ଦୀର୍ଘ ୩୬୦ ଦିନ ପରେ କ୍ରିକେଟ୍ ଗ୍ରାଉଣ୍ଡକୁ ଓହ୍ଲାଇଥିବା ଅଭିଜ୍ଞ ପେସ୍ ବୋଲର ମହମ୍ମଦ ସାମି ଚଳିତ ରଣଜୀ ଟ୍ରଫି ପଞ୍ଚମ ରାଉଣ୍ଡ ମୁକାବିଲାରେ ଅଲରାଉଣ୍ଡ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେବା ପରେ ସାମି ୩୭ ରନର ଏକ ଉପଯୋଗୀ ଇନିଂସ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବ୍ୟତୀତ ସେ ଦ୍ୱତୀୟ ଇନିଂସରେ ୩ଟି ୱିକେଟ ନେଇ ବିଜୟରେ ଗୁରୁତୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ବେଙ୍ଗଲର ପ୍ରଥମ ଇନିଂସ ୨୨୮ ରନ୍ ଜବାବରେ ମଧ୍ୟ ପ୍ରଦେଶ ୧୬୭ ରନ୍ କରି ଅଲ୍ ଆଉଟ୍ ହୋଇଥିଲା । ସାମି ୪ଟି ୱିକେଟ୍ ନେଇ ବିପର୍ଯ୍ୟୟ ଘଟାଇଥିଲେ । ୬୧ ରନ୍ନରେ ପ୍ରଥମ ଇନିଂସ ଆଗୁଆ ଥାଇ ବେଙ୍ଗଲ୍ ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ ୨୭୬ ରନ୍ ସଂଗ୍ରହ କରିଥିଲା ଓ ମଧ୍ୟ ପ୍ରଦେଶ ସମ୍ମୁଖରେ ବିଜୟ ପାଇଁ ୩୩୮ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ମଧ୍ୟ ପ୍ରଦେଶ ଦ୍ୱିତୀୟ ଇନିଂସରେ ୩୨୬ ରନ କରି ଅଲ୍ଆଉଟ୍ ହୋଇ ଯାଇଥିଲା। ସାମି ୩ଟି ଓ୍ୱିକେଟ୍ ନେଇଥିଲେ।
previous article: https://purvapaksa.com/sami-played-ranjee/