ସୈନିକ ସ୍କୁଲ ଅଳିଆ ଗଦା ମାମଲା ଏବେ ହାଇକୋର୍ଟରେ । ସୈନିକ ସ୍କୁଲ ପାଚେରି ଦକ୍ଷିଣ ପାର୍ଶ୍ୱରେ ଥିବା ଗାଡ଼କଣ ଅଳିଆଗଦା ବିନା ପରିବେଶ ମଞ୍ଜୁରୀ, ଆବର୍ଜନା ନିରାପଦ ପରିଚାଳନା ନିୟମ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁମୋଦନରେ ଗତ ୧୮ ବର୍ଷ ହେଲା ଚାଲିଛି । ଏଭଳି ଅଭିଯୋଗରେ ଏକ ଜନସ୍ୱାର୍ଥ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟ କରାଯାଇଥିଲା ।
ହାଇକୋର୍ଟ ସୋମବାର ରାଜ୍ୟ ସରକାର, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ରାଜ୍ୟ ପ୍ରଦୂଷଣ ବୋର୍ଡ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ଵର ମହାନଗର ନିଗମଙ୍କୁ ଜବାବ ମାଗିଛନ୍ତି । ଭୁବନେଶ୍ୱର ଉନ୍ନୟନ ପରିଷଦ ତରଫରୁ ଏହାର ସଭାପତି ବାସୁଦେବ ଭଟ୍ଟ ଦ୍ଵାରା ଆଗତ ହୋଇଥିବା ଏହି ମାମଲାରେ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ହରିଶ ଟଣ୍ଡନ ଓ ମାନସ ରଞ୍ଜନ ପାଠକଙ୍କ ଖଣ୍ଡପୀଠ ଅଭିଯୋଗର ଏହି ମାମଲାରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ପକ୍ଷଭୁକ୍ତ ଅଛନ୍ତି । ଅଧିବକ୍ତା ବିରଜା ମହାପାତ୍ର, ବିପ୍ଳବ ବାହାଲି ଓ ସୂର୍ଯ୍ୟ ମିଶ୍ରଙ୍କ ଦ୍ଵାରା ଆଗତ ଏହି ମାମଲାରେ ଭୁବନେଶ୍ବର ଉନ୍ନୟନ ପରିଷଦର ସଭାପତି ବାସୁଦେବ ଭଟ୍ଟ ଅଭିଯୋଗ କରିଛନ୍ତି, ଯେ ଏହି ଅଳିହାଗଦା ଯୋଗୁଁ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ହେବା ସହିତ ଓ ଏହାର ଆଖପାଖରେ ରହୁଥିବା ବାସିନ୍ଦା ମାନଙ୍କର ସ୍ଵାସ୍ଥ୍ୟପ୍ରତି ଘୋର ବିପଦ ସୃଷ୍ଟି ହେଉଛି।
ବାରମ୍ବାର ଆନ୍ଦୋଳନ ଓ ଦାବିପତ୍ରକୁ ଉଭୟ ପୌର କର୍ତ୍ତୃପକ୍ଷ ଓ ସରକାର ଅଣଦେଖା କରିଛନ୍ତି । ବେଆଇନ ଭାବେ ଚାଲିଥିବା ଏହି ଅଳିଆ ଗଦାକୁ ସରକାର ଅସ୍ଥାୟୀ ଆବର୍ଜନା ପରିଚାଳନା କେନ୍ଦ୍ର ନାମ ଦେଇ ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବା କଥା ପିଟିସନରେ ଉଲ୍ଲେଖ ରହିଛି ।
ସରକାରଙ୍କ ତରଫରୁ କୋଲକାତା ସ୍ଥିତ ହରିତ ପ୍ରାଧିକରଣଙ୍କ ଦ୍ୱାରା ଏହି ଅଳିଆଗଦା ନେଇ ଆସିଥିବା
ଖଣ୍ଡପୀଠ ନିୟମ ଉଲ୍ଲଙ୍ଘନ ଅଭିଯୋଗର ଉପଯୁକ୍ତ ସ୍ପଷ୍ଟୀକରଣ ଅଛିକି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଗତ ଅଗଷ୍ଟ ୨୦୨୪ରେ ଜାତୀୟ ଗ୍ରୀନ ଟ୍ରିବୁନାଲ ନିକଟରେ ହରିପ୍ରିୟା ପଟେଲ ବନାମ ଓଡ଼ିଶା ସରକାର ଶୀର୍ଷକ ମାମଲାରେ ସରକାରଙ୍କ ତରଫରୁ ସମସ୍ତ ଆବର୍ଜନାକୁ ସରକାର, ପ୍ରଶାସନ ଓ ବିଏମ୍ସିକୁ ଜବାବ ତଲବ ସିମେଣ୍ଟ କାରଖାନା ଓ କମ୍ପୋଷ୍ଟ ଜରିଆରେ ବିନିଯୋଗ କରାଯାଉଛି ବୋଲି ତଥ୍ୟ ରଖୁଥିଲେ। ତାହା ବିଭ୍ରାନ୍ତିକର ବୋଲି ଏହି ଆବେଦନ ପତ୍ରରେ ଦର୍ଶାଯାଇଛି। ସୈନିକ ସ୍କୁଲ ଆନ୍ଦୋଳନ ଦୀର୍ଘ ଦିନ ଏହାକୁ ବନ୍ଦ କରିବାକୁ ଦାବି କରିଆସ୍ଥଥଲା।
ବିଭିନ୍ନ ସମୟରେ ଆନ୍ଦୋଳନକାରୀ ଗେଟ ବନ୍ଦ କରିବା ସହ ପ୍ଲାଣ୍ଟକୁ ଲୋକଙ୍କ ଦ୍ୱାରା ଉଦଘାଟନ କରାଇବା ସହ ବିଏମ୍ସି ସମସ୍ତଙ୍କ ନାମରେ କେଶ ଦେଇଥିଲେ। କମିସନରଙ୍କ ନାମରେ କେଶ ଦେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ହାଇକୋର୍ଟ ନୋଟିସ ପରେ ଗଡ଼ଜଣ, ଭିଏସଏସ ନଗର, ରଙ୍ଗମାଟିଆ, ମଞ୍ଚେଶ୍ୱର, ଉତ୍କଳ ବିଶ୍ୱବିଦ୍ୟାଳୟ ,ଲକ୍ଷ୍ମୀ ବିହାର, ଡମଣା, ରସୁଲଗଡ଼ ଓ ସର୍ବୋପରି ଭୁବନେଶ୍ବର ସ୍ମାର୍ଟ ସିଟିର ବାସିନ୍ଦାଙ୍କ ମନରେ ଆଶା ଉଜ୍ଜିବିତ ହୋଇଛି । ଏହି ଅଳିଆଗଦା ବନ୍ଦ ହେଲେ ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ ପରି ୫୦ରୁ ଊର୍ଦ୍ଧ୍ଵ ଶିକ୍ଷାନୁଷ୍ଠାନ ଓ କଲୋନୀରେ ଛାତ୍ରଛାତ୍ରୀ ଓ ଲୋକମାନେ ଆଶ୍ଵସ୍ତି ଲାଭ କରିବେ।
ALSO READ https://purvapaksa.com/8th-pay-commission-centre-breaks-silence-on-delay/
8th Pay Commission: Centre breaks silence on delay ।। ଏହି ମାସରୁ ଲାଗୁ ହେବ ଅଷ୍ଟମ ବେତନ କମିଶନ
