Pravasi Bharatiya Divas : ଓଡ଼ିଶାରେ ୨୦୦ରୁ ଅଧିକ ବୌଦ୍ଧ ଐତିହ୍ୟ ସ୍ଥଳୀ ରହିଛି, ଯେଉଁଥିରେ ଯାଜପୁର ଓ କଟକର ରତ୍ନଗିରି, ଉଦୟଗିରି ଓ ଲଳିତଗିରି, ଗଜପତିର ପଦ୍ମସମ୍ଭବ ମହାବିହାର ଓ ଚନ୍ଦ୍ରଗିରି ବୌଦ୍ଧ ମଠ, କୋଣାର୍କର କୁରୁମା ଓ ଭୁବନେଶ୍ୱରର ଧଉଳି ଅଞ୍ଚଳର ଶାନ୍ତି ସ୍ତୁପ ରହିଛି ।
ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ (ପିବିଡି) ପୂର୍ବରୁ ଓଡ଼ିଶାର ପ୍ରମୁଖ ବୌଦ୍ଧ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ରାଜ୍ୟ ପୁଲିସ ଯୋଜନା କରୁଛି, ଯେଉଁଥିରେ ସାରା ବିଶ୍ୱରୁ ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ୩,୦୦୦ରୁ ଅଧିକ ସଦସ୍ୟ ଯୋଗ ଦେବାର ସମ୍ଭାବନା ରହିଛି ।
ଓଡ଼ିଶାରେ ୨୦୦ରୁ ଅଧିକ ବୌଦ୍ଧ ଐତିହ୍ୟ ସ୍ଥଳୀ ରହିଛି, ଯେଉଁଥିରେ ଯାଜପୁର ଓ କଟକର ରତ୍ନଗିରି, ଉଦୟଗିରି ଓ ଲଳିତଗିରି, ଗଜପତିର ପଦ୍ମସମ୍ଭବ ମହାବିହାର ଓ ଚନ୍ଦ୍ରଗିରି ବୌଦ୍ଧ ମଠ, କୋଣାର୍କର କୁରୁମା ଓ ଭୁବନେଶ୍ୱରର ଧଉଳି ଅଞ୍ଚଳର ଶାନ୍ତି ସ୍ତୁପ ରହିଛି ।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ବୌଦ୍ଧ ବହୁଳ ଦେଶ କାମ୍ବୋଡିଆ ଓ ଶ୍ରୀଲଙ୍କା ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଭାରତୀୟମାନେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଭୁବନେଶ୍ୱର, କଟକ ଓ ପୁରୀର ପର୍ଯ୍ୟଟନସ୍ଥଳୀ ଓ ଧାର୍ମିକ ସ୍ଥଳ ପରିଦର୍ଶନ କରିବା ସହ ରାଜ୍ୟର ପ୍ରମୁଖ ବୌଦ୍ଧ ସ୍ଥଳୀ ପରିଦର୍ଶନ କରିପାରିବେ ।
ପର୍ଯ୍ୟଟକମାନେ ଯେପରି ଅସୁବିଧାମୁକ୍ତ ଅନୁଭବ କରିବେ ସେଥିପାଇଁ ତିନିଦିନ ଧରି ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ପ୍ରସିଦ୍ଧ ବୌଦ୍ଧ ସ୍ଥଳୀ ସମେତ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖିବାକୁ ପୁଲିସ ଯୋଜନା କରୁଛି ।
ନିକଟରେ ଅନୁଷ୍ଠିତ ଏକ ବୈଠକରେ ଡିଜିପି ୱାଇବି ଖୁରାନିଆ ପିବିଡି ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଭୁବନେଶ୍ୱର ଓ କଟକର ଜିଲ୍ଲା ଏସପି ଓ ଡିସିପିଙ୍କୁ ହୋଟେଲଗୁଡ଼ିକର ଯାଞ୍ଚ କରିବା ସହ ରାଜ୍ୟକୁ ଆସୁଥିବା ଅତିଥିଙ୍କ ତାଲିକା ରଖିବାକୁ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନେକ କେନ୍ଦ୍ରମନ୍ତ୍ରୀ ଓ ଭିଭିଆଇପି ଏହି କାର୍ଯ୍ୟକ୍ରମପାଇଁ ରାଜଧାନୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଜନତା ମଇଦାନରେ ଯେଉଁଠାରେ କାର୍ଯ୍ୟକ୍ରମ ହେବ ସେଠାରେ ର୍ପ୍ୟାପ୍ତ ବସିବା ଓ ପାର୍କିଂ ବ୍ୟବସ୍ଥା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜଧାନୀରେ ସିସିଟିଭି ସର୍ଭିଲେନ୍ସ ବଢ଼ାଇବା ସହ ଟ୍ରାଫିକ୍କୁ ପ୍ରଭାବଶାଳୀଭାବେ ନିୟନ୍ତ୍ରଣ କରିବା ସହ ପର୍ଯ୍ୟଟକ ଓ ଯାତ୍ରୀମାନେ ପେରି ପ୍ରଭାବିତ ନ ହୁଅନ୍ତି ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଚାଲିଛି ଏବଂ ରାଜ୍ୟକୁ ଆସୁଥିବା ପ୍ରତିନିଧିଙ୍କ ସଂଖ୍ୟା ୫ ହଜାର ଛୁଇଁପାରେ। ଆଗାମୀ ଦିନରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଏକ ବୈଠକ କରି ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ) ପରିଦର୍ଶନ କରିବାକୁ ଥିବା ସ୍ଥାନଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯିବ।
Also readhttps://purvapaksa.com/press-and-shrinking-press-freedom/
