High Heels: ଅଧିକାଂଶ ମହିଳାଙ୍କୁ ହାଇ ହୀଲ୍ ସ୍ୟାଣ୍ଡଲ୍ ପିନ୍ଧିବାକୁ ଭଲ ଲାଗେ । ସେମାନେ ଭାବନ୍ତି ଯେ ହାଇ ହୀଲ୍ ସ୍ୟାଣ୍ଡଲ୍ ତାଙ୍କର ବ୍ୟକ୍ତିତ୍ୱକୁ ଅଧିକ ଆକର୍ଷଣୀୟ କରେ। କେହି ସେଗୁଡ଼ିକୁ କେବଳ ବିଶେଷ ସୁଯୋଗରେ ପିନ୍ଧିବାକୁ ଇଚ୍ଛା କରନ୍ତି ତ କେହି ସବୁବେଳେ। କେହି ଏହାକୁ ନୃତ୍ୟ ସମୟରେ ପିନ୍ଧିବା ପାଇଁ ସର୍ବୋତ୍ତମ ବୋଲି ଭାବନ୍ତି ତ କେହି ତାଙ୍କର ହାଇଟ କୁ ଲୁଚାଇବା ପାଇଁ ପିନ୍ଧିଥାନ୍ତି ।
ପ୍ରତି ମହିଳାଙ୍କର ସ୍ୱତନ୍ତ୍ର କାରଣ ଥର ହାଇ ହୀଲ୍ ପିନ୍ଧିବାର । ଆମ ଶରୀର ଉପରେ ଏହାର କୁପ୍ରଭାବ ପକାଇଥାଏ। ହାଇହିଲ ଆମ ମାଂସପେଶୀକୁ ଅସନ୍ତୁଳିତ କରିଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ହାଇହିଲ ଆମ ଶରୀର ଉପରେ କେଉଁସବୁ ପ୍ରଭାବ ପକାଏ । ସମୟ-ସମୟରେ ହାଇ ହିଲ୍ ପିନ୍ଧିବାରେ କୌଣସି ଖରାପି ନାହିଁ କିନ୍ତୁ ଏହାର ନିୟମିତ ବ୍ୟବହାର ହାନି ପହଞ୍ଚାଇପାରେ। ଏହା ଦ୍ୱାରା ସମ୍ଭାବନା ରହିଛି ଯେ ଆପଣଙ୍କର ପୋଶ୍ଚର ଖରାପ ହୋଇଯାଇପାରେ କିମ୍ବା କୌଣସି ରୋଗ ହୋଇପାରେ ।
ମେରୁଦଣ୍ଡରେ ଖରାପ ପ୍ରଭାବ ପଡ଼ିଥାଏ
ହାଇ ହିଲ୍ ସ୍ୟାଣ୍ଡଲ୍ ପିନ୍ଧିବା ଦ୍ୱାରା ମେରୁଦଣ୍ଡରେ ଖରାପ ପ୍ରଭାବ ପଡ଼ିଥାଏ ।
ଆଣ୍ଠୁରେ ଦରଜ ହୋଇଥାଏ
ପ୍ରତିଦିନ ହାଇ ହୀଲ୍ ପିନ୍ଧିବା ଦ୍ୱାରା ଆଣ୍ଠୁରେ ପ୍ରେସର ପଡ଼େ। ଯାହାର ଫଳ ସ୍ୱରୂପ ହାଇ ହୀଲ୍ ପିନ୍ଧୁଥିବା ଲୋକମାନେ ଆଣ୍ଠୁରେ ଯନ୍ତ୍ରଣା ହେଉଥିବାର ଅଭିଯୋଗ କରନ୍ତି।
ବିଗଡ଼ିପାରେ ଆପଣଙ୍କ ପୋଶ୍ଚର
ହାଇ ହୀଲ୍ ପିନ୍ଧିବା ଦ୍ୱାରା ଆପଣଙ୍କର ପାଦରେ ପ୍ରେସର ପଡିଥାଏ । ଯାହା ଆପଣଙ୍କର ବାଲାନ୍ସକୁ ବିଗାଡି ଦେଇଥାଏ । ଯାହା ଦ୍ୱାରା ଆପଣ ଭଲ ଭାବରେ ଠିଆ ହେବାରେ ସକ୍ଷମ ହୋଇ ପାରନ୍ତି ନାହିଁ ।
ALSO READ: https://purvapaksa.com/how-to-identify-sweet-watermelon-tips/