ଏହି ଘଟଣା ଯେଉଁ ସମୟରେ ଘଟିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରର ପତନ ହୋଇଥିଲା । ଅଟଳଙ୍କ ସାଇନିଂ ଇଣ୍ଡିଆ କ୍ୟାମ୍ପେନ ବିଫଳ ହେବା ପରେ ୟୁପିଏ ସରକାର କ୍ଷମତାକୁ ଆସିଥିଲା । ସେହି ସମୟରେ ଦାଉଦକୁ ଟାର୍ଗେଟ୍ କରିବା ପାଇଁ ଯେଉଁ ଯୋଜନା ପ୍ରସ୍ତୁତ ହେଉଥିଲା ତାହା ମଧ୍ୟ ବିଫଳ ହୋଇଥିଲା । ଅଟଳ ବିହାରୀଙ୍କ ସମୟରେ ଦାଉଦକୁ ନିଷ୍କ୍ରିୟ କରିବା ପାଇଁ ଇଣ୍ଟେଲିଜେନ୍ସ୍ ବ୍ୟୁରୋ (ଆଇବି) ଦାଉଦକୁ ଦୁବାଇରେ ତା’ ଝିଅର ବିବାହର ଅବସରରେ ଟାର୍ଗେଟ୍ କରିବାର ଯୋଜନା କରିଥିଲା । ଏହି ଅପରେସନକୁ ସଫଳ କରିବା ପାଇଁ ଡୋଭାଲ ଦାଉଦର ଶତ୍ରୁ ଛୋଟା ରାଜନ୍ ଗ୍ୟାଙ୍ଗର କୁଖ୍ୟାତ ଶୁଟରଙ୍କ ସହାୟତା ନେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ମୁମ୍ବାଇ ପୋଲିସ ତାଙ୍କ ଯୋଜନାକୁ ବିଫଳ କରିଦେଇଥିଲା । କୁହାଯାଏ ଯେ ଏହା ପଛରେ ଥିଲା ସରକାର ପରିବର୍ତ୍ତନ । ଯୋଜନା ତିଆରି ହେବା ବେଳକୁ ମହାରାଷ୍ଟ୍ର ଓ ଦିଲ୍ଲୀରେ କଂଗ୍ରେସ ସରକାର ଥିଲା । ଆଉ ଡୋଭାଲଙ୍କୁ ସମର୍ଥନ ମିଳିନଥିଲା ।
ଡୋଭାଲଙ୍କ ‘ଶତ୍ରୁର ଶତ୍ରୁ’
ଡି. ଦେବଦତ୍ତଙ୍କ ପୁସ୍ତକ ‘ଅଜିତ ଡୋଭାଲ- ଅନ୍ ଏ ମିସନ୍’ରେ ଏହାର ଉଲ୍ଲେଖ ମିଳେ । ଡୋଭାଲ ‘ଶତ୍ରୁର ଶତ୍ରୁ ବନ୍ଧୁ’ ଫର୍ମୁଲା ଆପଣାଇ ଦାଉଦକୁ ଶେଷ କରିବା ପାଇଁ ଛୋଟା ରାଜନ୍ ଗ୍ୟାଙ୍ଗର ଶୁଟର ଭିକି ମହ୍ଲହୋତ୍ରା ଏବଂ ଫରିଦ୍ ତନାଶାକୁ ସାମିଲ କରିଥିଲେ, ଯେଉଁମାନେ ହତ୍ୟା ଏବଂ ପ୍ରୋଟେକସନ ମନି ଭଳି ମାମଲାରେ ଓୱାଣ୍ଟେଡ୍ ଥିଲେ ।
ଡୋଭାଲ ନିଜେ ଅବସର ପରେ ମଧ୍ୟ ଅନୌପଚାରିକ ଭାବେ ଅପରେସନର ନୀରିକ୍ଷମ କରୁଥିଲେ । ଶୁଟରଙ୍କ ସହ ତାଙ୍କର ସିଧାସଳଖ ବୈଠକ ଏବଂ ଆଲୋଚନା ଯାହାର ଥିଲା ପ୍ରମାଣ । ଡୋଭାଲଙ୍କ ଯୋଜନା ସଫଳ ହୋଇଥାନ୍ତା ତେବେ ଭାରତ ଦାଉଦକୁ ସବୁଦିନ ପାଇଁ ଚୁପ୍ କରିଦେଇଥାନ୍ତା ।
ଦିଲ୍ଲୀରେ ଅପରେସନ୍ ଏବଂ ମୁମ୍ବାଇ ପୋଲିସର ହସ୍ତକ୍ଷେପ
ମୀରା ବୋରଭଣକର ନିଜର ପୁସ୍ତକ ‘ମ୍ୟାଡମ୍ କମିସନର୍’ରେ ଲେଖିଛନ୍ତି ଯୋଜନା ଅନୁଯାୟୀ ଶୁଟରମାନଙ୍କୁ ଦୁବାଇରେ ଦାଉଦଙ୍କ ଝିଅ ମାହାରୁଖର ବିବାହରେ ହମଲା କରିବାର ଥିଲା । କିନ୍ତୁ ଏହା ପୂର୍ବରୁ ଦିଲ୍ଲୀରେ ବୈଠକ ଆବଶ୍ୟକ ଥିଲା । ଯେତେବେଳେ ଡୋଭାଲ ଏକ ହୋଟେଲରେ ଶୁଟରଙ୍କ ସହ ଆଲୋଚନା କରୁଥିଲେ, ସେତେବେଳେ ମୁମ୍ବାଇ ପୋଲିସ୍ ହଠାତ୍ ଛାପା ମାରି ଦୁଇ ସୁଟରଙ୍କୁ ଗିରଫ କରିଥିଲା ।
ପୂର୍ବତନ ଆଇପିଏସ୍ ଅଧିକାରୀ ମୀରା ବୋରଭଣକର ନିଜର ପୁସ୍ତକ ‘ମ୍ୟାଡମ୍ କମିସନର୍’ରେ ଏହାକୁ ‘ସମନ୍ୱୟର ଅଭାବ’ ବୋଲି କହିଛନ୍ତି । କିନ୍ତୁ ଡୋଭାଲଙ୍କ ରୋଷପୂର୍ଣ୍ଣ ବୟାନ ଏବଂ ପୂର୍ବତନ ଗୃହ ସଚିବ ଆର.କେ. ସିଂହଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ଯେ ଏହା କେବଳ ଏକ ଭୁଲ୍ ନୁହେଁ ବରଂ ଏକ ଗମ୍ଭୀର ବିଫଳତା ଥିଲା । ଆଉ ଏହା ପଛରେ ଷଡ଼ଯନ୍ତ୍ର ଥିଲା ।
ଦାଉଦକୁ ଏହି ଅପରେସନର ଖବର ମିଳିଯାଇଥିଲା?
ଏକ ଥିୟୋରୀ ଅନୁସାରେ, ଦାଉଦକୁ ଏହି ଅପରେସନ୍ ବାବଦରେ ଖବର ମିଳିଯାଇଥିଲା । ରିପୋର୍ଟଗୁଡ଼ିକରେ ଦାବି କରାଯାଇଛି ଯେ ସେ ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତାଙ୍କ ମାଧ୍ୟମରେ ସେ ମୁମ୍ବାଇ ପୋଲିସ୍ ଉପରେ ଚାପ ପକାଇଥିଲା । ଯାହାର ଫଳାଫଳ ଏହା ହୋଇଥିଲା ଯେ ମୁମ୍ବାଇ ପୋଲିସ ହୋଟେଲ ଉପରେ ରେଡ୍ କରି ଦୁଇ ସୁଟରଙ୍କୁ ଗିରଫ କରିଥିଲା । ଏମିତି କରି ମୁମ୍ବାଇ ଦୁଇ ଜଣ କୁଖ୍ୟାତ ସୁଟରଙ୍କୁ ଗିରଫ କରିବାର ବାହବା ନେବା ସହିତ ପଲିଟିକାଲ ବସଙ୍କୁ ଖୁସ କରିଥିଲା । ଆଉ ଦାଉଦର ଜୀବନ ବଂଚି ଯାଇଥିଲା ।
କ’ଣ ପାଇଁ ଫେଲ୍ ହୋଇଥିଲା ଅପରେସନ୍ ?
ଯଦି ମୁମ୍ବାଇ ପୋଲିସ ସେହି ରେଡ୍ କରି ନଥାନ୍ତା ତେବେ ସୁଟର ଦୁବାଇରେ ଦାଉଦର କାମ ତମାମ କରିଦେଇଥାନ୍ତେ । ଦାଉଦ୍ ଆଜି ଇତିହାସ ପୃଷ୍ଟାରେ ଥାଆନ୍ତା । କିନ୍ତୁ ମୁମ୍ବାଇ ପୋଲିସ ଅଜାଣତରେ ହେଉ କିମ୍ବା ଜାଣିଶୁଣି ହୋଟେଲ ଉପରେ ରେଡ୍ କରି ଦୁଇ ସୁଟରଙ୍କୁ ଗିରଫ କରିଥିଲା । ଏହି ବିଫଳତା ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କୁ ନିରୁତ୍ସାହିତ କରିଥିଲା ।
ALSO READ https://purvapaksa.com/missing-naveen-who-will-campaign-for-naveen/
Missing Naveen: Who will campaign for Naveen? II ନିଖୋଜ ନବୀନ: ନବୀନଙ୍କ ପ୍ରଚାର କରିବ କିଏ?
