ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଟିକସଦାତାମାନେ ପାନ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏବେ ପାନ୍ କାର୍ଡକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ନୂଆ ପାନ୍ ର ବିଶେଷତ୍ୱ ଏବଂ ଆପଣଙ୍କୁ ମଧ୍ୟ ଏହାକୁ ତିଆରି କରିବାକୁ ପଡ଼ିବ କି?
ମୋଦି ସରକାର କ୍ୟାବିନେଟ ବୈଠକରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ସରକାର ୧୪୩୫ କୋଟି ଟଙ୍କା ଖର୍ଚ୍ଚ କରିବେ।
ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଟିକସଦାତାମାନେ ପାନ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପାନ୍ କାର୍ଡକୁ ନେଇ ଟିକସଦାତାଙ୍କ ମନରେ ଅନେକ ପ୍ରଶ୍ନ ରହିଛି, ସେମାନଙ୍କ ପାଖରେ ଥିବା ପାନ୍ କାର୍ଡର କୌଣସି ଲାଭ ନାହିଁ କି, ଏହା ବଦଳରେ ସେମାନଙ୍କୁ ନୂଆ ପ୍ୟାନ୍ ନେବାକୁ ପଡ଼ିବ ନା ଉଭୟ ପାନ୍ କାର୍ଡ ରଖିବା ଜରୁରୀ ହେବ?
ତେବେ ଆପଣଙ୍କୁ କହିରଖୁଛୁ ଯେ ପାନ୍ କାର୍ଡ ୨.୦ ପ୍ରୋଜେକ୍ଟ ଅଧୀନରେ ତିଆରି ହୋଇଥିବା କାର୍ଡ ହେଉଛି ପାନ୍ କାର୍ଡ ୧.୦ ପ୍ରକଳ୍ପର ଅପଗ୍ରେଡ୍ ଭର୍ସନ । ଏହି ପାନ୍ କ୍ୟୁଆର୍ କୋଡେଡ୍ ହେବ ଏବଂ ଏହାକୁ ତିଆରି କରିବା ପାଇଁ ଟିକସଦାତାଙ୍କୁ ପୃଥକ ଭାବେ ଗୋଟିଏ ପଇସା ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏଥିପାଇଁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ। ଅନଲାଇନ୍ ପ୍ରକ୍ରିୟା ଜରିଆରେ ନୂଆ ପାନ୍ ସମ୍ପୂର୍ଣ୍ଣ ମାଗଣାରେ ପ୍ରସ୍ତୁତ ହେବ।
ନୂଆ ପାନକାର୍ଡରେ ହେବ ଏହି ପରିବର୍ତ୍ତନ
ପାନ୍ ୨.୦ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସେବାକୁ ତ୍ୱରାନ୍ୱିତ କରି ଟିକସଦାତାଙ୍କ ଡିଜିଟାଲ୍ ଅଭିଜ୍ଞତାକୁ ଉନ୍ନତ କରିବା । ନୂଆ ପାନ୍ ର ଫାଇଦା ହେବ ଏସବୁପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା:
ଟିକସଦାତାଙ୍କ ପଞ୍ଜୀକରଣ ଏବଂ ସେବାଗୁଡ଼ିକୁ ସହଜ ଏବଂ ତ୍ୱରାନ୍ୱିତ କରିବା ।
ଡାଟା ସ୍ଥିରତା ସମସ୍ତ ସୂଚନା ଗୋଟିଏ ସ୍ଥାନରେ ସହଜରେ ମିଳିପାରିବ ।
ଇକୋ ଫ୍ରେଣ୍ଡଲି ପଦ୍ଧତି ପରିବେଶ ଅନୁକୂଳ ପ୍ରକ୍ରିୟା ମାଧ୍ୟମରେ ଏହି କାମ ଅନଲାଇନରେ କରାଯିବ ଏବଂ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ ।
ଉନ୍ନତ ନିରାପତ୍ତା ଉନ୍ନତ ସୁରକ୍ଷା ପାଇଁ ଡିଜିଟାଲ୍ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଛି।
ପାଖାପାଖି ୭୮ କୋଟି ପାନ୍ ଜାରି ହୋଇସାରିଛି। ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ଅର୍ଥାତ୍ ପ୍ରାୟ ସମସ୍ତ ବର୍ତ୍ତମାନର ପାନ୍ ଧାରକଙ୍କୁ ବିନା କୌଣସି ପଦକ୍ଷେପରେ ଉନ୍ନତ ଡିଜିଟାଲ୍ ଅଭିଜ୍ଞତା ମିଳିବ।
Also read https://purvapaksa.com/cyclone-fengal-approaches-tamil-nadu-heavy-rain-likely/