Anushka and Virat Son Akaay: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଭଲ ସନ୍ତୁଳନ ବଜାୟ ରଖିଛନ୍ତି।
ବର୍ତ୍ତମାନ ସେ ମାତୃତ୍ୱକୁ ଭରପୂର ଉପଭୋଗ କରୁଛନ୍ତି। ସେ ଦୁଇ ସନ୍ତାନର ମା’ । ଅନୁଷ୍କା ଶର୍ମା ଏବଂ ସ୍ୱାମୀ ବିରାଟ କୋହଲିଙ୍କର ଗୋଟିଏ ଝିଅ ଭାମିକା ଏବଂ ଗୋଟିଏ ପୁଅ ଅକାୟ । ଅନୁଷ୍କା ଏବଂ କ୍ରିକେଟର ବିରାଟ ନିଜ ପିଲାଙ୍କ ଗୋପନୀୟତାକୁ ନେଇ ବହୁତ ସଚେତନ । ସେ ଏପର୍ଯ୍ୟନ୍ତ ନିଜ ପିଲାମାନଙ୍କ ମୁହଁ ପ୍ରକାଶ କରିନାହାଁନ୍ତି ।
ନିକଟରେ ସେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହିତ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ଦମ୍ପତି ପ୍ରେମାନନ୍ଦ ମହାରାଜଙ୍କୁ ନିଜ ମନ କଥା କହୁଛନ୍ତି । ଏହି ସମୟରେ ଅନୁଷ୍କା ଏବଂ ବିରାଟଙ୍କ ପୁଅ ଓ ଝିଅ ନଜର ଆସିଥିଲେ । ଉଭୟ ତାଙ୍କ ସନ୍ତାନର ଫଟୋ ଦେଖାଇନଥିବା ବେଳେ ତାଙ୍କ ପୁଅ ଅକାୟର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଯାହାକୁ ଦେଖିଲା ପରେ ପ୍ରଶଂସକ ଖୁସି ହୋଇଯାଇଛନ୍ତି।
ଏହାପରେ ମୁମ୍ବାଇ ଫେରିବା ପରେ ବିମାନବନ୍ଦରରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅନୁଷ୍କା ପୁଅ ଅକାୟଙ୍କୁ କୋଳରେ ନେଇ ଯାଉଥିବାର ନଜର ଆସିଛନ୍ତି । ଅକାୟ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ କରୀନା କପୁରଙ୍କ ପୁଅ ଜେହଙ୍କ ଭଳି ଅକାୟଙ୍କୁ ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି। କିଛି ଲୋକ କହିଛନ୍ତି ଯେ ଅକାୟ ଅନୁଷ୍କା ଏବଂ ବିରାଟଙ୍କ କପି ଭଳି ଦେଖାଯାଉଛନ୍ତି ।
ALSO READ: https://purvapaksa.com/anushka-sharma-virat-kohli-alibaug-13crores-holiday-home/
ଆଲିବାଗରେ ଅଛି ଅନୁଷ୍କା-ବିରାଟଙ୍କ ବିଳାସପୂର୍ଣ୍ଣ ୧୩ କୋଟିର ହଲିଡେ ହୋମ୍, ଉଡାଇଦେବ ଆପଣଙ୍କ ହୋସ