ମୟୂରଭଞ୍ଜ ଜିଲ୍ଲାରେ ଏକ ବୋଝେଇ ଟ୍ରକ ରହସ୍ୟମୟ ଅବସ୍ଥାରେ ଏକ ବାଇକ୍ ସହ ଧକ୍କା ହେବା ପରେ ନିଆଁ ଲାଗିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ଣରେ ୧୮ ନମ୍ବର ଜାତୀୟ ରାଜପଥଦେଇ ବୋଝେଇ ଟ୍ରକ୍ଟି ଜିଲ୍ଲା ଦେଇ ଯାଉଥିଲା। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାସ୍ଥିତ ହାଇସ୍କୁଲ ପାର ହେଉଥିବା ବେଳେ ଟ୍ରକ୍ ସାମ୍ନାକୁ ଆସିଥିଲା ଜଣେ ବାଇକ୍ ଆରୋହୀ।
ଟ୍ରକ୍ ଚାଳକ ବ୍ରେକ୍ ଲଗାଇଥିଲେ ହେଁ ଭାରୀ ଗାଡ଼ିଟି ବାଇକ୍କୁ ଧକ୍କା ଦେଇଥିଲା। ଟ୍ରକ୍ ଟି ବାଇକ୍କୁ ମଧ୍ୟ ବହୁ ଦୂରକୁ ଟାଣି ନେଇଥିଲା ଏବଂ ବିସ୍ଫୋରଣ ହୋଇଥିଲା।
ବିସ୍ଫୋରଣ ପରେ ଉଭୟ ବାଇକ୍ ଓ ଟ୍ରକରେ ନିଆଁ ଲାଗିଯାଇଥିଲା। ପୁଲିସ କିମ୍ବା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ନିଆଁ ପୂରା ଟ୍ରକ୍କୁ ପୋଡ଼ି ଦେଇଥିଲା।
ପରେ ବାଙ୍ଗିରିପୋଷି ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଟ୍ରକ୍ ଚାଳକ ଫେରାର ଥିବା ପୁଲିସ କହିଛି।
Also read https://purvapaksa.com/achyut-samantha-was-honored-with-the-first-pio-excellence-award/


