ଓଡ଼ିଶାରେ କଂଗ୍ରେସର ଅବସ୍ଥା ଆଜି ଯେତେ ଦୟନୀୟ, ତାହାକୁ ଆଉ ବିରୋଧୀ ଦଳମାନେ ବି ସମାଲୋଚନା କରିବାର ଆବଶ୍ୟକ ନାହିଁ। ନିଜ ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ ଖୋଲା କଥା କହି ଦେଇଛନ୍ତି—“କଂଗ୍ରେସ ହେଲା ହାରୁ ନେତାଙ୍କ ଦଳ।” ଏହି ଗୋଟିଏ ବାକ୍ୟ ମାତ୍ର ଏକ ଅସନ୍ତୋଷକୁ ପ୍ରକାଶ କରୁନାହିଁ; ଏହା ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା କଂଗ୍ରେସ ଯେଉଁ ଦୀର୍ଘ ସଙ୍କଟ, ବ୍ୟାବଧାନ, ଓ ରାଜନୈତିକ ବୁଦ୍ଧିହୀନତାର ମାର୍ଗରେ ଚାଲୁଥିଲା, ତାହାର ଗୁରୁତର ଆଇନା ଦେଖାଇଛନ୍ତି।

ହାରୁଥିବା ନେତା କେମିତି ହେଉଛନ୍ତି ପିସିସି ସଭାପତି?
ମୋକିମଙ୍କ ଆପତ୍ତି ସରଳ—ପିସିସି ସଭାପତି ପଦବୀ, ଯାହା ଜଣେ ପାର୍ଟିର ପୁନର୍ନିର୍ମାଣ, ରଣନୀତି, ଓ ଭବିଷ୍ୟତ ନେତୃତ୍ୱ ଗଠନର ପ୍ରାଣକେନ୍ଦ୍ର, ଏହାକୁ ବାରମ୍ବାର ସେମାନଙ୍କୁ ଦିଆଯାଇଛି ଯେଉଁମାନେ ନିଜ ନିଜ ନିର୍ବାଚନରେ ହାରିଥିଲେ। ସେ ନେତାମାନଙ୍କ ତାଲିକା ପ୍ରକାଶ କରିଛନ୍ତି, ଯାହା ଆଶ୍ଚର୍ଯ୍ୟଜନକ ନୁହେଁ, କିନ୍ତୁ ଏକ ଗୁରୁତର ରାଜନୀତିକ ସମସ୍ୟାର ଲାକ୍ଷଣ।
୨୦୦୧ ପରେ ଯେଉଁ ନେତାମାନେ ପିସିସି ସଭାପତି ହେଲେ—
• ଗିରିଧର ଗମାଙ୍ଗ (୨୦୦୧-୨୦୦୪)
• ଜୟଦେବ ଜେନା (୨୦୦୪–୨୦୯୧, ୨୦୧୩-୨୦୧୪)
• କାମାକ୍ଷା ପ୍ରସାଦ ସିଂହଦେଓ (୨୦୦୯-୨୦୧୧)
• ନିରଞ୍ଜନ ପଟ୍ଟନାୟକ (୨୦୧୧-୨୦୧୩, ୨୦୧୮-୨୦୨୨)
• ପ୍ରସାଦ ହରିଚନ୍ଦନ (୨୦୧୪-୨୦୧୮)
• ଶରତ ପଟ୍ଟନାୟକ (୨୦୨୨-୨୦୨୫)
• ଭକ୍ତ ଚରଣ ଦାସ (ଫେବୃଆରୀ ୨୦୨୫ – ଅଦ୍ୟାବଧି)
ଏମାନଙ୍କ ସମସ୍ତଙ୍କର ସାଧାରଣ ବିଶେଷଣ—ନିଜ ନିଜ ନିର୍ବାଚନ ହାରିବା ପରେ ଏମାନେ ଦଳର ନେତୃତ୍ୱ ପାଇଛନ୍ତି।
ଏହି ପ୍ରବୃତ୍ତି ଯେ କୌଣସି ଦଳର ରାଜନୈତିକ ଆତ୍ମହତ୍ୟା ସହିତ ସମାନ। କାରଣ—
୧. ଜଣେ ହାରୁଥିବା ନେତା କିପରି ଅନ୍ୟମାନଙ୍କୁ ଜିତିବା ଶିଖାଇବେ?
ନିର୍ବାଚନୀ ରଣନୀତି, ଗ୍ରାଉଣ୍ଡ ରିଏଲିଟି, ଭୋଟର ପସନ୍ଦ, ସଂଗଠନ ମ୍ୟାନେଜମେଣ୍ଟ—ଏହି ସବୁ ଜିନିଷ ଜଣେ ଜିତୁଥିବା ନେତା ବେଶି ଭଲଭାବେ ଜାଣେ। କିନ୍ତୁ କଂଗ୍ରେସ କ୍ରିୟାଶୀଳ, ଫିଲ୍ଡରେ ପ୍ରଭାବଶାଳୀ ନେତାଙ୍କୁ ପାଖକୁ ଆଣିବା ପରିବର୍ତ୍ତେ, ନିର୍ବାଚନରେ ବାରମ୍ବାର ପରାଜିତ ନେତାଙ୍କୁ ନେତୃତ୍ୱର ଶୀର୍ଷ ପଦବୀ ଦେଉଛି।
୨. ଜଣେ ନେତା ନିଜ ନିର୍ବାଚନମଣ୍ଡଳୀକୁ ନେତୃତ୍ୱ ଦେଇପାରୁ ନାହାନ୍ତି, ସମଗ୍ର ରାଜ୍ୟକୁ କିପରି ନେତୃତ୍ୱ ଦେବେ?
ଏହା ଜନମାସିକ ରାଜନୀତିର ନିୟମ। କିନ୍ତୁ କଂଗ୍ରେସ ଏହି ମୂଳମନ୍ତ୍ରକୁ ଲଂଘନ କରିଛି।
୩. ହାରୁଥିବା ନେତାଙ୍କ ମନୋବଳ ସଂଗଠନକୁ ଦୁର୍ବଳ କରେ ଜିତିବା ମାନସିକତା (Winning psychology) ରହିଲେ ଦଳ ଉପରମୁଖୀ। ହାରୁଥିବା ମାନସିକତା (losing mindset) ରହିଲେ, ସଂଗଠନ ମଧ୍ୟ ନିଜକୁ ଅସଫଳ ଧରିନଏ। ଓଡ଼ିଶା କଂଗ୍ରେସରେ ଏହି ତୃତୀୟଟି ବିଶେଷ କ୍ଷତି କରିଛି।
ଓଡ଼ିଶା କଂଗ୍ରେସର ତିନିଟି ମୂଳ ସଙ୍କଟ
![]()
ଓଡ଼ିଶାରେ ଗତ ୨୪ ବର୍ଷ ଧରି କଂଗ୍ରେସ କିପରି ଦୁର୍ବଳ ହେଲା—ଏହାର କାରଣ ଅନେକ। କିନ୍ତୁ ତାହା ମଝିରେ ସର୍ବାଧିକ ପ୍ରଭାବଶାଳୀ ତିନିଟି ପ୍ରସଙ୍ଗ ରହିଛି-
I. ନେତୃତ୍ୱର ଅପରିପକ୍ୱତା ଓ ଅନୁପଯୋଗୀ ଚୟନ
ଦଳ ଚିରାଚରିତ ନିୟମକୁ ନ ପାଳି, ବରଂ ଗୋଟେ ପରିବାର ପରମ୍ପରା ମାନିଲା ଭଳି, ପୂର୍ବତନ ସଭାପତିମାନଙ୍କୁ ବାରମ୍ବାର ନେତୃତ୍ୱ ଦେବାରେ ଲାଗିଛି। ଏଠାରେ ନୂତନ ମୁହଁ, ଯୁବ ନେତା, ଗ୍ରାସରୁଟ୍ସ ନେତାମାନେ ପଛକୁ ଯାଉଛନ୍ତି।
ସଂଗଠନ ଭିତରେ ଏକ ମୃତ ସମାଜ ବିକଶିତ ହେଲା, ଯେଉଁଠାରେ ଉତ୍ସାହୀ, ମହତ୍ୱାକାଂକ୍ଷୀ, ଆକ୍ରମଣାତ୍ମକ ନେତୃତ୍ୱ ଉପକ୍ଷେପିତ ହୋଇପଡ଼ୁଛି।
II. ଭୂମିସ୍ତରର ସଂଗଠନ ପ୍ରାୟ ନଷ୍ଟ
ବିଜେଡି-ବିଜେପି ଓଡ଼ିଶାରେ ସଂଗଠନଶକ୍ତି, ଯୋଜନା, କଲ୍ୟାଣମୂଳକ ରାଜନୀତି ଦ୍ୱାରା ଦଳକୁ ଶକ୍ତିଶାଳୀ କରୁଥିବାବେଳେ, କଂଗ୍ରେସ ଭିତରୁ ଖାଲି ହେବାରେ ଲାଗିଛି। ଦଳର ପ୍ରାୟ ସମସ୍ତ ବ୍ଲକରେ କୌଣସି ସାଂଗଠନିକ ଚାପ, ତତ୍ପରତା, ନିୟମ ନାହିଁ। ଯେଉଁଠାରେ ଅନ୍ୟ ଦଳମାନେ ମାସିଭ ମୁଭମେଣ୍ଟ ଓ ଗ୍ରାମସ୍ତର ମତଦାତାଙ୍କ ସହିତ ସମ୍ପର୍କ ବଢ଼ାଇବା କାମ କରୁଛନ୍ତି ସେଠାରେ କଂଗ୍ରେସ ପୂରା ନିଷ୍କ୍ରିୟ ରହିଛି।
III. ଅସନ୍ତୋଷ, ଦୁଇଟି ଶିବିର, ରାଜନୈତିକ ଦ୍ୱନ୍ଦ୍ୱ
ସବୁଠାରୁ ଗୁରୁତର—କଂଗ୍ରେସର ଅନ୍ତର୍ଦ୍ୱନ୍ଦ୍ୱ।
ଜଣେ ନେତାକୁ ସଭାପତି କଲେ ୨୦ ଜଣ ଖୁସି ହେଉଥିଲେ, ୨୦୦ ଜଣ ରୁଷି ଯାଉଥିଲେ।
ଦଳରେ ଗୋଟିଏ ସଭାପତି, ତାଙ୍କ ବିପକ୍ଷରେ ସାତଟି ଗୁପ୍ତ ଶିବିର।
ଏପରି ଅବସ୍ଥାରେ ଦଳକୁ ମତଦାତା କେମିତି ଭରସା କରିବେ?
ଶରତ ପଟ୍ଟନାୟକ ଓ ୨୦୨୪ର ଅମାନତ ହାର—ଏକ ଅଳୀକ କିନ୍ତୁ ସତ୍ୟ ପ୍ରତୀକ

ମହାତ୍ମା ଗାନ୍ଧୀ କହିଥିଲେ—“ନେତା ହେବାର ପ୍ରଥମ ମାନକ—ତୁମେ ସବୁଠୁ ପ୍ରଥମେ ଭରସା ଜିତିବାକୁ ପଡ଼ିବ।”
କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ ୨୦୨୪ ନିର୍ବାଚନରେ ନିଜ ଅମାନତ ପର୍ଯ୍ୟନ୍ତ ବଞ୍ଚାଇପାରନି—ଏହା ମାତ୍ର ବ୍ୟକ୍ତିଗତ ପରାଜୟ ନୁହେଁ, ଦଳର ଭିତରୁ ସଙ୍କଟର ପ୍ରତୀକ।
ପ୍ରଶ୍ନ ଉଠେ—ଯେଉଁ ନେତା ନିଜ ଅଞ୍ଚଳରେ ଲୋକଙ୍କୁ ବୁଝେଇପାରନି, ସେ ସମଗ୍ର ରାଜ୍ୟର କାମ କିପରି କରିବେ?
ସଂଗଠନକୁ କିପରି ସଜାଗ କରିବେ?
କର୍ମୀଙ୍କୁ କିପରି ମନୋବଳ ଦେବେ?
ଏହି ଗୁରୁତର ପ୍ରଶ୍ନଗୁଡ଼ିକୁ କଂଗ୍ରେସ ଦଳ ଏମିତି ରଖି ଚାଲିଛି।
ମୋକିମଙ୍କ ଚିଠି ଗୋଟେ ଚେତାବନୀ
ମୋକିମଙ୍କ କଥା ଶୁଣିବାକୁ କର୍କଶ ଲାଗିପାରେ, କିନ୍ତୁ ଏହା ଗୋଟେ ଅପ୍ରିୟ ସତ୍ୟ। କଂଗ୍ରେସର ଭିତରେ ଅନେକ ନେତା ଆଜି ଭାବୁଛନ୍ତି, କିନ୍ତୁ କହିପାରୁ ନାହାନ୍ତି। ସେ କହିଦେଲେ।
ଏହି ବାକ୍ୟକୁ ଗୁରୁତ୍ୱ ଦେବାର କାରଣ—
୧. ଏହା ପ୍ରଥମ ଥର ନୁହେଁ
ବର୍ତ୍ତମାନ ଦଳର ସକ୍ରିୟ ନେତାମାନେ ବହୁବାର ଭିତରେ ଏହି ଅଭିଯୋଗ କରିଛନ୍ତି, କିନ୍ତୁ ଚାପ ଓ ଦଳୀୟ ଶୃଙ୍ଖଳା ଯୋଗୁ ଚୁପ ରହୁଛନ୍ତି।
୨. ବାରମ୍ବାର ପରାଜୟ—ଦଳ ଆତ୍ମବିଶ୍ୱାସ ହରାଇଛି
୨୦୦୦ ପରେ ୬ଟି ବଡ଼ ନିର୍ବାଚନ ହୋଇଛି—
ସମସ୍ତରେ କଂଗ୍ରେସ ଅବତରଣ।
ସିଟ୍ ହ୍ରାସ—୨୦୦୦ରେ ୨୬ → ୨୦୦୪ରେ ୩୮→ ୨୦୦୯ରେ ୨୭→୨୦୧୪ରେ ୧୬ → ୨୦୧୯ରେ ୯→୨୦୧୪ରେ ୧୪ଟି ଆସନରେ; ବିଜୟୀ ହୋଇଛି।
୩. ଦଳ ଏବେ ‘କଣ କରିବା’ ନୁହେଁ, ‘କଣ ହେବ’ ଭାବି ଭୟଭୀତ
ସେହି ଭୟ ଭିତରେ ଏମିତି ଆବାଜ ଉଠୁଛି।
କଂଗ୍ରେସ ପାଖରେ ଆହୁରି କିଛି ସମୟ ଅଛି—କିନ୍ତୁ କେବଳ ଯଦି ଠିକଣା ସମୟରେ ପଦକ୍ଷେପ ନିଅନ୍ତି
ଓଡ଼ିଶାର ରାଜନୀତି ଆଜି ଏକ ରିସେଟ୍ ମୋଡରେ ଅଛି । ବିଜେଡି ବିପକ୍ଷରେ କଠିନ ପ୍ରସ୍ତୁତି, ବିଜେପିର ଚାପ, ନୂତନ ଜନ ସଫଳପ୍ରାପ୍ତି ଆକାଂକ୍ଷା। ଏହି ସମୟରେ କଂଗ୍ରେସ ନିଜକୁ ନବୀକରଣ କରିପାରେ। କିନ୍ତୁ ଯଦି ହାରୁଥିବା ନେତାଙ୍କୁ ଦଳର ଶୀର୍ଷକୁ ରଖିବେ, ପରିଣାମ ଆହୁରି ଖରାପ ହେବ। ମୋକିମଙ୍କ ବାକ୍ୟ ଗୋଟେ ଅଭିଯୋଗ ନୁହେଁ—ଗୋଟେ ସତର୍କ ସଙ୍କେତ କଂଗ୍ରେସରେ ଆଜି ବିଶାଳ ସାମର୍ଥ୍ୟ ଅଛି। ଏକ ବୃହତ୍ ଆଣ୍ଟି-ଇନକମ୍ବେନ୍ସି ସେଣ୍ଟିମେଣ୍ଟ ଏକ ନୂତନ ପିଢ଼ି ଭୋଟର ପୁରୁଣା ଭୋଟ ବ୍ୟାଙ୍କର ସ୍ମୃତି ଦଳର ଐତିହ୍ୟ ଏସବୁ ଠିକ୍ ଭାବେ ବ୍ୟବହାର କଲେ ଦଳ ପୁଣି ଉଠିପାରେ। କିନ୍ତୁ ହାରୁଥିବା ନେତାଙ୍କ ହାତରେ ଦଳ ରହିଲେ, କଂଗ୍ରେସ ଆଗକୁ ନୁହେଁ—ପଛକୁ ଚାଲିବ।
ସେଥିପାଇଁ ମୋକିମଙ୍କ କଥା ଶୁଣିବା ଦିନ ଆସିଛି। ଦଳ ଯଦି ଚାହେଁ, ଏହା ସମୟ ରିସେଟ କରିବାର, ପୁନର୍ନିର୍ମାଣ କରିବାର, ଏବଂ ନୂତନ ନେତୃତ୍ୱ ଗଢ଼ିବାର।
also read https://purvapaksa.com/bengals-muslim-politics/


