ଦେଶରେ ଏଲପିଜି ସଙ୍କଟ ମଧ୍ୟରେ ଚାଲିଛି ଜୋରଦାର କଳାବଜାରୀ | ଆକ୍ସନ ମୋଡ୍ ରେ ଲକ୍ଷ୍ନୌ ପୋଲିସ | ତେବେ ସରକାରୀ ନିର୍ଦେଶ ଅନୁଯାୟୀ ଏସବୁ ନେଇ ଜାଲିଆତି କରିବା ଲୋକଙ୍କ ଉପରେ କଡା ନଜର ରଖିଥିଲା ପ୍ରଶାସନ | ତେବେ ଯାଞ୍ଚ ପାଇଁ ପ୍ରବର୍ତ୍ତନ ଦଳଗୁଡ଼ିକ ୧୪୮୩ଟି ସ୍ଥାନରେ ଚଢାଉ କରିଥିଲେ | ଏଲପିଜି ବିତରକଙ୍କ ବିରୁଦ୍ଧରେ ୪ଟି ଏଫଆଇଆର(FIR) ପଞ୍ଜିକୃତ କରାଯାଇଥିଲା | ଯେତେବେଳେକି କଳାବଜାରୀରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅନ୍ୟ ୨୦ ଜଣଙ୍କ ନାଁରେ ମଧ୍ୟ ପଞ୍ଜିକୃତ ହୋଇଛି ଅଭିଯୋଗ | ଏହା ସହ ବାକି ୬ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି ପୋଲିସ |
ଜିଲ୍ଲା ପ୍ରଶାସନ ସହିତ ଶୁକ୍ରବାର ଏହି ଚଢାଉଟି କରାଯାଇଥିଲା।

FIRs registered
ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ଅଭିଯାନର ଏକ ଅଂଶ ଭାବରେ, ୨୪ଟି ଏଫଆଇଆର ପଞ୍ଜିକୃତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ, ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ; ଏଲପିଜି ସିଲିଣ୍ଡରର ଯୋଗାଣ ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖୁଛନ୍ତି | ଏହାର ରାଜ୍ୟବ୍ୟାପୀ ଯାଞ୍ଚ ଏବଂ ଚଢାଉ କରୁଛନ୍ତି | ଯାହା ଦ୍ୱାରା କୌଣସି ସ୍ଥାନରେ ଅଭାବ କିମ୍ବା ଅନିୟମିତତା ନହୁଏ। ଏହି ପରିପ୍ରେକ୍ଷୀରେ, ମୁଖ୍ୟ ସଚିବ ଏସ୍ ପି ଗୋୟଲ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡରର ଉପଲବ୍ଧତା ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାରେ ଉତ୍ତର ପ୍ରଦେଶ ପ୍ରଥମ

ଏହି ଅଭିଯାନ ଅନ୍ତର୍ଗତ, ଜିଲ୍ଲା ସ୍ତରରେ ପ୍ରବର୍ତ୍ତନ ଦଳ ଶୁକ୍ରବାର ମୋଟ 1,483 ସ୍ଥାନରେ ଯାଞ୍ଚ ଏବଂ ଚଢାଉ କରିଥିଲେ | ଚଢ଼ାଉ ସମୟରେ, ଏଲପିଜି ବିତରକଙ୍କ ବିରୁଦ୍ଧରେ ଚାରିଟି ଏବଂ ଏଲପିଜି ଗ୍ୟାସର କଳାବଜାରୀରେ ସମ୍ପୃକ୍ତ ଅନ୍ୟ 20 ଜଣଙ୍କ ବିରୁଦ୍ଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା। ଘଟଣାସ୍ଥଳରୁ ଛଅ ଜଣଙ୍କୁ ଗିରଫ କରାଯିବା ସହ 19 ଜଣଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରାଯାଇଥିବା କୁହାଯାଇଛି ।

ରାଜ୍ୟରେ କାର୍ଯ୍ୟ କରୁଥିବା 4,108 ଏଲପିଜି ଗ୍ୟାସ ବିତରକଙ୍କ ମାଧ୍ୟମରେ, ଗ୍ରାହକମାନଙ୍କୁ ସେମାନଙ୍କ ବୁକିଂ ଅନୁସାରେ ଏଲପିଜି ସିଲିଣ୍ଡର ବିତରଣ କାର୍ଯ୍ୟକୁ ସୁନିଶ୍ଚିତ କରାଯାଇଛି । ବିତରକମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ସିଲିଣ୍ଡର ଉପଲବ୍ଧ ଅଛି ଏବଂ ଆବଶ୍ୟକତା ଅନୁସାରେ ଘରୋଇ ଏଲପିଜି ରିଫିଲ୍ ଯୋଗାଣ ମଧ୍ୟ କରାଯାଉଥିବା କୁହାଯାଇଛି। ଯୋଗାଣ ବ୍ୟବସ୍ଥା ଉପରେ ନଜର ରଖିବା ଏବଂ ଯେକୌଣସି ସମସ୍ୟାର ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ପାଇଁ, ଖାଦ୍ୟ କମିଶନରଙ୍କ କାର୍ଯ୍ୟାଳୟରେ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷର ପ୍ରତିଷ୍ଠା କରାଯାଇଛି। ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ସେଠାରେ ନିୟୋଜିତ କରାଯାଇଛି ବୋଲି କୁହାଯାଇଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ମାନ ପ୍ରତିଷ୍ଠା କରାଯାଇଛି।
also read : https://purvapaksa.com/the-accused-was-hiding-on-a-water-tank-after-a-triple-rape-in-deogarh/


