ବର୍ତ୍ତମାନ ଏକ ବିଶେଷ ଖବର କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱର ନିଦ ହଜାଇ ଦେଇଛି । ଆମେରିକାର ଗୁପ୍ତଚର ସଂସ୍ଥା ଏବଂ ଭୂ-ରାଜନୈତିକ ବିଶେଷଜ୍ଞମାନେ ଏକ ଭୟଙ୍କର ଚେତାବନୀ ଦେଇଛନ୍ତି – “୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧ ହୋଇପାରେ।”
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆମେରିକା କହିଛି ଯେ ଏଥର ଯୁଦ୍ଧ ହେଲେ ସେ ମଧ୍ୟ ଏହାକୁ ରୋକିବାରେ ଅସମର୍ଥ ହୋଇପାରେ । ତେବେ କାହିଁକି ଟ୍ରମ୍ପଙ୍କ ପାଖରୁ ଆସିଲା ଏପରି ମନ୍ତବ୍ୟ ?

ଭାରତ-ପାକିସ୍ତାନ ଯୁଦ୍ଧ ୨୦୨୬: ଆମେରିକାର ଚେତାବନୀ କାହିଁକି?
ୟୁଏସ ମିଡିଆ ଏବଂ ସେଠାକାର ଥିଙ୍କ-ଟ୍ୟାଙ୍କ ମାନେ ଏବେ ଏକ ନୂଆ ରିପୋର୍ଟ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଏମିତି ଏକ ସ୍ତରକୁ ଚାଲିଗଲାଣି ଯେଉଁଠାରୁ ଫେରିବା କଷ୍ଟକର। ବିଶେଷ କରି ୨୦୨୫ର ‘ଅପରେସନ ସିନ୍ଦୂର’ (Operation Sindhur) ପରେ ଭାରତର ଆଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି।

ଆମେରିକାର ପୂର୍ବତନ କୂଟନୀତିଜ୍ଞ ଏଲିଜାବେଥ୍ ଥ୍ରେଲକେଲ୍ଡଙ୍କ ଅନୁସାରେ, ଆସନ୍ତା ଯୁଦ୍ଧ ଅତି ବିପଜ୍ଜନକ ହେବ। ଏଥିରେ କେବଳ ବନ୍ଧୁକ ବା ତୋପ ଚାଲିବ ନାହିଁ, ବରଂ ଡ୍ରୋନ୍ (Drones), ମିସାଇଲ୍ (Missiles) ଏବଂ ସାଇବର ଆଟାକ୍ (Cyber Attacks) ର ପ୍ରୟୋଗ ହେବ।
ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ଏବଂ ଭାରତର ଅସନ୍ତୋଷ
ଅତୀତରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଛି, ଆମେରିକା ସବୁବେଳେ ମଧ୍ୟସ୍ଥି ସାଜି ଯୁଦ୍ଧ ରୋକିବାକୁ ଚେଷ୍ଟା କରିଛି । ୨୦୨୫ର ସଂଘର୍ଷ ବେଳେ ଟ୍ରମ୍ପ ଦାବି କରିଥିଲେ ଯେ ସେ ଏହି ଯୁଦ୍ଧକୁ ରୋକିଛନ୍ତି ଏବଂ ପରମାଣୁ ଯୁଦ୍ଧରୁ ବିଶ୍ୱକୁ ବଞ୍ଚାଇଛନ୍ତି।

କିନ୍ତୁ ଭାରତ ଏହି କଥାରେ ଖୁସି ନାହିଁ। ଭାରତ ସ୍ପଷ୍ଟ କରିଛି ଯେ, ଆମେ କୌଣସି ଦେଶର ଚାପରେ ଯୁଦ୍ଧ ବନ୍ଦ କରିନାହୁଁ, ବରଂ ନିଜ ଇଚ୍ଛାରେ ଏବଂ ଆମର ଲକ୍ଷ୍ୟ ପୂରଣ ହେବା ପରେ ଅପରେସନ ବନ୍ଦ କରିଥିଲୁ। ତେଣୁ, ଯଦି ୨୦୨୬ରେ ଯୁଦ୍ଧ ହୁଏ, ତେବେ ଭାରତ ହୁଏତ ଆମେରିକାର କଥା ନଶୁଣିପାରେ।
ଅପରେସନ ସିନ୍ଦୂର ୨.୦: ଭାରତର ନୂଆ ନୀତି

ଭାରତ ଏବେ ‘ସଂଯମ’ (Restraint) ର ନୀତି ଛାଡି ସାରିଛି। ଯଦି ପାକିସ୍ତାନ ପକ୍ଷରୁ କୌଣସି ବି ଆତଙ୍କବାଦୀ କାର୍ଯ୍ୟକଳାପ ହୁଏ, ତେବେ ଭାରତ ସିଧାସଳଖ ‘ଅପରେସନ ସିନ୍ଦୂର ୨.୦’ ଲଞ୍ଚ କରିବ ବୋଲି ଚେତାବନୀ ଦେଇଛି।
ଭାରତର ଏହି ନୂଆ ରଣନୀତି ଆମେରିକା ପାଇଁ ଚିନ୍ତାର ବିଷୟ। କାରଣ ଆମେରିକା ଏବେ ଚାଇନାକୁ କାଉଣ୍ଟର କରିବା ପାଇଁ ଭାରତକୁ ଏକ ଶକ୍ତିଶାଳୀ ପ୍ରତିରକ୍ଷା ପାର୍ଟନର ଭାବେ ଦେଖୁଛି। ଯଦି ସେ ପାକିସ୍ତାନକୁ ସମର୍ଥନ କରେ, ତେବେ ଭାରତ ତା’ଠାରୁ ଦୂରେଇ ଯିବ।
ଚୀନର ହସ୍ତକ୍ଷେପ: ଏକ ବଡ଼ ବିପଦ
ଏହି ପୂରା ବିବାଦରେ ଚାଇନାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଚାଇନା ପାକିସ୍ତାନକୁ ନିଜର J-35 ଫିଫ୍ଥ ଜେନେରେସନ ଷ୍ଟିଲ୍ଥ ଫାଇଟର ଜେଟ୍ ଯୋଗାଇ ଦେଉଛି। ଏହି ବିମାନଗୁଡିକ ଭାରତର ରାଡାର ସିଷ୍ଟମ ଏବଂ ଏପରିକି S-400 କୁ ମଧ୍ୟ ଚକମା ଦେବାର କ୍ଷମତା ରଖନ୍ତି। ପାକିସ୍ତାନର ୮୦% ପ୍ରତିରକ୍ଷା ସରଞ୍ଜାମ ଏବେ ଚାଇନାରୁ ଆସୁଛି।
ଯୁଧ୍ୟ ନା ଶାନ୍ତି?

ବିଶ୍ୱର ବଡ଼ ବଡ଼ ଥିଙ୍କ-ଟ୍ୟାଙ୍କ ଏବଂ ରୁଷର ରିପୋର୍ଟ ମଧ୍ୟ ଦାବି କରୁଛି ଯେ ଏକ ପରମାଣୁ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇପାରେ । ଯଦିଓ ଆମେ ସମସ୍ତେ ଶାନ୍ତି ଚାହୁଁ, କିନ୍ତୁ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଚାଇନାର ଉସକାନିଆ ନୀତି ଭାରତକୁ କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିପାରେ।


