- କ୍ରିକେଟ୍ ବ୍ୟତୀତ ପ୍ରଥମ ପସନ୍ଦ ଦାମୀ କାର୍, ଘଣ୍ଟା
- ଫୁଟବଲ୍, ଟେନିସ୍, କବାଡ଼ି, ରେସଲିଂ ଦଳର ସହ ମାଲିକ
- ୧୩କମ୍ପାନୀରେ ମାଲିକାନା ଓ ନିବେଶ
- ୩୨ ବ୍ରାଣ୍ଡ୍ ସହ ଚୁକ୍ତିବଦ୍ଧ
ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର। ଅଗଣିତ କ୍ରିକେଟ ପ୍ରେମୀଙ୍କ ହୃଦ୍ ସ୍ପନ୍ଦନ। କ୍ରିକେଟ ଗ୍ରାଉଣ୍ଡ୍ରେ ତାଙ୍କ କଭର ଡ୍ରାଇଭ ଯେକୌଣସି ହାଇ ସ୍ପିଡ୍ ଫର୍ମୁଲା ୱାନ କାର୍ ଠାରୁ ମଧ୍ୟ ଦ୍ରୁତତମ ଓ ଦର୍ଶନୀୟ। ପଡ଼ିଆ ବାହାରେ ମଧ୍ୟ ତାଙ୍କ ଚାହିଦା ଆକାଶଛୁଆଁ। ବିଶ୍ୱର ବହୁ ପ୍ରତିଷ୍ଠିତ କମ୍ପାନୀ ତାଙ୍କ ସହ ଚୁକ୍ତି କରିବା ପାଇଁ ଆତୁର। ସେ ହେଉଛନ୍ତି ଟିମ ଇଣ୍ଡିଆ ଷ୍ଟାର୍ ବିରାଟ କୋହଲି। କୋହଲି କେବଳ କ୍ରିକେଟର୍ ହୋଇ ରହିନାହାନ୍ତି। ଅସଲରେ କହିବାକୁ ଗଲେ କୋହିଲା ଏବେ ଏକ ବ୍ରାଣ୍ଡ। କୋହଲିଙ୍କ ଆୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ତାଙ୍କ ବାର୍ଷିକ ଆୟ ୧୦୮୨ କୋଟିରେ ପହଞ୍ଚି ସାରିଛି। ଭାରତୀୟ କ୍ରିକେଟ୍ ଦଳର ସଦସ୍ୟ ହିସାବରେ ପାଉଣାକୁ ମିଶାଇ, ବିଭିନ୍ନ ସଂସ୍ଥାର ବ୍ରାଣ୍ଡ ଆମ୍ବାସଡର, ଅନେକ କମ୍ପାନୀର ମାଲିକାନା ଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କୋହଲି ଅର୍ଥ ଆୟ କରୁଛନ୍ତି । ମାତ୍ର ୩୫ବର୍ଷ ବୟସରେ କୋହଲି ବିଶ୍ୱର ଅନ୍ୟତମ ଧନୀ କ୍ରୀଡ଼ାବିତ୍ ଭାବେ ପରିଚୟ ହାସଲ କରିଛନ୍ତି। କେବଳ ବିଭିନ୍ନ କମ୍ପନୀ ଓ ବ୍ରାଣ୍ଡର ପ୍ରଚାର ପ୍ରସାର ପାଇଁ ଚୁକ୍ତି ବାବଦରେ କୋହଲି ଦୈନିକ ୭.୫ ରୁ ୧୦କୋଟି ଟଙ୍କା ଆୟ କରୁଛନ୍ତି। ବର୍ତ୍ତମାନ ସେ ୩୨ଟି ବ୍ରାଣ୍ଡ ସହ ଚୁକ୍ତିବଦ୍ଧ ରହିଛନ୍ତି।
ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ଓ ମ୍ୟାଚ୍ ପାଉଣା
ବିସିସିଆଇ ସହ କେନ୍ଦ୍ରୀୟ ଚୁକ୍ତି ବାବଦରେ କୋହଲି ବାର୍ଷିକ ୭କୋଟି ଟଙ୍କା ଆୟ କରୁଛନ୍ତି । ଏହା ବ୍ୟତୀତ ପ୍ରତି ଟେଷ୍ଟ ମ୍ୟାଚ୍ ପାଇଁ ୧୫ଲକ୍ଷ ଟଙ୍କା, ଦିନିକିଆ ପାଇଁ ୬ଲକ୍ଷ ଟଙ୍କା, ଟି-ଟ୍ୱେଣ୍ଟି ପାଇଁ ୩ଲକ୍ଷ ଟଙ୍କା ପାଉଣା ନେଉଛନ୍ତି । ଟି-ଟ୍ୱେଣ୍ଟି ଲିଗ୍(ଆଇପିଏଲ୍) ଖେଳି ସେ ବାର୍ଷିକ ୧୫.୨୫କୋଟି ଟଙ୍କା ଆୟ କରୁଛନ୍ତି । ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଆଇପିଏଲ୍ ଖେଳୁଛନ୍ତି । ବିଭିନ୍ନ ଷ୍ଟାର୍ଟ ଅପ ବ୍ରାଣ୍ଡ୍ ସହ କୋହଲିଙ୍କ ସହଭାଗିତା ରହିଛି । ବ୍ଲ୍ୟୁ ଟ୍ରାଇବ୍, ୟୁନିଭର୍ସାଲ୍ ସ୍ପୋର୍ଟ୍ସବିଜ୍, ଏମପିଏଲ୍, ସ୍ପୋର୍ଟ୍ସ କନେଭା, ଡିଜିଟ୍ ଆଦି ଷ୍ଟାର୍ଟ ଅପ ବ୍ରାଣ୍ଡରେ କୋହଲି ପୁଞ୍ଜି ନିବେଶ କରିଛନ୍ତି ।
ବ୍ରାଣ୍ଡ୍ ଆମ୍ବାସଡ଼ର
ବହୁ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଭାବେ କୋହଲି ଚୁକ୍ତି କରିଛନ୍ତି । ଭିଭୋ, ମିନ୍ତ୍ରା, ବ୍ଲ୍ୟୁ ଷ୍ଟାର୍, ଭଲିନି, ଲକ୍ସର, ଏଚଏସବିସି, ଉବେର, ଏମ୍ଆରଏଫ, ଟିସଟ୍, ସିନ୍ଥଲ, ଟୁଥସି, ନଏଜ, ଆଭାସ ଲଭିଙ୍ଗ୍, ବ୍ଲ୍ୟୁ ଟ୍ରାଇବ, ରେଜ କଫି, ଫାୟାର ବୋଲ୍ଟ, ଡିଜିଟ୍ ଇନସ୍ୟୁରାନ୍ସ, ଗ୍ରେଟ୍ ଲର୍ଣ୍ଣିଂ, ପୁମା, ହିରୋ ମୋଟୋ କପ, ମୋବାଇଲ ପ୍ରିମିୟର ଲିଗ୍, ଗୁଗୁଲ ଡୁଓ, ଅଡ଼ି ଇଣ୍ଡିଆ ଆଦି କମ୍ପାନୀ ସହ ଚୁକ୍ତି ବାବଦରେ କୋହଲି ଆୟ କରୁଛନ୍ତି । ପ୍ରତି କମ୍ପାନୀର ବିଜ୍ଞାପନ ବାବାଦରେ ସେ ପାଖା ପାଖି ୭.୫୦ କୋଟିରୁ ୧୦ କୋଟି ଟଙ୍କା ନେଉଛନ୍ତି । ବ୍ରାଣ୍ଡ ଆମ୍ବାସଡର ଭାବେ ସେ ବାର୍ଷିକ ୧୭୫କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆୟ କରୁଥିବା ଆକଳନ କରାଯାଉଛି । ୨୦୧୭ ଫେବ୍ରୁଆରୀରେ ସେ ଜର୍ମାନୀର ଲୋକପ୍ରିୟ ସ୍ପୋର୍ଟ୍ସ ବ୍ରାଣ୍ଡ ’ପୁମା’ ସହ ଚୁକ୍ତି କରିଥିଲେ। ଏହି ୮ ବର୍ଷିଆ ଚୁକ୍ତି ବାବଦରେ କୋହଲି ୧୧୦ କୋଟି ଟଙ୍କା ପାଉଣା ନେଇଥିଲେ।
ସୋସିଆଲ ମିଡ଼ିଆ ପୋଷ୍ଟ
ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟ ପାଇଁ କୋହଲି ୧୧.୪୫ କୋଟି ଟଙ୍କା ଓ ଟ୍ୱିଟର(ଏକ୍ସ)ରେ ପ୍ରତି ପୋଷ୍ଟ ପାଇଁ ୨.୫ କୋଟି ଟଙ୍କା ଆୟ କରୁଛନ୍ତି । ଏହା ବ୍ୟତୀତ କୋହଲିଙ୍କର ନିଜସ୍ୱ ଅନେକ ଷ୍ଟାର୍ଟ ଅପ୍ ବ୍ରାଣ୍ଡ ରହିଛି ।
କୋହଲିଙ୍କ ନିଜସ୍ୱ ବ୍ରାଣ୍ଡ୍ ଓ ନିବେଶ
ଖେଳ ଓ ବିଜ୍ଞାପନରୁ ଆୟ ବ୍ୟତୀତ କୋହଲି ବ୍ୟବସାୟ ଜରିଆରେ ରୋଜଗାର କରିବାକୁ ପଛାଉ ନାହାନ୍ତି । ତାଙ୍କର ନିଜସ୍ୱ ଅନେକ ବ୍ରାଣ୍ଡ ଓ କମ୍ପାନୀ ରହିଛି । ଏହା ବ୍ୟତୀତ ଅନେକ କମ୍ପାନୀରେ ସେ ପୁଞ୍ଜି ନିବେଶ କରିଛନ୍ତି । କୋହଲିଙ୍କର ୱାନଏଇଟ୍, ରଙ୍ଗ୍ ନାମକ ଦୁଇଟି ପୋଷାକ ଓ ଅନ୍ୟାନ୍ୟ ପରିଧାନ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ରହିଛି । କେବଳ ସେତିକି ନୁହେଁ, ମୁମ୍ବାଇ ଓ ଅନ୍ୟାନ୍ୟ ସ୍ଥାନରେ ତାଙ୍କର ରେସ୍ତୋରାଁ ଚେନ୍ ମଧ୍ୟ ରହିଛି ।
- ବ୍ଲ୍ୟୁ ଟ୍ରାଇବ: କାହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଉଦ୍ଭିଦ(ଚାରା) ଭିତ୍ତିକ ମାଂସ ବିକଳ୍ପ ପ୍ରଦାନ କରୁଥିବା କମ୍ପାନୀ ବ୍ଲ୍ୟୁ ଟ୍ରାଇବ୍ରେ ନିବେଶ କରିଛନ୍ତି ।
- ରେଜ୍ କଫି: କାହଲି ମାର୍ଚ୍ଚ ୨୦୨୨ରେ ଏହି କଫି ବ୍ରାଣ୍ଡରେ ନିବେଶ କରିଥିଲେ, ଯାହା ଏହାର ଉତ୍ପାଦନ ଏବଂ ଉତ୍ପାଦ ପରିସରକୁ ବିସ୍ତାର କରିବାରେ ସାହାଯ୍ୟ କରିଥିଲା ।
- ରଙ୍ଗ୍: ୨୦୧୪ରେ ଲଞ୍ଚ ହୋଇଥିବା ‘ରଙ୍ଗ’ ହେଉଛି ଏକ ଯୁବ କେନ୍ଦ୍ରୀତ ଫ୍ୟାସନ୍ ବ୍ରାଣ୍ଡ୍ ଯାହା କାହଲିଙ୍କ ଷ୍ଟାଇଲିସ୍ ବ୍ୟକ୍ତିତ୍ୱ ସହ ଯାଡ଼ି ହୋଇ ଟ୍ରେଣ୍ଡି କାଜୁଆଲ୍ ପୋଷାକ ପ୍ରଦାନ କରିବା ସହ ତାଙ୍କ ବ୍ରାଣ୍ଡ୍ ମୂଲ୍ୟରେ ଯାଗଦାନ ଦେଇଥାଏ ।
- ଚିଜେଲ ଫିଟନେସ: ୨୦୧୫ରେ କାହଲି ଚିସେଲ ଫିଟନେସ୍ ନାମକ ଏକ ଫିଟନେସ୍ ସେଣ୍ଟର ପ୍ରତିଷ୍ଠା କରିଥିଲେ, ଯାହା ଅତ୍ୟାଧୁନିକ ଫିଟନେସ୍ କାର୍ଯ୍ୟକ୍ରମ ଏବଂ ସୁବିଧା ଉପରେ ଗୁରୁତ୍ୱ ଦେଇଥାଏ, ଯାହା ସୁସ୍ଥତା କ୍ଷେତ୍ରରେ ତାଙ୍କର ପୁଞ୍ଜିନିବେଶକୁ ଆହୁରି ବଢ଼ାଇଥାଏ ।
- ୱାନ-ଏଇଟ: ତାଙ୍କ ଜର୍ସି ନମ୍ବର ନାମରେ ନାମିତ ହାଇଥିବା ୱାନ୍ ଏଇଟ ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ ପୁମା ସହ ମିଶି ଆଥଲେଟିକ୍ ଜୋତା, ପୋଷାକ ଏବଂ ଆକ୍ସେସରିଜ୍ ପ୍ରସ୍ତୁତ କରୁଛି । ଏହି ବ୍ରାଣ୍ଡ୍ କୋହଲିଙ୍କ କ୍ରୀଡ଼ା ପ୍ରତି ଆଗ୍ରହକୁ ତାଙ୍କ ବ୍ୟବସାୟିକ ଦକ୍ଷତା ସହିତ ମିଶାଇ ତାଙ୍କ ରୋଜଗାର ଉପରେ ଯଥେଷ୍ଟ ପ୍ରଭାବ ପକାଛି ।
- ଏଫ୍ ସି ଗୋଆ: କ୍ରିକେଟ୍ ବ୍ୟତୀତ ଅନ୍ୟ ଖେଳକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହ ପ୍ରକାଶ କରି କୋହଲି ୨୦୧୪ରେ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ ଏଲ୍ )ରେ ଏଫ୍ ସି ଗୋଆ ଫୁଟବଲ ଦଳର ସହ-ମାଲିକ ହୋଇଥିଲେ ।
- ୟୁଏଇ ରୟାଲ୍ସ: ଅନ୍ତର୍ଜାତୀୟ ପ୍ରିମିୟର ଟେନିସ୍ ଲିଗରେ ଫ୍ରାଞ୍ଚାଇଜି ୟୁଏଇ ରୟାଲ୍ସରେ ପୁଞ୍ଜିନିବେଶ କରି କାହଲି ଅନ୍ତର୍ଜାତୀୟ ସ୍ତରରେ ନିଜର କ୍ରୀଡ଼ା ନିବେଶକୁ ବିସ୍ତାର କରିଛନ୍ତି ।
- ନ୍ୟୁଏଭା: ଆତିଥ୍ୟ ଓ ରେସ୍ତୋରାଁ ଶିଳ୍ପରେ ପ୍ରବେଶ କରିବା ପରେ କୋହଲି ଦିଲ୍ଲୀରେ ଏକ ରେଷ୍ଟୁରାଣ୍ଟ ନ୍ୟୁଏଭା ଖୋଲିଛନ୍ତି, ଯେଉଁଥିରେ ଦକ୍ଷିଣ ଆମେରିକୀୟ ଖାଦ୍ୟ ଉପଲବ୍ଧ ହେଉଛି ।
ମୁମ୍ବାଇ, ଦିଲ୍ଲୀରେ ବିଶାଳ ଅଟ୍ଟାଳିକା
ମୁମ୍ବାଇରେ ତାଙ୍କର ଦୁଇଟି ଅଟ୍ଟାଳିକା ରହିଛି ଯାହାର ମୂଲ୍ୟ ୩୪କୋଟି ଟଙ୍କା ହେବ । ଅବସର ସମୟରେ କୋହଲି ସପରିବାରେ ଏହି ଫ୍ଲାଟରେ ଅବସ୍ଥାନ କରନ୍ତି । ଏହା ବ୍ୟତୀତ ମୁମ୍ବାଇ ନିକଟସ୍ଥ ଆଲିବଗ ଠାରେ କୋହଲିଙ୍କର ଏକ ୮ଏକର ପରିମିତ ଜମିରେ ଫାର୍ମ ହାଉସ୍ ରହିଛି । ଯାହାର ମୂଲ୍ୟ ୧୯.୨୪ କୋଟି ଟଙ୍କା । ସେହିପରି ଗୁରୁଗ୍ରାମରେ ୮୦ କୋଟି ଟଙ୍କା ମୂଲ୍ୟରେ ଏକ ଅଟ୍ଟାଳିକା ରହିଛି ।
କାର୍ କଲେକସନ୍
ବିରାଟ ଓ ଅନୁଷ୍କାଙ୍କ ଦାମୀ ଗାଡ଼ି ପ୍ରତି ଅହେତୁକ ଦୁର୍ବଳତା ରହିଛି । କୋହଲିଙ୍କ ନିକଟରେ ଅନେକ ବିଦେଶୀ କମ୍ପାନୀର ଦାମୀ କାର୍ ରହିଛି। ସେ ଏକ ୧୨ ସିଟ୍ ବିଶିଷ୍ଟ ଜେଟ୍ ମଧ୍ୟ ରଖିଛନ୍ତି। ଯାହାର ଦାମ ୧୩୬କୋଟଇ ଟଙ୍କାରୁ ମଧ୍ୟ ଅଧିକ। କୋହଲିଙ୍କ ଦାମୀ ଓ ପସନ୍ଦର କାର୍ ମଧ୍ୟରେ ରହିଛି :
ଲାମ୍ବୋର୍ଗିନି ହରାକାନ | ୪.୯୯ େକାଟି ଟଙ୍କା | ଅଡ଼ି ଏ୮ଏଲ୍ | ୧.୫୮କୋଟି ଟଙ୍କା |
ଅଡ଼ି ଆର୮ ଭି୧୦ ପ୍ଲସ | ୨.୭୨କୋଟି ଟଙ୍କା | ଅଡ଼ି ଆରବି ଏଲଏମଏକ୍ସ | ୨.୯୭କୋଟି ଟଙ୍କା |
ଅଡ଼ି କ୍ୟୁ୮ | ୧.୩୩କୋଟି ଟଙ୍କା | ଅଡ଼ି କ୍ୟୁ୭ | ୮୧.୧୮ଲକ୍ଷ ଟଙ୍କା |
ଅଡ଼ି ଆରଏସ୫ | ୧.୧୧କୋଟି ଟଙ୍କା | ଅଡ଼ି ଏସ୫ | ୭୯.୦୬ଲକ୍ଷ ଟଙ୍କା |
ରେନୋ ଡଷ୍ଟର | ୧୩.୫୯ଲକ୍ଷ ଟଙ୍କା | ଟୟୋଟା ଫର୍ଚ୍ୟୁନର | ୩୭.୫୮ଲକ୍ଷ ଟଙ୍କା |
ରେଞ୍ଜ ରୋଭର ଭୋଗ୍ | ୨.୧୧କୋଟି ଟଙ୍କା | ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟି | ୪.୦୪କୋଟି ଟଙ୍କା |
ବେଣ୍ଟଲି ଫ୍ରାଇଂ ସ୍ପର | ୩.୪୧କୋଟି ଟଙ୍କା | ସେସ୍ନା ୬୮୦ ସିଟେସନ୍ ସୋଭରେନ୍ ଜେଟ୍ | ୧୩୬. ୯ କୋଟି ଟଙ୍କା |
କୋହଲିଙ୍କ ଘଣ୍ଟା କଲେକସନ୍:
ରୋଲାକ୍ସ ଡେଟୋନା | ୪୧ଲକ୍ଷ ଟଙ୍କା |
ପାଟେକ ଫିଲିପ ଆକ୍ୱାନଟ୍ | ୬୧.୫ଲକ୍ଷ ଟଙ୍କା |
ଅଡେମର୍ସ ପିଗେଟ୍ ରୟାଲ୍ ଓକ୍ | ୪୧ଲକ୍ଷ ଟଙ୍କା |
ପାନେରାଇ ଲ୍ୟୁମିନର | ୧୨.୩ଲକ୍ଷ ଟଙ୍କା |
ଓମେଗା ସିମାଷ୍ଟର ପ୍ଲାନେଟ ଓସେନ | ୮.୨ଲକ୍ଷ ଟଙ୍କା |
ଟ୍ୟାଗ ହ୍ୟୁୟର କନେକ୍ଟେଡ | ୨.୪୬ଲକ୍ଷ ଟଙ୍କା |
previous article: https://purvapaksa.com/honda-amaze-2024-launched-at-rs-8-lakh-most-affordable-adas-car/