୧୧ମାସରେ ଦ୍ଵିତୀୟ ଥର ପାଇଁ ଏଲପିଜି ଦାମ୍ ବୃଦ୍ଧି : ଘରୋଇ ସିଲିଣ୍ଡର ୬୦/- , ବାଣିଜ୍ୟିକ ୧୧୫/- ଟଙ୍କାକୁ ବୃଦ୍ଧି | ତୈଳ କମ୍ପାନୀଗୁଡ଼ିକ ଶନିବାର ଦିନ ଘରୋଇ ଏବଂ ଦେଶରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ାଇଛନ୍ତି | ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କି.ଗ୍ରା. ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୯୧୩ଟଙ୍କାରେ ପହଞ୍ଚିଛି , ଯାହା ପୂର୍ବରୁ ୮୫୩ଟଙ୍କା ଥିଲା । ବର୍ଷକଠୁ କମ୍ ସମୟ ମଧ୍ୟରେ ଏହା ଏଲପିଜି ମୂଲ୍ୟରେ ଦ୍ୱିତୀୟ ବୃଦ୍ଧି।
ପଶ୍ଚିମ ଏସିଆରେ ଚାଲିଥିବା ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱରେ ଅନେକ ରାଷ୍ଟ୍ରରେ ପ୍ରଭାବିତ ହୋଇଛି ଯୋଗାଣ ବ୍ୟବସ୍ଥା | ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ଭାରତୀୟ ତୈଳ କମ୍ପାନୀ (OMCs) କୁ ଦେଶରେ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ | ଏହାପରେ ଏହି ମୂଲ୍ୟକୁ ବୃଦ୍ଧି କରାଯାଇଛି । ଭାରତରେ ବର୍ତ୍ତମାନ ୩୩.୦୮କୋଟି ସକ୍ରିୟ ଏଲପିଜି ଗ୍ରାହକ ଅଛନ୍ତି।

ତେବେ ଗ୍ରାହକଙ୍କ ସୁଗମ ଘରୋଇ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫ ଲାଗୁ କରିଛନ୍ତି ସରକାର | ତେବେ ଏହି ଜରୁରୀକାଳୀନ ନିର୍ଦ୍ଦେଶରେ ଭାରତର କାର୍ଯ୍ୟକ୍ଷମ ସମସ୍ତ ତୈଳ ବିଶୋଧନ କମ୍ପାନୀଗୁଡ଼ିକୁ ଏଲପିଜି ଉତ୍ପାଦନକୁ ସର୍ବାଧିକ ସ୍ତରରେ କରିବାକୁ ମିଳିଛି ନିର୍ଦ୍ଦେଶ |
ତେବେ ଏଯାବତ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଶେଷ ଥର ପାଇଁ ପ୍ରମୁଖ ହ୍ରାସ ୧୫ ମାର୍ଚ୍ଚ, ୨୦୨୪ରେ ହୋଇଥିଲା, ଯେତେବେଳେ କେନ୍ଦ୍ର ସରକାର ଉଭୟ ଇନ୍ଧନରେ ଲିଟର ପିଛା ୨ ଟଙ୍କା ହ୍ରାସ ଘୋଷଣା କରିଥିଲେ।
ବର୍ତ୍ତମାନ ମୁମ୍ବାଇରେ ଗୋଟିଏ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପୂର୍ବରୁ ₹୮୫୨.୫୦ ଥିବା ବେଳେ ବର୍ତ୍ତମାନ ୯୧୨.୫୦ ଟଙ୍କାରେ ପହଞ୍ଚିଛି | ତେଣେ କୋଲକାତାରେ ଏହା ୮୭୯ଟଙ୍କାରୁ ବୃଦ୍ଧି ପାଇ ୯୩୦/-ରେ ପହଞ୍ଚିଥିବା ବେଳେ , ଚେନ୍ନାଇରେ ଏହାର ଦାମ ୮୬୮.୫୦ଟଙ୍କାରୁ ୯୨୮.୫୦ଟଙ୍କାକୁ ବୃଦ୍ଧି ପାଇଛି |
ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ ଭାବେ ଥିବା ମହିଳାଙ୍କ ପାଇଁ ଅଛି ସାମାନ୍ୟ ଅଶ୍ଵସ୍ତି | ୨୦୧୬ରେ ଯୋଜନା ଆରମ୍ଭ ହେବା ପରଠାରୁ ମାଗଣା ଏଲପିଜି ସଂଯୋଗ ପାଇଥିବା ୧୦ କୋଟିରୁ ଅଧିକ ଗରିବ ପରିବାର ବର୍ଷକୁ ୧୨ ଥର ରିଫିଲ୍ କରିବା ପାଇଁ ପ୍ରତି ୧୪.୨ କିଲୋଗ୍ରାମର ସିଲିଣ୍ଡର ପାଇଁ ୩୦୦ତାଙ୍କ ପର୍ଯ୍ୟନ୍ତ ପାଇବେ ସବସିଡି |
also read : https://purvapaksa.com/farmers-demand-extension-of-paddy-harvesting-date/
ଧାନ ସଂଗ୍ରହ ତାରିଖ ବୃଦ୍ଧି କରିବାକୁ ଚାଷୀଙ୍କ ଦାବି || Farmers demand extension of paddy harvesting date


