Ganesh Puja: ସମସ୍ତ ଭକ୍ତଙ୍କ ଦୁଃଖ କଷ୍ଟକୁ ଦୂର କରିଥାନ୍ତି ବିଘ୍ନ ହର୍ତା ଗଣେଶ । ସପ୍ତାହର ଚତୁର୍ଥ ଦିନ ବୁଧବାରକୁ ଗଣେଶଙ୍କର ଦିନ ବୋଲି କୁହାଯାଏ ।
ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । କୌଣସି ବି ଧାର୍ମିକ କାର୍ଯ୍ୟରେ କିମ୍ବା କୌଣସି ବି ଅନୁଷ୍ଠାନରେ ଆମେ ପ୍ରଥମପୂଜ୍ୟ ଗଣେଶଙ୍କୁ ପୂଜା କରିଥାଉ । ତାଙ୍କୁ ପୂଜା କରିବା ଦ୍ୱାରା ଆମର କୌଣସି ଶୁଭ କାମରେ ବାଧା ଆସି ନଥାଏ । ବୁଧବାର ଦିନ ଭଗବାନ ଗଣେଶଙ୍କ ଉପାସନା ପାଇଁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ। ଯଦି ଆପଣ କିଛି କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ବୁଧବାର ଠାରୁ ଆରମ୍ଭ କରିପାରିବେ । ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇ ଯଦି ଆପଣ କୌଣସି କାମ ଆରମ୍ଭ କରିଥାନ୍ତି ତେବେ ତାହା ସମ୍ପୂର୍ଣ୍ଣ ହୋଇଥାଏ ।
ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ମଧ୍ୟ କୁହାଯାଏ । ତାଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ଯଦି ଆପଣ ବୁଧବାରଦିନ ଭଗବାନ ଗଣେଶଙ୍କୁ ଉପାସନା କରନ୍ତି, ତେବେ ଭଗବାନ ଆପଣଙ୍କୁ ବୁଦ୍ଧି ଏବଂ ଜ୍ଞାନରେ ଆଶୀର୍ବାଦ କରିଥାନ୍ତି । ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ଜରୁରୀ । ଏହା କରିବା ଦ୍ୱାରା ତାଙ୍କୁ ବୁଦ୍ଧି ଏବଂ ଜ୍ଞାନ ମିଳିଥାଏ । ମାନସିକ ଶାନ୍ତି ପାଇଁ ବୁଧବାରଦିନ ଭଗବାନ ଗଣେଶଙ୍କୁ ପୂଜା କରାଯାଏ । ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଚିନ୍ତା ଦୂର ହୁଏ । ବୁଧବାର ଦିନ ମନରେ ଶ୍ରଦ୍ଧା ଓ ବିଶ୍ୱାସ ରଖି ଭଗବାନ ଗଣେଶଙ୍କ ପୂଜା କରିଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।
ଭଗବାନ ଗଣେଶଙ୍କୁ ହଳଦିଆ ରଙ୍ଗ ବହୁତ ପସନ୍ଦ । ବୁଧବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଓ ୧୧ଟି ହଳଦିଆ ଫୁଲ ଓ ଲଡୁ ଅର୍ପଣ କରନ୍ତୁ । ଏହାସହ ଶୁଦ୍ଧ ଘିଅର ଦୀପ ଜାଳନ୍ତୁ । କୌଣସି ବି ମନସ୍କାମନା ଥିଲେ ଭଗବାନ ଗଣେଶଙ୍କର ପୂଜା କରିଲେ ସେ ବହୁତ ଶୀଘ୍ର ମନସ୍କାମନା ପୂରଣ କରିଦିଅନ୍ତି । ଯଦି ଆପଣଙ୍କର ବିବାହରେ କୌଣସି ବାଧା ଆସୁଥାଏ କିମ୍ବା ସନ୍ତାନ ପ୍ରାପ୍ତିରେ କୌଣସି ବାଧା ଆସୁଥାଏ, ଧନର ଅଭାବ ଥିଲେ କରଜରେ ଘେରି ହୋଇ ରହିଥିଲେ, ଶିକ୍ଷାରେ ସଫଳତା ମିଳୁନଥିଲେ ଆପଣଙ୍କ ସ୍ମରଣଶକ୍ତି କମଜୋର ଥିଲେ, ପରୀକ୍ଷାରେ ସଫଳତା ମିଳୁନଥିଲେ, ବ୍ୟବସାୟରେ ସଫଳତା ମିଳୁନଥିଲେ, ଘରେ ଝଗଡ଼ା ଲାଗି ରହିଲେ କିମ୍ବା ଚାକିରୀରେ ସଫଳତା ମିଳୁନଥିଲେ ଭଗବାନ ଗଣେଶ ସମସ୍ତ ସମସ୍ୟାକୁ ଦୂର କରିଥାନ୍ତି ।
ପୂଜା ସମୟରେ ‘ଓଁ ବିଘ୍ନହର୍ତ୍ତା ନମଃ’ ମନ୍ତ୍ରକୁ ୩ଥର ଜପ କରନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘରେ ମତଭେଦ ରହିଥାଏ ଏବଂ ଯଦି ଆପଣଙ୍କ ଘରେ ଶାନ୍ତି ନଥାଏ । ତେବେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ । ଏହା କରିବା ଦ୍ୱାରା ଘରେ ଶାନ୍ତି ଆସିଥାଏ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ଏକତା ଏବଂ ପ୍ରେମ ଭାବନାକୁ ବହୁଗୁଣିତ କରିଥାଏ ।
ALSO READ: https://purvapaksa.com/how-to-do-ekadashi-vrata/