Banana Benefits: କଦଳୀରେ ପୋଟାସିୟମ୍, ଡାଏଟ୍ରି ଫାଇବର, ଭିଟାମିନ୍ ସି, ବି୬, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍ ଆଦି ଅନେକ ପୋଷକ ତତ୍ତ୍ୱ ରହିଥାଏ। କିଛି ଲୋକ ସକାଳ ଜଳଖିଆରେ ଅଧିକ ଫଳ ଖାଇଥାନ୍ତି ।
କଦଳୀ ଏମିତି ଏକ ଫଳ ଯାହା ୧୨ ମାସରେ ମିଳିଥାଏ । ଏହା ଅନ୍ୟ ଫଳ ତୁଳନାରେ ଶସ୍ତା, ତେଣୁ ଲୋକମାନେ ଏହାକୁ ଅଧିକ ଖାଆନ୍ତି । ଗୋଟିଏ କଦଳୀ ଖାଇବା ଦ୍ୱାରା ଆପଣ ଦିନସାରା ଶକ୍ତିରେ ଭରପୂର ରହିପାରିବେ । କଦଳୀରେ ପୋଟାସିୟମ୍, ଡାଏଟ୍ରି ଫାଇବର, ଭିଟାମିନ୍ ସି, ବି୬, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍ ଆଦି ଅନେକ ପୋଷକ ତତ୍ତ୍ୱ ରହିଥାଏ। କିଛି ଲୋକ ସକାଳ ଜଳଖିଆରେ ଅଧିକ ଫଳ ଖାଇଥାନ୍ତି । ଏଭଳି ପରିସ୍ଥିତିରେ କିଛି ଲୋକ ଖାଲି ପେଟରେ କଦଳୀ ଖାଆନ୍ତି ତ ଆଉ କିଛି ଖାଆନ୍ତି ନାହିଁ । ଏଠାରେ ଜାଣିବା ଜରୁରୀ ସକାଳେ ଖାଲି ପେଟରେ କଦଳୀ ଖାଇବାଦ୍ୱାରା ଫାଇଦା ମିଳିଥାଏ ।
ଖାଲି ପେଟରେ କଦଳୀ ଖାଇବାର ଫାଇଦା
ସକାଳେ ଖାଲି ପେଟରେ କଦଳୀ ଖାଇଲେ ପାଚନ ଶକ୍ତି ବଢ଼ିଥାଏ। କଦଳୀରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ପେଟର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ। ଫାଇବର ଅନ୍ତନଳୀରେ ଜମା ହୋଇଥିବା ମଳକୁ କୋହଳ କରିଦିଏ, ଯାହା ଦ୍ୱାରା ସିଷ୍ଟମକୁ ସହଜରେ ସଫା କରି ବାହାର କରି ଦିଆଯାଏ । କୋଷ୍ଠକାଠିନ୍ୟ ସମସ୍ୟା ହୁଏ ନାହିଁ । ପେଟରେ ଜମା ହୋଇଥିବା ମଇଳାକୁ ସଫା କରିବାରେ ଏକ ସହଜ ଉପାୟ ହେଉଛି ପ୍ରତିଦିନ ଗୋଟିଏ କଦଳୀ ଖାଇବା । ଏଥିରେ ଥିବା ପୋଟାସିୟମ୍ ପାଚନ କ୍ରିୟାକୁ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
ସକାଳେ କଦଳୀ ଖାଇଲେ ଦିନସାରା ଶକ୍ତି ଭରି ରହିଥାଏ। ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଶରୀରରେ ପ୍ରବେଶ କରିବା ମାତ୍ରେ ଇନ୍ଧନ ଭଳି କାମ କରିଥାଏ। କଦଳୀରେ ଥିବା କାର୍ବୋହାଇଡ୍ରେଟକୁ ଶରୀର ଗ୍ଲୁକୋଜରେ ପରିଣତ କରି ପରେ ଇନ୍ଧନ ଭାବେ ବ୍ୟବହାର କରିଥାଏ। ଏହି ଉପାୟରେ ଆପଣ କଦଳୀ ଖାଇବାଦ୍ୱାରା ଶକ୍ତିରେ ଭରପୂର ଏବଂ ସକ୍ରିୟ ରୁହନ୍ତି ।
କଦଳୀରେ ଭିଟାମିନ୍ ସି ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ। ସଂକ୍ରମଣ ସହ ଲଢ଼େଇ କରୁଥିବା ଶ୍ୱେତ ରକ୍ତ କଣିକା ଶରୀରରେ ଭିଟାମିନ୍ ସି ସାହାଯ୍ୟରେ ଉତ୍ପନ୍ନ ହୋଇଥାଏ। ଏହା ଫ୍ରି ରେଡିକାଲକୁ କୋଷକୁ କ୍ଷତି ପହଞ୍ଚାଇବାରୁ ରୋକିବାରେ ସାହାଯ୍ୟ କରିଥାଏ ।
ନିୟମିତ କଦଳୀ ଖାଇଲେ ଏହା ଆପଣଙ୍କ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ। ସୁସ୍ଥ ହୂତପିଣ୍ଡ ପାଇଁ ପୋଟାସିୟମ୍ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ । ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଶରୀରରେ ପୋଟାସିୟମର ମାତ୍ରା ଅଧିକ ହେବା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇପାରେ । ଏହା ଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା ବଢିଯାଇଥାଏ ।
କଦଳୀ ଖାଇବା ଦ୍ୱାରା ଶରୀରରେ ପ୍ରଦାହ କମ୍ ହୋଇଥାଏ। ଯେଉଁ ମାନଙ୍କର ମାଂସପେଶୀ ରେ ଯନ୍ତ୍ରଣା ଅଛି ସେମାନେ ଏହି ଫଳ ଖାଇବା ଉଚିତ୍ । ଏଥିରେ ଥିବା ପୋଟାସିୟମ ମାଂସପେଶୀ ଯନ୍ତ୍ରଣାରୁ ରକ୍ଷା କରିଥାଏ।
Also read https://purvapaksa.com/monkeypox-is-on-the-decline-but-lets-find-out-why-who-is-calling-for-caution/