ଭାରତୀୟ ସେନା ଏବେ ଏକ ନୂଆ ରଣନୀତି ଉପରେ କାମ କରୁଛି। ପୂର୍ବରୁ ପାକିସ୍ତାନ କିମ୍ବା ଚୀନକୁ ଜବାବ ଦେବା ପାଇଁ ଆମ ପାଖରେ ବିଶାଳକାୟ ‘ବ୍ରହ୍ମୋସ’ ମିସାଇଲ୍ ଥିଲା, କିନ୍ତୁ ଏବେ ଭାରତ ‘ବେବି ବ୍ରହ୍ମୋସ’ ନିର୍ମାଣ କରିବାକୁ ଯାଉଛି। କଣ ଏହି ବେବି ବ୍ରହ୍ମୋସ? କାହିଁକି ଭାରତ ଏହି କ୍ଷୁଦ୍ର ମିସାଇଲ୍ ତିଆରି କରୁଛି? ଏବଂ ଭବିଷ୍ୟତ ଯୁଦ୍ଧରେ ଏହା କିପରି ଶତ୍ରୁର ମେରୁଦଣ୍ଡ ଭାଙ୍ଗିବ, ସେ ବିଷୟରେ ଆଜିର ଏହି ଭିଡିଓରେ ଆମେ ବିସ୍ତୃତ ଭାବେ ଜାଣିବା। ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ମତରେ, ଆଗାମୀ ଯୁଦ୍ଧ କେବଳ ଦୁଇ-ଚାରି ଦିନର ନୁହେଁ, ବରଂ ଏକ ଦୀର୍ଘକାଳୀନ ଯୁଦ୍ଧ ହୋଇପାରେ, ଯେମିତି ଆମେ ଋଷ-ୟୁକ୍ରେନ ଯୁଦ୍ଧରେ ଦେଖୁଛୁ । ତେଣୁ ଭାରତକୁ ଏଥିପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ହେବ।

ବ୍ରହ୍ମୋସ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସୁପରସୋନିକ୍ କ୍ରୁଜ୍ ମିସାଇଲ୍। କିନ୍ତୁ ବେବି ବ୍ରହ୍ମୋସ ଏହାର ଏକ ଛୋଟ ଏବଂ ଶସ୍ତା ସଂସ୍କରଣ। ଏହାର ଦାମ ସାଧାରଣ ବ୍ରହ୍ମୋସ ତୁଳନାରେ ପ୍ରାୟ ୨୦ ଗୁଣା କମ୍ ରହିବ। ଗୋଟିଏ ବେବି ବ୍ରହ୍ମୋସର ମୂଲ୍ୟ ପ୍ରାୟ ୨ ରୁ ୩ କୋଟି ଟଙ୍କା ହେବ। ଏହାର ଅର୍ଥ ହେଉଛି ଭାରତ ଏବେ ବହୁ ସଂଖ୍ୟାରେ ଏହି ମିସାଇଲ୍ ନିର୍ମାଣ କରି ଶତ୍ରୁ ସୀମାରେ ମୁତୟନ କରିପାରିବ।
ଆପଣମାନେ ଜାଣିଥିବେ, ବ୍ରହ୍ମୋସ ମିସାଇଲ୍ ପାକିସ୍ତାନ ଯିବାକୁ ବହୁତ ଭଲ ପାଏ! ୨୦୨୨ରେ ଏକ ପରୀକ୍ଷଣ ବେଳେ ଏହା ଭୁଲବଶତଃ ପାକିସ୍ତାନରେ ପଡ଼ିଥିଲା। ଏବେ ଯଦି ଭାରତ ପାଖରେ ବହୁ ସଂଖ୍ୟାରେ ବେବି ବ୍ରହ୍ମୋସ ରହିବ, ତେବେ LOC ଓ LAC ସୀମାରେ ଥିବା ଶତ୍ରୁର ଛୋଟ ଛୋଟ ଆଡ୍ଡାକୁ ନଷ୍ଟ କରିବା ସହଜ ହେବ। ପାକିସ୍ତାନ ଯେଉଁ କ୍ଷୁଦ୍ର ପରମାଣୁ ଅସ୍ତ୍ରର ଧମକ ଦିଏ, ତାହା ବେବି ବ୍ରହ୍ମୋସ ଆଗରେ ଫିକା ପଡ଼ିଯିବ। କାରଣ ଭାରତର ପଲିସି ହେଉଛି – ଯଦି କେହି ଆମ ଉପରେ ପରମାଣୁ ଆକ୍ରମଣ କରେ, ତେବେ ଦ୍ୱିତୀୟ ଥର ପୃଥିବୀ ମାନଚିତ୍ରରେ ସେହି ଦେଶର ଚିହ୍ନବର୍ଣ୍ଣ ରହିବ ନାହିଁ।
ଚୀନ ପାଖରେ HQ9 ପରି ଏୟାର ଡିଫେନ୍ସ ସିଷ୍ଟମ ଅଛି ଯାହା ଏକାସାଙ୍ଗରେ ୧୨ ରୁ ୧୮ଟି ଟାର୍ଗେଟକୁ ରୋକିପାରେ। କିନ୍ତୁ ଯେତେବେଳେ ଭାରତ ଏକାସାଙ୍ଗରେ ୧୦୦ ରୁ ୨୦୦ ବେବି ବ୍ରହ୍ମୋସ ମିସାଇଲ୍ ଶତ୍ରୁ ଆଡ଼କୁ ଛାଡ଼ିବ, ସେତେବେଳେ ସେହି ଡିଫେନ୍ସ ସିଷ୍ଟମ କନଫ୍ୟୁଜ୍ ହୋଇଯିବ ଏବଂ ଲୋଡ୍ ସହି ନପାରି କାମ କରିବା ବନ୍ଦ କରିଦେବ। ଏହିପରି ଭାବେ ଆମର ଅତିକମରେ ୫-୧୦ଟି ମିସାଇଲ୍ ନିଶ୍ଚିତ ଭାବେ ଶତ୍ରୁର ମୁଖ୍ୟ ଟାର୍ଗେଟରେ ବାଜିବ।
ଇସ୍ରାଏଲର ଆଇରନ୍ ଡୋମ୍ ବହୁତ ଶକ୍ତିଶାଳୀ, କିନ୍ତୁ ଏଥିରେ ଏକ ବଡ଼ ସମସ୍ୟା ଅଛି। ଶତ୍ରୁ ପକ୍ଷରୁ ଆସୁଥିବା ୧୦ ଲକ୍ଷ ଟଙ୍କିଆ ଶସ୍ତା ରକେଟକୁ ରୋକିବା ପାଇଁ ଇସ୍ରାଏଲକୁ ୩୩ ଲକ୍ଷ ଟଙ୍କିଆ ‘ତାମିର’ ମିସାଇଲ୍ ଖର୍ଚ୍ଚ କରିବାକୁ ପଡ଼େ। ଏହା ଦ୍ୱାରା ଦେଶର ଆର୍ଥିକ କ୍ଷତି ହୁଏ। ଭାରତ ଏହି କ୍ଷତିରୁ ବଞ୍ଚିବା ପାଇଁ ନିଜେ ଶସ୍ତା ଓ ଶକ୍ତିଶାଳୀ ବେବି ବ୍ରହ୍ମୋସ ତିଆରି କରୁଛି, ଯାହା ଦ୍ୱାରା ଆମକୁ ପାକିସ୍ତାନର ଶସ୍ତା ଡ୍ରୋନ୍ ବା ମିସାଇଲ୍ ରୋକିବା ପାଇଁ କୋଟି କୋଟି ଟଙ୍କାର ବଡ଼ ଅସ୍ତ୍ର ବ୍ୟବହାର କରିବାକୁ ପଡ଼ିବ ନାହିଁ।
ନିକଟରେ ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସେ ପ୍ରାୟ ୩୭ ଥର ଭାରତ-ପାକିସ୍ତାନ ଯୁଦ୍ଧକୁ ରୋକିଛନ୍ତି। ଯଦି ସେ ରୋକି ନଥାନ୍ତେ, ତେବେ ଭାରତର ଆକ୍ରମଣରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ହୋଇସାରନ୍ତାଣି ଏବଂ ପ୍ରାୟ ୩୫ ମିଲିୟନ ଲୋକ ପ୍ରାଣ ହରାଇଥାନ୍ତେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଭାରତର ଶକ୍ତି ଆଗରେ ପାକିସ୍ତାନ କିଛି ବି ନୁହେଁ। ବେବି ବ୍ରହ୍ମୋସର ସ୍ପିଡ୍ ହେଉଛି ୩ ମ୍ୟାକ୍ , ଅର୍ଥାତ୍ ଏହା ଏକ ଘଣ୍ଟାରେ ପ୍ରାୟ ୩୬୦୦ କିଲୋମିଟର ଯାଇପାରିବ। ଚୀନ ଏବଂ ପାକିସ୍ତାନକୁ କଭର କରିବା ଏହା ପାଇଁ ବହୁତ ସହଜ ହେବ। ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ବିରାଟ ବିପ୍ଳବ। ଆପଣଙ୍କୁ କଣ ଲାଗୁଛି? ବେବି ବ୍ରହ୍ମୋସ ଆସିବା ପରେ ପାକିସ୍ତାନର ସ୍ଥିତି କଣ ହେବ? ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ ଓ ଶେୟାର କରନ୍ତୁ।
also read https://purvapaksa.com/now-this-device-will-detect-blind-spots-on-the-road-no-accidents-will-happen/


