ହାତ ଓ ପାଦ ଭଳି ଅଙ୍ଗ ଶରୀରର ପ୍ରଥମ ଥଣ୍ଡା ଅନୁଭବକାରୀ ଅଙ୍ଗ କାରଣ ଶରୀରର ଉତ୍ତାପ ବଜାୟ ରଖିବା ପାଇଁ ସେଥିରେ ରକ୍ତ ସଞ୍ଚାଳନ ମନ୍ଥର ହୋଇଯାଏ । ଆମେ ଶରୀରର କେଉଁ ଅଙ୍ଗକୁ ସବୁଠାରୁ ଅଧିକ ଥଣ୍ଡା ଅନୁଭବ କରିଥାଉ ସେ ବିଷୟରେ ବିସ୍ତୃତ ଭାବେ କହିବୁ । ହାତ ଓ ଗୋଡ଼ ସବୁଠାରୁ ଥଣ୍ଡା ଅନୁଭୂତ ହୁଏ । କାରଣ ଏହି ଅଙ୍ଗଗୁଡ଼ିକର ତ୍ୱଚା ରେ ଅଧିକ ରକ୍ତ ସଞ୍ଚାଳନ ହୁଏ ନାହିଁ, ଯେଉଁକାରଣରୁ ହାତକୁ ସବୁଠାରୁ ଅଧିକ ଥଣ୍ଡା ଅନୁଭବ ହୋଇଥାଏ ।
ଶରୀରର ଏହି ଅଙ୍ଗଗୁଡ଼ିକ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୁଏ
ନାକ ପ୍ରଥମେ ଥଣ୍ଡା ହୁଏ କାରଣ ଏହା କାର୍ଟିଲେଜ ଟିସୁରେ ତିଆରି ହୋଇଥାଏ ଏବଂ ଏଥିରେ ଅଧିକ ଇନସୁଲେଟିଂ ଚର୍ବି ନଥାଏ । ଏହା ପଛରେ ମହିଳାଙ୍କ ଶରୀରର ଗଠନ ଏବଂ ସେମାନଙ୍କ ଅଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ
ରକ୍ତହୀନତା, ଡିହାଇଡ୍ରେସନ କିମ୍ବା ଭିଟାମିନ୍ ସି ଅଭାବ ଥିବା ବ୍ୟକ୍ତି ମାନଙ୍କ ଠାରେ ଥଣ୍ଡା ହେବାର ଦେଖାଯାଏ । ଶରୀରରେ ତାପମାତ୍ରାର ଅସ୍ଥିରତାକୁ ଅନୁଭବ କରିବା ଏବଂ ପ୍ରତିକ୍ରିୟା ଦେବା ପାଇଁ ଅତ୍ୟାଧୁନିକ ପ୍ରଣାଳୀ ଅଛି | ଚର୍ମରେ ଥିବା ସ୍ନାୟୁ ତାପମାତ୍ରାରେ ପରିବର୍ତ୍ତନକୁ ଧରି ମସ୍ତିଷ୍କକୁ ସୂଚନା ପଠାଇଥାଏ । ଶରୀରର ଅନ୍ୟାନ୍ୟ ଅଙ୍ଗ ତୁଳନାରେ ଆମର ଜଙ୍ଘ ଓ ତଳ ଗୋଡ଼ ଥଣ୍ଡା ପ୍ରତି କମ୍ ସମ୍ବେଦନଶୀଳ ହୋଇଥାଏ।
ଶରୀରର ନାକ ଓ କାନ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ, କାରଣ ଏହି ଅଙ୍ଗଗୁଡ଼ିକ ଖୋଲା ରହିଥାଏ ଏବଂ ଏହା ତାପମାତ୍ରା ସଂସ୍ପର୍ଶରେ ଆସିଥାଏ । ଥଣ୍ଡା ପବନ ନାକ ଦେଇ ଶରୀର ଭିତରକୁ ପ୍ରବେଶ କରିଥାଏ। ଆଉ ଏହି କାରଣରୁ ଥଣ୍ଡା ବାୟୁ ଫୁସଫୁସକୁ ଯାଇଥାଏ ।
ଶୀତ ଋତୁରେ ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ଥଣ୍ଡା ଅନୁଭବ କରନ୍ତି । କିନ୍ତୁ କିଛି ଲୋକଙ୍କ ହାତ ଓ ଗୋଡ଼ ଶରୀରର ଅନ୍ୟ ଅଙ୍ଗ ତୁଳନାରେ ଥଣ୍ଡା ଅନୁଭବ ହୋଇଥାଏ। ତେବେ ଆମ ଶରୀରର ଗଠନ ଏପରି ହୋଇଥାଏ ଯେ ଶରୀରର ତାପମାତ୍ରା ସନ୍ତୁଳିତ ରହିଥାଏ। କିଛି ଲୋକଙ୍କ ହାତ ଗୋଡ଼ରେ ଥଣ୍ଡା ଅନୁଭବ ହୋଇଥାଏ ।
ସୂଚନାଯୋଗ୍ୟ ଯେ ଯେତେବେଳେ ଶରୀର ବାହାରେ ତାପମାତ୍ରା ବହୁତ କମ୍ ଥାଏ, ସେହି ପରିସ୍ଥିତିରେ ଆମ ଶରୀର ସୁନିଶ୍ଚିତ କରିଥାଏ ଯେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହ ବଜାୟ ରଖିଥାଏ । ଯାହାଦ୍ୱାରା ଏହି ଅଙ୍ଗଗୁଡ଼ିକ ଉପରେ ବାହ୍ୟ ଥଣ୍ଡାର ପ୍ରଭାବ କମ୍ ହୋଇଥାଏ। ଏଭଳି ପରିସ୍ଥିତିରେ ରକ୍ତ ପ୍ରବାହରେ ପାର୍ଥକ୍ୟ ଦେଖାଦେଇଥାଏ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗରମ ହେବା ଦ୍ୱାରା ହାତ ଓ ଗୋଡ଼କୁ ରକ୍ତ ପ୍ରବାହ କମିବାରେ ଲାଗିଥାଏ । ଏହି କାରଣରୁ ଥଣ୍ଡା ଦିନେ କିଛି ଲୋକଙ୍କ ହାତ ଓ ଗୋଡ଼ରେ ଅଧିକ ଥଣ୍ଡା ଅନୁଭବ ହୋଇଥାଏ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା, ଏହାକୁ ଏଡାଇବା ପାଇଁ ଆପଣଙ୍କୁ କେବଳ ଅତିରିକ୍ତ ପଦକ୍ଷେପ ନେବାକୁ ପଡିବ । ଯଦି ଆପଣଙ୍କୁ ଅତ୍ୟଧିକ ଥଣ୍ଡା ଅନୁଭବ ହେଉଛି , ତେବେ ପ୍ରତିଦିନ କରନ୍ତୁ ଏହି କାମ ଗରମ ପୋଷାକ ପିନ୍ଧନ୍ତୁ ଓ ଦୈନିକ ବ୍ୟାୟାମ କରନ୍ତୁ ଏବଂ ବୁଲିବାକୁ ଯାଆନ୍ତୁ ।
Also readhttps://purvapaksa.com/wp-admin/post.php?post=5872&action=edit