Coup History in World: ବିଦ୍ରୋହ ପରେ ସିରିଆରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ସରକାର ଚାଲିଯାଇଛି। ଏହି ବିଦ୍ରୋହ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି। ବିଦ୍ରୋହର ସମ୍ମୁଖୀନ ହେବାରେ ସିରିଆ ପ୍ରଥମ ଦେଶ ନୁହେଁ। ଏଭଳି ଦେଶର ତାଲିକାରେ ଆହୁରି ଅନେକଙ୍କ ନାମ ରହିଛି। ବାଂଲାଦେଶ ଏହାର ନୂଆ ଉଦାହରଣ। ଏହାବ୍ୟତୀତ ଶ୍ରୀଲଙ୍କା, ମିଆଁମାର, ଆଫଗାନିସ୍ତାନ, ନାଇଜର ସମେତ ଅନେକ ଆଫ୍ରିକୀୟ ଦେଶ ଏହାର ଶିକାର ହୋଇଛନ୍ତି। ପଢନ୍ତୁ ୪ ବର୍ଷ ରେ କେଉଁଠି ଘଟିଲା ବିଦ୍ରୋହ।
ବିଦ୍ରୋହ ପରେ ସିରିଆରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ସରକାରର ପତନ ଘଟିଛି। ଅସଦ ପରିବାର ଏବେ ଋଷରେ ରାଜନୈତିକ ଶରଣ ନେଇଛନ୍ତି। ଏହି ବିଦ୍ରୋହ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି। ବିଦ୍ରୋହର ସମ୍ମୁଖୀନ ହେବାରେ ସିରିଆ ପ୍ରଥମ ଦେଶ ନୁହେଁ। ଏଭଳି ଦେଶର ତାଲିକାରେ ଆହୁରି ଅନେକ ଦେଶର ନାମ ରହିଛି। ବାଂଲାଦେଶ ଏହାର ନୂଆ ଉଦାହରଣ। ଏହାବ୍ୟତୀତ ଶ୍ରୀଲଙ୍କା, ମିଆଁମାର, ଆଫଗାନିସ୍ତାନ, ନାଇଜର ସମେତ ଅନେକ ଆଫ୍ରିକୀୟ ଦେଶ ଏହାର ଶିକାର ହୋଇଛନ୍ତି। ପଢ଼ନ୍ତୁ ୪ ବର୍ଷରେ କେଉଁଠି କେଉଁଠି ବିଦ୍ରୋହଦ୍ୱାରା ସରକାର ଗାଦିଚ୍ୟୁତ ହୋଇଛନ୍ତି।
ସିରିଆରେ ବିଦ୍ରୋହ ପରେ ରାଷ୍ଟ୍ରପତି ବଶାର ଅଲ-ଅସଦ କ୍ଷମତା ହରାଇଛନ୍ତି ଏବଂ ସେ ତାଙ୍କ ପରିବାର ସହିତ ରୁଷିଆରେ ଆଶ୍ରୟ ନେଇଛନ୍ତି। ଏହି ବିଦ୍ରୋହ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି। ତେବେ ସିରିଆ ପ୍ରଥମ ଦେଶ ନୁହେଁ ଯେଉଁଠାରେ ବିଗତ କିଛିବର୍ଷ ମଧ୍ୟରେ ବିଦ୍ରୋହ ଦେଖିବାକୁ ମିଳିଛି। ଏଭଳି ଦେଶର ତାଲିକାରେ ଆହୁରି ଅନେକଙ୍କ ନାମ ରହିଛି। ବାଂଲାଦେଶ ଏହାର ସଦ୍ୟତମ ଉଦାହରଣ। ଏହାବ୍ୟତୀତ ଶ୍ରୀଲଙ୍କା, ମିଆଁମାର, ଆଫଗାନିସ୍ତାନ, ନାଇଜର ସମେତ ଅନେକ ଆଫ୍ରିକୀୟ ଦେଶ ଏହାର ଶିକାର ହୋଇଛନ୍ତି।
ସିରିଆରେ ଅଲ-ଅସଦ ପରିବାରର ଶାସନ ଆରମ୍ଭ ହୋଇଥିଲା ବିଦ୍ରୋହ ପରେ। ବଶାର ଅଲ-ଅସଦଙ୍କ ପିତା ତତ୍କାଳୀନ ସରକାର ବିରୋଧରେ ବିଦ୍ରୋହ କରି କ୍ଷମତାକୁ ଆସିଥିଲେ। ଏୟାରଫୋର୍ସର ଅଧିକାରୀରୁ ସେ ହୋଇଥିଲେ ସିରିଆର ରାଷ୍ଟ୍ରପତି। ୨୦୦୦ମସିହାରେ ପିତାଙ୍କ ମୃତ୍ୟୁ ପରେ ବଶାର ଅଲ-ଅସଦ କ୍ଷମତାକୁ ଆସିଥିଲେ। ଡାକ୍ତରି ପଢ଼ିଥିବା ଅସଦ ସିରିଆରେ ଡକ୍ଟର ନାମରେ ପରିଚିତ ଥିଲେ। ଶାସନକୁ ଆସିବା ପରେ ସେ ନିଜର ଏକ ଉଦାରବାଦୀ ଭାବମୂର୍ତ୍ତି ଗଢ଼ିଥିଲେ। କିନ୍ତୁ ୨୦୧୧ରେ ଜଣେ ୧୩ ବର୍ଷର ସ୍କୁଲଛାତ୍ର ସ୍କୁଲ କାନ୍ଥରେ ଲେଖିଥିବା ଧାଡ଼ି,ପୁରା ସିରିଆର ଇତିହାସ ବଦଳାଇ ଦେଇଥିଲା। ସେହି ପିଲା କାନ୍ଥରେ ଲେଖିଥିଲା ଯେ,ଡକ୍ଟର ଏହାପରେ ତୁମ ପାଳି। ଆରବରେ ଆରମ୍ଭ ହୋଇଥିବା ବସନ୍ତ ବିପ୍ଲବ ପ୍ରଭାବରେ ମିଶର ଓ ଟ୍ୟୁନିସିଆରେ କ୍ଷମତା ବଦଳି ସାରିଥିଲା। ସ୍କୁଲ ଛାତ୍ର ଜଣକ ଅସଦଙ୍କ ଅବସ୍ଥା ସେମିତି ହେବ ବୋଲି କହିଥିଲେ। ସେହି ସ୍କୁଲର ସବୁ ପିଲାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଯାହା ସିରିଆରେ ହିଂସାର ସୂତ୍ରପାତ କରିଥିଲା। ସେହି ଘଟଣାର ୧୩ ବର୍ଷ ପରେ ଅସଦଙ୍କୁ କ୍ଷମତାରୁ ହାତ ଧୋଇବାକୁ ପଡ଼ିଛି।
ଚଳିତ ବର୍ଷ ନଭେମ୍ବର ୨୭ (୨୦୨୪)ରେ ହାୟାତ୍ ତାହିର ଅଲ୍ ଶାମ୍ (ଏଚଟିଏସ୍)ଙ୍କ ନେତୃତ୍ୱରେ ବିଦ୍ରୋହୀମାନେ ସିରିଆର ଇଦ୍ଲିବ୍ ଓ ଆଲେପ୍ପୋ ସହରକୁ ଦଖଲ କରିଥିଲେ। ଦେଶର ଦ୍ୱିତୀୟ ବୃହତ୍ତମ ସହର ଆଲେପ୍ପୋ ପରେ ବିଦ୍ରୋହୀମାନେ ରାଜଧାନୀ ଦମାସ୍କସ୍ ଆଡ଼କୁ ଅଗ୍ରସର ହୋଇଥିଲେ ଏବଂ ଶେଷରେ ଏହାକୁ ମଧ୍ୟ ଦଖଲ କରି ରାଷ୍ଟ୍ରପତିଙ୍କୁ ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ କରିଥିଲେ।
ବାଂଲାଦେଶ: ଯେତେବେଳେ ଶେଖ୍ ହସିନା ଦେଶ ଛାଡ଼ି ପଳାଇଥିଲେ
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତ ବର୍ଷ ଅଗଷ୍ଟ ମାସରେ ବିଦ୍ରୋହ ପରେ ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ଦେଶର ସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ ବୋଲି ଘୋଷଣା କରିବା ପରେ ବିକ୍ଷୋଭକାରୀମାନେ ଢାକାରେ ଗୃହମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଥିଲେ। ବାଂଲାଦେଶର ଜାତିର ପିତା ଶେଖ୍ ମୁଜିପୁର ରେହମାନଙ୍କ ପ୍ରତିମୂର୍ତ୍ତିକୁ ହାତୁଡ଼ିରେ ପିଟିପିଟି ଭାଙ୍ଗି ଦିଆଯାଇଥିଲା। ୨୦୦୯ରୁ ବାଂଲାଦେଶରେ କ୍ଷମତାରେ ଥିବା ଶେଖ୍ ହସିନାଙ୍କୁ ବିଦ୍ରୋହ ପରେ ଭାରତରେ ଆଶ୍ରୟ ନେବାକୁ ପଡ଼ିଥିଲା।
ଶ୍ରୀଲଙ୍କା: ରାଷ୍ଟ୍ରପତିଙ୍କ ବାସଭବନରେ ପଶିଲେ ବିକ୍ଷୋଭକାରୀ
ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଏବଂ ମୁଦ୍ରାସ୍ଫୀତିକୁ ନେଇ ଅନେକ ମାସ ଧରି ଲୋକମାନେ କ୍ରୋଧିତ ଥିଲେ। ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ବ୍ୟାପକ ବିରୋଧ ଯୋଗୁଁ ଶେଷରେ ୧୩ ଜୁଲାଇ ୨୦୨୨ରେ ଦେଶ ଛାଡ଼ିବାକୁ ପଡ଼ିଥିଲା। ବାସ୍ତବରେ ରାଷ୍ଟ୍ରପତି ରାଜପକ୍ଷେ ବିକ୍ଷୋଭକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଇସ୍ତଫା ଦେବେ ଏବଂ ଶାନ୍ତିପୂର୍ଣ୍ଣଭାବେ କ୍ଷମତା ହସ୍ତାନ୍ତର କରିବେ। କିନ୍ତୁ ଏହା ହେବା ପୂର୍ବରୁ ହଜାର ହଜାର ବିକ୍ଷୋଭକାରୀ କଲମ୍ବୋସ୍ଥିତ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ ଦଖଲ କରିଥିଲେ । ରାଷ୍ଟ୍ରପତି ଏହାପୂର୍ବରୁ ପରିବାର ସହ ଫେରାର ହୋଇଯାଇଥିଲେ।
ଆଫଗାନିସ୍ତାନରୁ ପଳାଇଲେ ଅଶରଫ ଘନି
ଶ୍ରୀଲଙ୍କା ପୂର୍ବରୁ ଆଫଗାନିସ୍ତାନ ବିଦ୍ରୋହର ସମ୍ମୁଖୀନ ହୋଇଥିଲା। ବାସ୍ତବରେ ୨୦୨୧ ମସିହାରେ ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିନେଇଥିଲା। ଏହାପରେ ଦେଶରେ ତାଲିବାନର ଆଧିପତ୍ୟ ବଢ଼ିବାରେ ଲାଗିଥିଲା ଏବଂ ଖୁବ୍ଶୀଘ୍ର ଏହା ରାଜଧାନୀକୁ ଦଖଲ କରିନେଇଥିଲା। ତେବେ ୨୦୧୪ରେ ଦେଶର ରାଷ୍ଟ୍ରପତି ହୋଇଥିବା ଅଶରଫ ଘନି ଦେଶ ଛାଡ଼ି ସାରିଥିଲେ। ସେ ସଂଯୁକ୍ତ ଆରବ ଏମିରେଟ୍ସରେ ଆଶ୍ରୟ ନେଇଥିଲେ। ସେବେଠାରୁ ଆଫଗାନିସ୍ତାନରେ ତାଲିବାନ ଶାସନ ଜାରି ରଖିଛି।
ମିଆଁମାର: କ୍ଷମତା ଦଖଲ କଲା ସେନା
୨୦୨୧ ଆରମ୍ଭରେ ମିଆଁମାର ସେନା ସେଠାରେ ନିର୍ବାଚିତ ସରକାରକୁ ଉଚ୍ଛେଦ କରିଥିଲା। ସେନା ଘୋଷଣା କରିଥିଲା ଯେ ଏହା ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଛି। ଏଥିସହିତ ମିଆଁମାରର ନିର୍ବାଚିତ ସରକାରର ମୁଖ୍ୟ ତଥା ମିଆଁମାରରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଦୀର୍ଘଦିନ ଧରି ସଂଗ୍ରାମୀ ଅଙ୍ଗ ସାନ୍ ସୁ କିଙ୍କ ସମେତ ଅନେକ ନେତାଙ୍କୁ ସେନା ଅଟକ ରଖିଛି। ଏହି ଘଟଣାର ମାତ୍ର ୧୦ ବର୍ଷ ପୂର୍ବରୁ ୨୦୧୧ରେ ମିଆଁମାରର କ୍ଷମତା ସେନା ହାତରୁ ଗଣତାନ୍ତ୍ରିକ ସରକାରଙ୍କ ହାତକୁ ହସ୍ତାନ୍ତର କରାଯାଇଥିଲା।
ନାଇଜର: ସରକାରୀ ଟିଭିରେ ଘୋଷଣା କରି କ୍ଷମତା ଦଖଲ କଲା ସେନା
୨୬ ଜୁଲାଇ ୨୦୨୩ରେ ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ସେନା ସରକାରୀ ଟେଲିଭିଜନରେ ଘୋଷଣା କରିଥିଲା ଯେ ଏହା ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଛି । ୨୦୨୧ରେ ମହମ୍ମଦ ବାଜୋମ୍ ନାଇଜରର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ବିଦ୍ରୋହ ପୂର୍ବରୁ ସେନା ତାଙ୍କୁ ଅଟକ ରଖିଥିଲା। ତା’ପରେ ସେ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିରେ ନିଜର ସମର୍ଥକମାନଙ୍କୁ ନିଯୁକ୍ତ କରିଥିଲେ। ଏହାପରେ ବିଦ୍ରୋହ ଘୋଷଣା କରାଯାଇଥିଲା।
ଏହିସବୁ ଦେଶରେ ବିଦ୍ରୋହ ମଧ୍ୟ ହୋଇଛି
ନାଇଜର ଆଫ୍ରିକାର ଏକମାତ୍ର ଦେଶ ନୁହେଁ ଯେଉଁଠାରେ ବିଦ୍ରୋହ ହୋଇଥିଲା । ୨୦୨୨ ଜାନୁଆରୀ ୨୩ରେ ବୁର୍କିନା ଫାସୋର ସେନା ରାଷ୍ଟ୍ରପତି ରୋଚ କାବୋରେଙ୍କୁ କ୍ଷମତାରୁ ହଟାଇ ଦେଇଥିଲା। ତା’ପରେ ସେନା ଭିତରେ ଫାଟ ସୃଷ୍ଟି ହୋଇଥିଲା ଏବଂ ମାତ୍ର ୮ ମାସ ପରେ ସେନାର ଆଉ ଏକ ଗୋଷ୍ଠୀ ଦ୍ୱିତୀୟ ଥର ବିଦ୍ରୋହ କରିଥିଲେ। ଏହାପରେ ଅଗଷ୍ଟ ୨୦୨୨ରେ ମାଲିର ପାଳି ଆସିଲା, ଯେତେବେଳେ ରାଷ୍ଟ୍ରପତି ଇବ୍ରାହିମ୍ ବୋବାକର କେଇତାଙ୍କ ସରକାରକୁ ମାଲିର ସେନା ଉଚ୍ଛେଦ କରିଥିଲା। ୨୦୨୧ ଏପ୍ରିଲରେ ଚାଡ୍ର ରାଷ୍ଟ୍ରପତି ଇଦ୍ରିସ ଡେବିଙ୍କ ଦେହାନ୍ତ ହେବା ପରେ ସେନା ନିଜ ହାତକୁ କ୍ଷମତା ନେଇଥିଲା। ନିୟମ ଅନୁସାରେ ରାଷ୍ଟ୍ରପତିଙ୍କ ମୃତ୍ୟୁପରେ ସଂସଦର ବାଚସ୍ପତି ରାଷ୍ଟ୍ରପତି ହେବେ କିନ୍ତୁ ତାଙ୍କ ସ୍ଥାନରେ ସ୍ୱର୍ଗତ ରାଷ୍ଟ୍ରପତିଙ୍କ ପୁଅଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଥିଲା। ଯାହା ବିରୋଧରେ ସେନା ବିଦ୍ରୋହ କରିଥିଲା। ଆର୍ମି ଜେନେରାଲ ମହାମତ ଡେବୀ କ୍ଷମତା ଦଖଲ କରିଥିଲେ।
ଗାବୋନରେ ୫୫ ବର୍ଷର ଶାସନର ଅନ୍ତ
ରାଷ୍ଟ୍ରପତି ବଙ୍ଗୋଙ୍କ ପରିବାର ୫୫ ବର୍ଷ ଧରି ଆଫ୍ରିକୀୟ ଦେଶ ଗାବୋନରେ ଶାସନ କରିଥିଲେ ମଧ୍ୟ ୨୦୨୩ରେ ଏକ ବିଦ୍ରୋହ ସହିତ ଏହା ଶେଷ ହୋଇଥିଲା। ୨୬ ଅଗଷ୍ଟ ୨୦୨୩ରେ ଅନୁଷ୍ଠିତ ନିର୍ବାଚନରେ ବଙ୍ଗୋଙ୍କୁ ବିଜୟୀ ଘୋଷଣା କରାଯାଇ ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ନିର୍ବାଚନରେ ଜାଲିଆତି ହୋଇଥିବା ବିରୋଧୀ ଅଭିଯୋଗ କରିଥିଲେ। ଏହାର କିଛି ସମୟ ପରେ ସେନା ଦେଶର ସୀମାକୁ ବନ୍ଦ କରି କ୍ଷମତା ହାତକୁ ନେଇଥିଲା ଏବଂ ବଙ୍ଗୋଙ୍କୁ ଗୃହବନ୍ଦୀ କରି ରଖିଥିଲା।
୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ ସୁଦାନରେ ବିଦ୍ରୋହ ହୋଇଥିଲା। ବାସ୍ତବରେ ସାମରିକ ଓ ରାଜନୈତିକ ନେତାମାନେ ମିଳିତଭାବେ ଏକଛତ୍ରବାଦୀ ଓମାର ଅଲ୍ ବଶିରଙ୍କୁ ହଟାଇ କ୍ଷମତା ଦଖଲ କରିଥିଲେ। ତେବେ ସେନା ମୁଖ୍ୟ ଅବ୍ଦେଲ ଫତ୍ତାହ ଅଲ ବୁରହାନଙ୍କ ନେତୃତ୍ୱରେ ସଶସ୍ତ୍ର ବାହିନୀ କ୍ଷମତା ଦଖଲ କରିଥିଲା। କିନ୍ତୁ ବୁରହାନ ଓ ତାଙ୍କ ପୂର୍ବତନ ଅଧନସ୍ତ ଦମଦାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଫଳରେ ୨୦୨୩ ଏପ୍ରିଲ ୧୫ତାରିଖରେ ବୁରହାନ ଓ ତାଙ୍କ ପୂର୍ବତନ ଡେପୁଟି ମହମ୍ମଦ ହମଦାନ ଡାଗ୍ଲୋଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।
ସେପ୍ଟେମ୍ବର ୨୦୨୧ରେ ଗିନି ମଧ୍ୟ ବିଦ୍ରୋହର ସମ୍ମୁଖୀନ ହୋଇଥିଲା। ଲେଫ୍ଟନାଣ୍ଟ କର୍ଣ୍ଣେଲ ମାମାଦି ଡୁମ୍ବୁୟାଙ୍କ ନେତୃତ୍ୱରେ ବିଦ୍ରୋହୀ ସୈନିକମାନେ ଗିନି ଦଖଲ କରିଥିଲେ। ୮୩ ବର୍ଷରେ ପଦାର୍ପଣ କରିଥିବା ରାଷ୍ଟ୍ରପତି ଆଲ୍ଫା କଣ୍ଡେଙ୍କୁ ଗିରଫ କରାଯାଇଛି।
Also readhttps://purvapaksa.com/charles-stuart-more-hindu-than-british/
