ପ୍ରତିବର୍ଷ ନଭେମ୍ବର ୧୪ରେ ପାଳନ ହୁଏ ବିଶ୍ୱ ମଧୁମେହ ଦିବସ। ଏହା ମଧୁମେହ ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରେ ଏବଂ ସୁଲଭ ଯତ୍ନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ। ବିଶ୍ୱର ମଧୁମେହ ରାଜଧାନୀ ଭାବରେ ଜଣାଶୁଣା ଭାରତ ଏକ ବର୍ଦ୍ଧମାନ ଆହ୍ୱାନର ସମ୍ମୁଖୀନ ହୋଇଛି। ୧୦୧ ନିୟୁତ ଭାରତୀୟଙ୍କର ମଧୁମେହ ଥିବା ବେଳେ ୧୩୬ ନିୟୁତ ଲୋକ ପ୍ରାକ-ମଧୁମେହ ରୋଗୀ ବୋଲି ନିକଟରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ବିଶେଷକରି ଖାଦ୍ୟପେୟ ପରିବର୍ତ୍ତନ ଏବଂ ଆମେ ଖାଉଥିବା ଖାଦ୍ୟ ମାଧ୍ୟମରେ ପ୍ରଭାବଶାଳୀ ମଧୁମେହ ପରିଚାଳନା ରଣନୀତି ଗ୍ରହଣ କରିବାର ଗୁରୁତ୍ୱ ଉପରେ ଏହା ଆଲୋକପାତ କରେ । ଏଥିପାଇଁ ରକ୍ତ ଶର୍କରା ସ୍ତର ବଜାୟ ରଖିବାରେ ସାହାଯ୍ୟ କରୁଥିବା ତଥା ପ୍ରୋଟିନ, ଅସଂତୃପ୍ତ ଚର୍ବି ଏବଂ ଆହାରୀୟ ତନ୍ତୁ ଆଦି ୧୫ଟି ଜରୁରୀ ପୋଷକ ତତ୍ୱ ରହିଥିବା ଆଲମଣ୍ଡ ପରି ପୌଷ୍ଟିକ ଖାଦ୍ୟକୁ ଆପଣ ସାମିଲ କରିପାରିବେ ।
ଆଲମଣ୍ଡ ସୁସ୍ଥ ରକ୍ତ ଶର୍କରା ସ୍ତର ବଜାୟ ରଖିବାରେ ସାହାଯ୍ୟ କରିବା, ପ୍ରକାର-୨ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ନିୟନ୍ତ୍ରଣରେ ଉନ୍ନତି ଆଣିବା ଏବଂ ଶ୍ୱେତସାର ସମୃଦ୍ଧ ଖାଦ୍ୟର ରକ୍ତରେ ଶର୍କରା ପ୍ରଭାବକୁ ହ୍ରାସ କରି ଫାଷ୍ଟିଙ୍ଗ ଇନସୁଲିନ ସ୍ତରକୁ ପ୍ରଭାବିତ କରୁଥିବା ଅନୁସନ୍ଧାନରୁ ଜଣାପଡିଛି । ଆଲମଣ୍ଡ ଖାଇବା ଦ୍ୱାରା ପ୍ରକାର-୨ ମଧୁମେହ ରୋଗୀଙ୍କ ପ୍ରଦାହ କମିଯାଉଥିବା ମଧ୍ୟ ଦର୍ଶାଯାଇଛି। ମଧୁମେହ, ଚୟାପୋଚୟୀ ରୋଗ ଏବଂ ଏଣ୍ଡୋକ୍ରିନୋଲୋଜିର (ନୂଆଦିଲ୍ଲୀ) ଫର୍ଟିସ-ସି-ଡକ ସେଂଟର ଅଫ ଏକ୍ସଲେନ୍ସ’ର ପ୍ରଫେସର ତଥା ଚେୟାରମେନ ଡକ୍ଟର ଅନୁପ ମିଶ୍ରାଙ୍କ ନେତୃତ୍ୱରେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭୋଜନ ପୂର୍ବରୁ ଆଲମଣ୍ଡ ସ୍ନାକ୍ସ କରିବା ଦ୍ୱାରା ଏସୀୟ ଭାରତୀୟଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ବିଶେଷ ଉନ୍ନତି ଘଟିଥିଲା।
ଉଲ୍ଲେଖଯୋଗ୍ୟ ପ୍ରାୟ ଏକ ଚତୁର୍ଥାଂଶ ଅଂଶଗ୍ରହଣକାରୀ ମାତ୍ର ୧୨ ସପ୍ତାହ ମଧ୍ୟରେ ପ୍ରିଡାଇବେଟିସ୍ ବଦଳାଇ ଦେଇଥିଲେ। ଏହାବ୍ୟତୀତ, ଭାରତରେ ହୋଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଲମଣ୍ଡ ମଧୁମେହ ହେବାର ଆଶଙ୍କାଥିବା କିଶୋର ଏବଂ ଯୁବ ବୟସ୍କଙ୍କ ଠାରେ ଏଚବିଏ୧ସି ସ୍ତର (ରକ୍ତ ପରୀକ୍ଷା ଯାହା ଗତ ୨-୩ ମାସ ମଧ୍ୟରେ ହାରାହାରି ରକ୍ତ ଶର୍କରା (ଗ୍ଲୁକୋଜ୍) ସ୍ତରକୁ ମାପିଥାଏ) ହ୍ରାସ କରିବାରେ ସାହାଯ୍ୟ କରିଥିଲା, ଯାହା ମାତ୍ର ୧୨ ସପ୍ତାହ ମଧ୍ୟରେ ଉଲ୍ଲେଖନୀୟ ଫଳାଫଳ ହାସଲ କରିଥିଲା ।
ଏସମ୍ପର୍କରେ ପୌଷ୍ଟିକ ଏବଂ ସୁସ୍ଥତା ପରାମର୍ଶଦାତା ଶୀଲା କୃଷ୍ଣାସ୍ୱାମୀ କହିଛନ୍ତି, ସମସ୍ତଙ୍କ ଦୈନନ୍ଦିନ ଆହାରରେ ଆଲମଣ୍ଡ ଏକ ଉତ୍କୃଷ୍ଟ ଅନ୍ତର୍ଭୂକ୍ତ, କାରଣ ଏଥିରେ କିଛି ପୋଷକ ତତ୍ୱ ରହିଥାଏ ଯାହା ରକ୍ତ ଶର୍କରା ସ୍ତର ପରିଚାଳନା କରିବାରେ ସାହାଯ୍ୟ କରିଥାଏ । ଏହାର କମ ଗ୍ଲାଇସେମିକ ଇଣ୍ଡେକ୍ସ ଅଛି ଯାହା ରକ୍ତ ଶର୍କରା ସ୍ତରରେ ସ୍ପାଇକ ସୃଷ୍ଟି କରେ ନାହିଁ । ସର୍ବୋତ୍ତମ ଅଂଶ ହେଉଛି ଆଲମଣ୍ଡ ଅତ୍ୟନ୍ତ ବହୁମୁଖୀ ଏବଂ ଦିନର ଯେକୌଣସି ସମୟରେ ଏବଂ ବିଭିନ୍ନ ରୂପରେ ଖିଆଯାଇପାରିବ। ସେହିଭଳି ରିତିକା ସମାଦ୍ଦର, ଆଂଚଳିକ ମୁଖ୍ୟ – ଡାଏଟେଟିକ୍ସ, ମେକ୍ସ ହେଲଥ କେୟାର, ନୂଆଦିଲ୍ଲୀ କହିଛନ୍ତି, ମଧୁମେହ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରୋଟିନ, ତନ୍ତୁ ଏବଂ ଜଟିଳ ଶ୍ୱେତସାରକୁ ପ୍ରାଥମିକତା ଦେବା ବେଳେ ବିଶୋଧିତ ଶର୍କରା, ଅସ୍ୱାସ୍ଥ୍ୟକର ଚର୍ବି ଏବଂ ଅତ୍ୟଧିକ କେଲୋରୀ ହ୍ରାସ କରିବାକୁ ମୁଁ ପରାମର୍ଶ ଦେଇଥାଏ । ଡାଲିରେ ଭରପୂର ଆହାର, ଆଲମଣ୍ଡ ପରି ନଟ୍ସ, ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ଗୋଟା ଶସ୍ୟ ସୁଗର ସ୍ପାଇକ ନିୟନ୍ତ୍ରଣ କରିବାରେ ଫଳପ୍ରଦ ଭାବରେ ସାହାଯ୍ୟ କରିଥାଏ ।
ସେହିଭଳି ବଲିଉଡ ଅଭିନେତ୍ରୀ ସୋହା ଅଲି ଖାନ କହିଛନ୍ତି, ଅସ୍ୱାସ୍ଥ୍ୟକର, ଛଣାଭଜା କିମ୍ବା ତେଲିଆ ଖାଦ୍ୟର ସ୍ନାକ୍ସ କରିବା ପରିବର୍ତ୍ତେ ମୁଁ ଆଲମଣ୍ଡ ପରି ପୌଷ୍ଟିକ ବିକଳ୍ପ ବାଛିଥାଏ, ଯାହା ରକ୍ତ ଶର୍କରା ସ୍ତର ବଜାୟ ରଖିବାରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହି ପୌଷ୍ଟିକ ଆଲମଣ୍ଡ ଅସ୍ୱାସ୍ଥ୍ୟକର ସ୍ନାକ୍ସ ପାଇଁ ଲାଳସାକୁ ନିବାରଣ କରିଥା। ଏମବିବିଏସ ଏବଂ ପୋଷଣ ବିଶେଷଜ୍ଞ ଡାକ୍ତର ରୋହିଣୀ ପାଟିଲ କହିଛନ୍ତି, ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ମୁଁ ପ୍ରୋଟିନ ଏବଂ ତନ୍ତୁରେ ଭରପୂର ଖାଦ୍ୟ ମିଶାଇବାକୁ ପରାମର୍ଶ ଦେଇଥାଏ । ଆଲମଣ୍ଡ ଏକ ଉତ୍କୃଷ୍ଟ ବିକଳ୍ପ, ଯେହେତୁ ସେଗୁଡ଼ିକ ଅତ୍ୟାବଶ୍ୟକ ପୋଷକ ତତ୍ୱ ସହିତ ସମୃଦ୍ଧ ହୋଇ ବିଭିନ୍ନ ସ୍ୱାସ୍ଥ୍ୟ ଉପକାର ଦେଇଥାଏ।
previous article:https://purvapaksa.com/wellness-yoga-retrit-by-sara-alli-in-goa/
