୟବହୃତ ହୁଏ। ଏହି ନିୟମଗୁଡ଼ିକୁ ବୁଦ୍ଧିମତା ଏବଂ ଶୃଙ୍ଖଳା ସହିତ ବ୍ୟବହାର କରିବାଦ୍ୱାରା ନିବେଶକମାନେ କେବଳ ସେମାନଙ୍କ ଆୟ ଏବଂ ନିବେଶ ମଧ୍ୟରେ ସନ୍ତୁଳନତା ରକ୍ଷା କରନ୍ତି ନାହିଁ ଆହୁରି ମଧ୍ୟ ଏହା ସେମାନଙ୍କୁ ନିଜ ନିବେଶରୁ ଅଧିକ ରିଟର୍ଣ୍ଣ ବାହାର କରିବାରେ ସାହାଯ୍ୟ କରିଥାଏ। ୫୦-୩୦-୨୦ ନିୟମ ଫାଇନାନ୍ସିଆଲ ପ୍ଲାନିଂର ଏଭଳି ଏକ ନିୟମ। ଏହି ନିୟମ ସାହାଯ୍ୟରେ ନୂଆ ନିବେଶକମାନେ ନିଜର ସଞ୍ଚୟ ଏବଂ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ସ୍ଥାପନ କରିପାରିବେ। ୫୦-୩୦-୨୦ ନିୟମ କ’ଣ? ଏହି ନିୟମ ଅନୁଯାୟୀ, ଆପଣଙ୍କ ଆର୍ଥିକ ସ୍ଥିତିକୁ ତିନିଟି ବକେଟରେ ବିଭକ୍ତ କରାଯାଇଛି- ଆବଶ୍ୟକତା, ଇଚ୍ଛା ଏବଂ ସଞ୍ଚୟ। ୫୦-୩୦-୨୦ ନିୟମ ଅନୁଯାୟୀ, ଆପଣ ନିଜର ଆୟର ୫୦ ପ୍ରତିଶତ ଘର ଖର୍ଚ୍ଚ, ଗ୍ରୋସରୀ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତା ପାଇଁ ଖର୍ଚ୍ଚ କରିବା ଉଚିତ।…

Read More