ଦିଲ୍ଲୀର ରୂପା ପାବ୍ଲିକେସନ ପକ୍ଷରୁ ପ୍ରକାଶ ପାଇଛି ଏହି ପୁସ୍ତକ । ବିଗତ ୭୫ ବର୍ଷର ଭାରତୀୟ ରାଜନୀତି ଉପରେ ଏକ ଚମତ୍କାର ପୁସ୍ତକ। ପୁସ୍ତକରେ ଭାରତୀୟ ରାଜନୀତିର ଅନେକ ଜଣା ଅଜଣା କଥାର ଅବତାରଣା ହୋଇଛି । ସ୍ୱାଭାବିକ ଭାବରେ ଦିଲ୍ଲୀ ରାଜନୀତିର ଅନେକ ଭିତିରିଆ କଥା ତାଙ୍କୁ ଜଣା ଅଛି ଓ ତାହାକୁ ସେ ଏହି ପୁସ୍ତକରେ ଲେଖାହୋଇଛି।
ଏହି ପୁସ୍ତକରେ ଓଡ଼ିଶାର ଦୁଇ ତିନି ଜଣ ନେତାଙ୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି ।ଗୋଟିଏ ସ୍ଥାନରେ ସେ ଲେଖିଛନ୍ତି ଯେ ତାଙ୍କ ମନ୍ତ୍ରିମଣ୍ଡଳରେ ଇନ୍ଦିରା ଗାନ୍ଧୀଙ୍କୁ ମନ୍ତ୍ରୀ କରିବା ପାଇଁ କାମରାଜ ଓ ବିଜୁ ପଟ୍ଟନାୟକ ଚାହିଁଥିଲେ ଓ ନେହେରୁଙ୍କ ଉପରେ ଚାପ ବି ପକାଇଥିଲେ। କିନ୍ତୁ ନେହେରୁ ରୋକଠୋକ ମନା କରିଦେଇଥିଲେ।
ଅନ୍ୟତ୍ର ସେ ଲେଖିଛନ୍ତି ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ପଦ ପାଇଁ ଯେତେବେଳେ ଜିଦ୍ କଲେ ସିଣ୍ଡିକେଟ ହଇରାଣରେ ପଡ଼ିଯାଇଥିଲେ । ଦେଶାଇଙ୍କ ଜିଦଖୋର୍ ମନୋବୃତ୍ତି ଭାରତ ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି ଯେତେବେଳେ ଅନୁଭବ କରାଗଲା ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ କଥା ଉଠିଲା ଓ ଏଥିରେ ବି ବିଜୁ ପଟ୍ଟନାୟକ ଇନ୍ଦିରାଙ୍କୁ ସମସ୍ତ ପ୍ରକାରର ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ଇନ୍ଦିରା ଯେତେବେଳେ ନିଜ ଢଙ୍ଗରେ ଶାସନ କରିବା ଆରମ୍ଭ କଲେ, ସିଣ୍ଡିକେଟର ସଦସ୍ୟ ଯଥା ନିଜକିଙ୍ଗାପ୍ପା ଓ ବିଜୁଙ୍କ ଜ୍ଞାନ ହଜି ଯାଇଥିଲା । ସେମାନେ ଭାବିଥିଲେ ଯେ ତାଙ୍କ ପରାମର୍ଶରେ ଇନ୍ଦିରା ଦେଶ ଚଳାଇବେ।
ନନ୍ଦିନୀ ଶତପଥୀଙ୍କ ବିଷୟରେ ସିଦ୍ଦିକି ଲେଖିଛନ୍ତି ଯେ ଯେଉଁମାନେ ତାଙ୍କ ସମକକ୍ଷ ହେବାର ଉଦ୍ୟମ କରୁଛନ୍ତି ବୋଲି ଇନ୍ଦିରା ଜାଣିଲେ ସେମାନଙ୍କୁ ସେ ସାଇଜ କରିଦେଇଥିଲେ ଯଥା: ଆଇ କେ ଗୁଜରାଲ, ବହୁଗୁଣା, ଜଗଜୀବନ ରାମ ଓ ନନ୍ଦିନୀ ଶତପଥୀ।


