ୟୁରୋପୀୟ ସଂଘର ଏକ ଉଚ୍ଚସ୍ତରୀୟ ‘ଟିମ୍ ୟୁରୋପ’ ପ୍ରତିନିଧିମଣ୍ଡଳ ଜୁନ୍ ୮ରେ କରିଛନ୍ତି ଆସାମ ଗସ୍ତ । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତର ଉତ୍ତର-ପୂର୍ବ ରାଜ୍ୟ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା । ଏହି ପ୍ରତିନିଧିମଣ୍ଡଳରେ EU ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରଦୂତ, ବରିଷ୍ଠ ଅଧିକାରୀ ଏବଂ ୟୁରୋପର ପ୍ରମୁଖ ବ୍ୟବସାୟ ନେତାମାନେ ସାମିଲ ହୋଇଛନ୍ତି ।

ପ୍ରତିନିଧିମଣ୍ଡଳରେ ଭାରତ ଏବଂ ଭୁଟାନରେ EU ରାଷ୍ଟ୍ରଦୂତ ହର୍ଭେ ଡେଲଫିନ୍, ବିଭିନ୍ନ ୟୁରୋପୀୟ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ବରିଷ୍ଠ ପ୍ରତିନିଧିମାନଙ୍କ ସହିତ ଉପସ୍ଥିତ ରହିଛନ୍ତି । ନିବେଶ ଏବଂ ବାଣିଜ୍ୟ ପାଇଁ ନୂତନ ମାର୍ଗ ଅନୁସନ୍ଧାନ କରିବା ପାଇଁ ଦଳ ଆସାମ ସରକାର ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ବୈଠକ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
କ’ଣ ପାଲଟିବ ଆଲୋଚନାର ବିଷୟ ?
ଗସ୍ତ ସମୟରେ, ନବୀକରଣୀୟ ଏବଂ ସବୁଜ ଶକ୍ତି, ସ୍ଥାୟୀ ସହରାଞ୍ଚଳ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଔଷଧ, ଅର୍ଦ୍ଧପରିବାହୀ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଚା ଏବଂ କୃଷି-ଆଧାରିତ ପ୍ରକ୍ରିୟାକରଣ, ସ୍ୱାଦ ଏବଂ ସୁଗନ୍ଧ, ଏବଂ ଆୟୁଷ ଭଳି କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ଉପରେ ଆଲୋଚନା ହେବା ନେଇ ଚାଲିଛି କଳ୍ପନା-ଜଳ୍ପନା ।
A high-level “Team Europe” delegation of the European Union (EU) will be in Guwahati, Assam, on 8–9 June to advance collaboration opportunities between Europe and India’s North-Eastern States in line with the priorities set out in the joint Comprehensive Strategic Agenda agreed… pic.twitter.com/xVcabGXB23
— ANI (@ANI) June 7, 2026
ୟୁରୋପୀୟ ସଂଘ ବିଶ୍ୱାସ କରେ ଯେ ,ଆସାମ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ସମ୍ବଳ, ରଣନୈତିକ ସ୍ଥାନ ଏବଂ ଶିଳ୍ପ ସମ୍ଭାବନା ୟୁରୋପୀୟ ନିବେଶକଙ୍କ ପାଇଁ ଆକର୍ଷଣୀୟ ସୁଯୋଗ ପ୍ରଦାନ କରେ।’ ଏହି ଗସ୍ତକୁ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି।


