Women Fertility: ମା’ ହେବା ସମସ୍ତ ମହିଳାମାନଙ୍କର ସ୍ୱପ୍ନ ହୋଇଥାଏ । ଏହାକୁ ବଡ଼ ସୌଭାଗ୍ୟର କଥା ବୋଲି କୁହାଯାଇଥାଏ ।
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ହେତୁ ମହିଳାମାନଙ୍କଠାରେ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ବା ଫର୍ଟିଲିଟି ସମସ୍ୟା ବଢ଼ିବାରେ ଲାଗିଛି । ସଠିକ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ମହିଳାଙ୍କ ମା’ ହେବା ସମ୍ଭାବନାକୁ ବୃଦ୍ଧି କରିଥାଏ । ତେବେ ଘରକୁ ଏକ ନୂଆ ଅତିଥିଙ୍କ ଆଗମନର ଖବର ମାତା ଓ ପିତାଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କ ହୃଦୟକୁ ଖୁସିରେ ଭରିଦିଏ । କିନ୍ତୁ ଏହି ଖୁସି ସହିତ ଅନେକ ପ୍ରକାର ସମସ୍ୟା ମଧ୍ୟ ଆସିଥାଏ । ଯେଉଁଥିପାଇଁ କି ତାଙ୍କୁ ଗର୍ଭଧାରଣ ସମୟରେ ସର୍ବଦା ସତର୍କ ରହିବା ଆବଶ୍ୟକ ।

ବିଶେଷକରି ପ୍ରଥମ ଥର ମା’ ହେବାକୁ ଯାଉଥିବା ମହିଳାମାନେ କିପରି ନିଜର ଯତ୍ନ ନେବେ ଓ ଖାଇବାରେ କେଉଁ ଖାଦ୍ୟ ଖାଇବେ, ଏହା ବିଷୟରେ ଜାଣିନଥାନ୍ତି । ଯାହାଫଳରେ ସେମାନଙ୍କ ମନରେ ଖାଦ୍ୟପେୟକୁ ନେଇ ଅନେକ ପ୍ରକାରର ଭୁଲ ଧାରଣା ରହିଥାଏ । ଯଦି ଆପଣ ଗର୍ଭଧାରଣ ପାଇଁ ଯୋଜନା କରୁଛନ୍ତି କିମ୍ବା ପ୍ରସ୍ତୁତ କରୁଛନ୍ତି, ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ ଆପଣ ଖାଉଥିବା କିଛି ଖାଦ୍ୟ ଆପଣଙ୍କ ଫର୍ଟିଲିଟି ଉପରେ ପ୍ରଭାବ ପକାଇପାରେ । ଜଣେ ସୁସ୍ଥ ମା’ଠାରୁ ହିଁ ଜନ୍ମ ନେଇଥାଏ ସୁସ୍ଥ ଶିଶୁ । ସେଥିପାଇଁ ଏହି ସମୟରେ ନିଜର ଯତ୍ନ ନେବା ବା ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ ।

କେଉଁ ଖାଦ୍ୟ ଖାଇବେ ନାହିଁ :
- ସୁଷମ ଖ୍ୟଦ୍ୟ ସହିତ ନିଜ ଖାଇବାରେ କିଛି ଫଳକୁ ମଧ୍ୟ ସାମିଲ କରନ୍ତୁ । ଫଳ ଖାଇବାଦ୍ୱାରା ଶିଶୁକୁ ଆବଶ୍ୟକୀୟ ତତ୍ୱ ମିଳିଥାଏ । ହେଲେ ଏଭଳି ସମୟରେ ପାଚିଲା ଅମୃତଭଣ୍ଡା ଏବଂ ସପୁରି ଭଳି ଫଳକୁ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ଫର୍ଟିଲିଟି ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ।
- ମାଦକ ପଦାର୍ଥ ତଥା ବିଡ଼ି ସିଗାରେଟ ଠାରୁ ଦୁରେଇ ରହିବା ଅତ୍ୟନ୍ତ ଆବଶ୍ୟକ। ମା’ ହେବା ସମୟରେ ଯଦି ଆପଣ ଏହାକୁ ପିଇଥାନ୍ତି, ତେବେ ଏହା ଶିଶୁ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ। ତଥା ଅନେକ ସମୟରେ ଦେଖାଯାଏ ଯେ, ଶିଶୁଟି ଜନ୍ମ ହେବା ପରେ ତାଙ୍କୁ ସ୍ୱାସ ସମ୍ବଦ୍ଧିୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
- ଅଧିକ ପରିମାଣର ଟ୍ରାନ୍ସ ଫ୍ୟାଟ୍ ଥିବା ଖାଦ୍ୟ ଯେପରିକି ବେକ୍ରୀ ଆଇଟମ୍, ପ୍ୟାକେଜ୍ ସ୍ନାକ୍ସ ତଥା ଫ୍ରାଏଡ଼ ଖାଦ୍ୟ ମହିଳାମାନଙ୍କର ଫର୍ଟିଲିଟି ପାଇଁ କ୍ଷତିକାରକ ହୋଇଥାଏ। ଏହି ଖାଦ୍ୟରେ ଉପସ୍ଥିତ ଥିବା ଟ୍ରାନ୍ସ ଫ୍ୟାଟ୍ ହରମୋନ୍ ସନ୍ତୁଳନକୁ କ୍ଷତି ପହଞ୍ଚାଇପାରେ ଏବଂ ଡିମ୍ବାଣୁର କାର୍ଯ୍ୟକୁ ଦୁର୍ବଳ କରିପାରେ । ଏଗୁଡ଼ିକ ବଦଳରେ ଆପଣ ଖାଦ୍ୟରେ ଅଲିଭ୍ ତେଲ, ଆଭୋକାଡୋ ଏବଂ ବାଦାମ ଖାଇବା ଉଚିତ।
- କଫି, ଚା ଏବଂ ଏନର୍ଜି ଡ୍ରିଙ୍କରେ କଫିନର ପରିମାଣ ଅଧିକ ରହିଥାଏ। ଯାହା ମହିଳାଙ୍କ ଫର୍ଟିଲିଟି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଅନେକ ଅଧ୍ୟୟନ ପ୍ରମାଣିତ କରିଛି ଯେ, ଅତ୍ୟଧିକ କଫିନ୍ ବ୍ୟବହାର ଗର୍ଭଧାରଣରେ ଅସୁବିଧା ସୃଷ୍ଟି କରିପାରେ।

କିପରି ନିଜର ଯତ୍ନ ନେବେ :
- ପ୍ରଥମ ୭ ମାସର ପ୍ରତ୍ୟେକ ମାସ ଡାକ୍ତରୀ ଚିକିତ୍ସା ଜରୁରୀ।
- ଏହି ସମୟରେ ଶିଶୁର ସ୍ୱାସ୍ଥ୍ୟ ଏବଂ ହାଡ଼ ମଜଭୁତ ହେବା ପାଇଁ କ୍ୟାଲସିୟମ ଏବଂ ଆଇରନ ଔଷଧ ନିୟମିତ ଖାଆନ୍ତୁ।
- ଗର୍ଭବତୀ ମହିଳାମାନେ ଦିନକୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ମଧ୍ୟାହ୍ନରେ ୨ ଘଣ୍ଟା ଏବଂ ରାତିରେ ୬ ଘଣ୍ଟା ଶୋଇଲେ ଉଭୟ ମା’ ଏବଂ ଶିଶୁ ସ୍ୱାସ୍ଥ୍ୟ ଭଲ ରହିଥାଏ।
- ଶୋଇବା ସମୟରେ ବାମ କଡ଼ରେ ଶୋଇବା ଫଳରେ ଶିଶୁ ନିକଟକୁ ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ।
ଗର୍ଭବତୀ ମହିଳାମାନେ ପ୍ରୋଟିନ ଯୁକ୍ତ ଖାଦ୍ୟ ଏବଂ କମ କାର୍ବୋହାଇଡ୍ରେଟ୍ସ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ସବୁଜ ପନିପରିବା ଏବଂ ଫଳମୂଳ ଏହି ସମୟରେ ଖାଇବା ଫଳରେ ଶିଶୁର ବିକାଶ ହୋଇଥାଏ। - ଶରୀରରେ ପାଣିର ଅଭାବ ଦେଖାଦେଲେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ପ୍ରତି ବିପଦ। ତେଣୁ ଗର୍ଭାବସ୍ଥାରେ ପ୍ରଚୁର ପାଣି ପିଇବା ଉଚିତ।
- ଭ୍ରୁଣର ସୁସ୍ଥ ବିକାଶ ପାଇଁ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର ଏକ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।
- ଗର୍ଭଧାରଣ ସମୟରେ ମା’ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଆବଶ୍ୟକ କରେ । ଗର୍ଭବତୀ ମା’ ଓ ଗର୍ଭସ୍ଥ ଶିଶୁର ଅବିବୃଦ୍ଧି ପାଇଁ ଆବଶ୍ୟକୀୟ ପୁଷ୍ଟିସାର, ଶ୍ଵେତସାର, ଭିଟାମିନ୍ ଓ ଧାତବଲବଣ ଆବଶ୍ୟକ ହୁଏ। ତେଣୁ ଗର୍ଭବତୀ ମହିଳାମାନେ ଡାଲି ଜାତୀୟ ଖାଦ୍ୟ, କ୍ଷୀର, ଦହି ମାଛ ମାଂସ ଭାତ, ରୁଟି ଘିଅ, ଲହୁଣି, ଶାଗ ସଜନା ଛୁଇଁ, କଞ୍ଚା କଦଳୀ, ସବୁଜ ପାରିବା ଆଦି ଖାଇବା ଉଚିତ।
ALSO READ: https://purvapaksa.com/can-chest-compressions-save-lives-in-heart-attacks-know-the-answer/

