Aghori sadhu: କେତେକ ଅଘୋରୀ ସନ୍ନ୍ୟାସୀ ମଧ୍ୟ ମୃତଦେହ ସହିତ ସମ୍ପର୍କ ସ୍ଥାପନ କରନ୍ତି। କିନ୍ତୁ ଏହା କାହିଁକି କରାଯାଏ? ଏହା ପଛର କାରଣ କ’ଣ? ଆସନ୍ତୁ ଆପଣଙ୍କୁ କହିଦେଉଛୁ।
ଆଉ ମାତ୍ର କିଛିଦିନ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ଧର୍ମରେ ମହାକୁମ୍ଭର ବହୁତ ମହତ୍ତ୍ୱ ରହିଛି। ବିଶ୍ୱାସ ଅନୁଯାୟୀ, ଯିଏ ମହାକୁମ୍ଭରେ ପବିତ୍ର ସ୍ନାନ କରିଥାଏ, ତା’ର ସମସ୍ତ ପାପ ଲୋପ ପାଇଯିବ। ଏଥର କୁମ୍ଭମେଳାରେ ଦେଶ ବିଦେଶରୁ ୪୫କୋଟି ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଆଶା କରାଯାଉଛି। ଏହା ସହିତ ଏହି ମହାକୁମ୍ଭକୁ ଅନେକ ସାଧୁ ସନ୍ଥ ମଧ୍ୟ ଆସିବେ।
ଏପରି ସାଧୁ ସନ୍ଥମାନଙ୍କର ଏକ ଗୋଷ୍ଠୀ ଅଛନ୍ତି, ସେମାନଙ୍କ ପୋଷାକ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ସେମାନେ ହେଉଛନ୍ତି ଅଘୋରୀ। କିନ୍ତୁ କେବଳ ଅଘୋରୀ ସାଧୁଙ୍କ ପୋଷାକ ନୁହେଁ ବରଂ ସେମାନଙ୍କ ଜୀବନଶୈଳୀ ଏବଂ ସେମାନଙ୍କ ବାସସ୍ଥଳୀ ମଧ୍ୟ ସମଗ୍ର ବିଶ୍ୱଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଘୋରୀ ସାଧୁମାନଙ୍କ ମଧ୍ୟରୁ କିଛି ସାଧୁ ମଧ୍ୟ ମୃତଦେହ ସହ ସମ୍ପର୍କ ସ୍ଥାପନ କରିଥାନ୍ତି। ତେବେ ଏପରି ସେମାନେ କାହିଁକି କରନ୍ତି? ଏହା ପଛର କାରଣ କ’ଣ? ଆସନ୍ତୁ ଆଜି ଏହା ପଛର କାରଣ କଣ?
ଅଘୋରୀ ସାଧୁମାନେ ମୃତଦେହ ସହ କାହିଁକି ସମ୍ପର୍କ ସ୍ଥାପନ କରନ୍ତି?
ଅଘୋରୀ ସାଧୁମାନେ ଭଗବାନ ଶିବଙ୍କର ଉପାସକ ଅଟନ୍ତି। ସେମାନେ ହିନ୍ଦୁ ଧର୍ମର ପାରମ୍ପରିକ ରୀତିନୀତିରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ତନ୍ତ୍ର ସାଧନାରେ ଲିପ୍ତ ହୋଇଥାନ୍ତି। ଭଗବାନ ଶିବଙ୍କ ପାଞ୍ଚଟି ରୂପ ମଧ୍ୟରୁ ଅଘୋର ଅନ୍ୟତମ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅଘୋରୀ ସାଧୁମାନେ ମୃତ ଦେହରେ ବସି ସାଧନା କରନ୍ତି। ଖାଲି ସେତିକି ନୁହେଁ, ଅଘୋରୀ ସାଧୁମାନେ ମୃତଦେହ ସହ ଶାରୀରିକ ସମ୍ପର୍କ ମଧ୍ୟ କରିଥାନ୍ତି। ଏହା ମଧ୍ୟ ସେମାନଙ୍କ ଆଧ୍ୟାତ୍ମିକ ଅଭ୍ୟାସର ଏକ ଅଂଶ।
ଏହା ପଛର କାରଣ ହେଉଛି ଏହା ଶିବ ଓ ଶକ୍ତିଙ୍କୁ ପୂଜା କରିବାର ଏକ ଉପାୟ। ଏହା ହେଉଛି ସେମାନଙ୍କ ସାଧନାର ସରଳ ଉପାୟ। ମୃତଦେହ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ମଧ୍ୟ ଯଦି ମନ ଶିବଙ୍କ ଭକ୍ତିରେ ଲିପ୍ତ ହୋଇଯାଏ, ତେବେ ଏହାଠାରୁ ବଡ଼ ସାଧନା ଆଉ କିଛି ହୋଇନପାରେ ବୋଲି ସାଧୁମାନେ କହନ୍ତି।
ଅଘୋରୀମାନଙ୍କର ଶକ୍ତି ବୃଦ୍ଧି
ଏତଦ୍ ବ୍ୟତୀତ ଅଘୋରୀ ସାଧୁମାନେ ମୃତଦେହ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥାନ୍ତି। କାରଣ ଏହା ସେମାନଙ୍କର ଶକ୍ତିକୁ ବଢ଼ାଇଥାଏ। ଏମାନଙ୍କୁ ତନ୍ତ୍ରରେ ଅଧିକ ପାରଦର୍ଶିତା ମିଳିଥାଏ। ସାଧାରଣତଃ ସାଧୁମାନେ ବ୍ରହ୍ମଚର୍ଯ୍ୟ ଅଭ୍ୟାସ କରିଥାନ୍ତି। କିନ୍ତୁ ଅଘୋରୀ ସାଧୁମାନେ ଠିକ୍ ଏହାର ବିପରୀତ କାମ କରନ୍ତି। ସେ କେବଳ ମୃତଦେହ ସହ ଶାରୀରିକ ସମ୍ପର୍କ ରଖନ୍ତି ନାହିଁ; କିନ୍ତୁ ସେମାନେ ଜୀବିତ ମଣିଷମାନଙ୍କ ସହିତ ସମ୍ପର୍କ ମଧ୍ୟ ସ୍ଥାପନ କରନ୍ତି। ଏହା ବ୍ୟତୀତ ସେମାନେ ମଦ୍ୟପାନ କରିବା ସହ ମଣିଷ ମାଂସ ମଧ୍ୟ ଖାଇଥାନ୍ତି।
ଭାରତରେ କେତେଘଣ୍ଟା କାମ କରିବାର ରହିଛି ନିୟମ,କମ୍ପାନୀର ମନମୁଖି ବ୍ୟବହାର ପାଇଁ କ’ଣ ରହିଛି ଆଇନ?
