ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରାଯାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ ।
ସଙ୍କଟ ମୋଚନ ତାଙ୍କ ସମସ୍ତ ଭକ୍ତଙ୍କ ଜୀବନରୁ ସଙ୍କଟ ଦୂର କରିବା ସହ ସୁରକ୍ଷା ପ୍ରଦାନ କରିଥାଆନ୍ତି । ତେବେ ମଙ୍ଗଳବାର ଦିନ କରୁଥିବା ମଙ୍ଗଳ ବ୍ରତର ବିଶେଷ ମାନ୍ୟତା ରହିଛି । ତେଣୁ ହନୁମାନଙ୍କ ଭକ୍ତମାନେ ମଙ୍ଗଳବାର ଦିନ ତାଙ୍କୁ ପୂଜା କରିଥାଆନ୍ତି।
ଯଦି ଆପଣ ମଧ୍ୟ ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତି କିମ୍ବା ମଙ୍ଗଳବାର ଦିନ ଉପବାସ ରଖନ୍ତି, ତେବେ ଆପଣଙ୍କୁ ଏହା ସହିତ ଜଡିତ ନିୟମ ଜାଣିବା ଅବଶକ ଅଟେ। ସଙ୍କଟମୋଚନ ହନୁମାନଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ସର୍ବୋତ୍ତମ ଦିନ । ଯଦି ଆପଣ ମଙ୍ଗଳବାର ଉପବାସ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣ ଯେ କୌଣସି ମାସର ଶୁକ୍ଲ ପକ୍ଷର ମଙ୍ଗଳବାର ଦିନ ଠାରୁ ଉପବାସ ଆରମ୍ଭ କରିପାରିବେ। ଏହି ବ୍ରତ ଆପଣ ୨୧ ରୁ ୪୫ ଦିନ କରିପାରିବେ ଏବଂ ଏହା ପରେ ଉପବାସ ଭାଙ୍ଗିବାକୁ ପଡ଼ିଥାଏ।
ମଙ୍ଗଳ ବ୍ରତ କରିବାର ନିୟମ
ଏହି ବ୍ରତ ଅବିବାହିତ ପୁରୁଷ ତଥା ମହିଳାମାନେ କରି ପାରିବେ। ନିଜ ମନୋସ୍କାମନା ପୂରଣ କରିବା ସହ ସମସ୍ତ ସଙ୍କଟରୁ ରକ୍ଷା କରିଥାନ୍ତି ସଙ୍କଟମୋଚନ ହନୁମାନ। ମଙ୍ଗଳବାର ଉପବାସ ସମୟରେ ଶୁଦ୍ଧତା ଏବଂ ସଠିକତାର ବିଶେଷ ଯତ୍ନ ନେବା ଉଚିତ। ଦର୍ଶନ ପୂର୍ବରୁ ଗାଧୋଇବା ସହ ସଫା ପୋଷାକ ପିନ୍ଧିବା ଉଚିତ। ବିଶେଷ କରି ମହିଳାମାନଙ୍କୁ ତାଙ୍କ ଶୁଦ୍ଧତା ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ। ମଙ୍ଗଳବାର ଦିନ ଉପବାସ କରୁଥିବା ଲୋକମାନେ ଲୁଣ ଖାଇବା ଉଚିତ୍ ନୁହେଁ ଏବଂ ଧୂମପାନ ତଥା ମାଦକ ପଦାର୍ଥ ଠାରୁ ଦୂରେଇ ରହିବା ଉଚିତ। ଫଳ ତଥା ସଂପୂର୍ଣ୍ଣ ନିରାମିଷ ଖାଇ ଆପଣ ଏହି ଉପବାସକୁ ପାଳନ କରିପାରିବେ । ଏହି ବ୍ରତ କରିବା ସମୟରେ ଆପଣଙ୍କୁ ମୋକ୍ଷ, ମୋହ, ମାୟା ପାଖରୁ ଦୂରେଇ ରହିବାକୁ ପଡ଼ିଥାଏ ।
ସଙ୍କଟମୋଚନ ହନୁମାନଙ୍କର ନାଲି ଏବଂ ଗେରୁଆ ରଙ୍ଗ ପ୍ରିୟ ଅଟେ । ତେଣୁ ମଙ୍ଗଳବାର ଉପବାସ ପୂଜା ସମୟରେ ନାଲି କିମ୍ବା ସାଫ୍ରନ୍ ରଙ୍ଗର ପୋଷାକ ପିନ୍ଧିବା ଶୁଭ ଅଟେ। କିନ୍ତୁ ଭୁଲରେ ମଧ୍ୟ ଧଳା କିମ୍ବା କଳା ପୋଷାକ ପିନ୍ଧନ୍ତୁ ନାହିଁ। ଶୁଦ୍ଧ ମନରେ ତାଙ୍କୁ ପୂଜା କରିବା ଦ୍ୱାରା ସଙ୍କଟମୋଚନ ହନୁମାନ ଆପଣଙ୍କୁ ଶୁଭ ଫଳ ଦେଇଥାଆନ୍ତି ।
ALSO READ: https://purvapaksa.com/meaning-of-moles-on-different-parts-of-face/