ସମ୍ନାକୁ ଆସିଲା ବାଗୀ-୪ ର ଫାର୍ଷ୍ଟ ଲୁକ୍ । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି ।
ଆଜି ସକାଳେ ଟାଇଗର ତାଙ୍କ ଇନଷ୍ଟାଗ୍ରାମରେ ବାଗୀ-୪ ର ଫାର୍ଷ୍ଟ ଲୁକ୍କୁ ସେୟାର କରିଛନ୍ତି । ଗୋଟିଏ ହାତରେ ମଦ ବୋତଲ ଏବଂ ଆଉ ଗୋଟିଏ ହାତରେ ଖଣ୍ଡା ଟାଇଗରଙ୍କ ଏହି ଲୁକ୍ ଦେଖିବା ପରେ ଦର୍ଶକଙ୍କ ଦେହରେ ସିଂହରଣ ଖେଳିଯାଉଛି ।
ବାଗୀ-୪ ଆକ୍ସନ୍ ଥ୍ରୀଲର ଫ୍ରାଞ୍ଚାଇଜର ପୂର୍ବ ତିନିଟି ଫିଲ୍ମଠାରୁ ଭିନ୍ନ ହେବାକୁ ଯାଉଛି । ଏହି ପୋଷ୍ଟର ମାଧ୍ୟମରେ ଟାଇଗର ଶ୍ରଫ ତାଙ୍କ ଫ୍ୟାନ୍ସମାନଙ୍କୁ ଏହା ସୂଚିତ କରିଛନ୍ତି । ବାଗୀ-୪ର ଏହି ପୋଷ୍ଟର ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢ଼ିବା ସହ ସେମାନେ ଏହାର ରିଲିଜ୍ ପାଇଁ ଅପେକ୍ଷା କରିଛନ୍ତି ।
ବିଗତ କିଛିବର୍ଷ ଧରି ଟାଇଗର ଶ୍ରଫ୍ ଫ୍ଲପ୍ ଫ୍ଲିମରେ ନଜର ଆସିଛନ୍ତି । ଯେଉଁଥିପାଇଁ ତାଙ୍କୁ ଫ୍ଲପ୍ ଅଭିନେତାମାନଙ୍କ ତାଲିକାରେ ସାମିଲ କରାଯାଇଥିଲା । ହେଲେ ବାଘୀ-୪ରୁ ପୁଣିଥରେ କମବ୍ୟାକ କରିବାକୁ ଯାଉଛି । ହିଟ୍ ଚଳଚ୍ଚିତ୍ର ପାଇଁ ଆଗ୍ରହୀ ଥିବା ଟାଇଗରଙ୍କ ଉପରୁ ଫ୍ଲପ୍ ଚଳଚ୍ଚିତ୍ରର କଳଙ୍କ ହଟାଇବ ବାଗୀ-୪ । ଟାଇଗରଙ୍କୁ ନିକଟରେ ଅଜୟ ଦେବଗନଙ୍କ ‘ସିଙ୍ଘମ’ ଫିଲ୍ମରେ ଦେଖିବାକୁ ମିଳିଥିଲା।
ଫିଲ୍ମର ଘୋଷଣା ସହିତ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ନିର୍ମାତା ସାଜିଦ ନାଦିଆଡୱାଲାଙ୍କ ବାଗୀ-୪ ଆସନ୍ତା ବର୍ଷ ୫ ସେପ୍ଟେମ୍ବର ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହା ପୂର୍ବରୁ ବାଗି ଫ୍ରାଞ୍ଚାଇଜର ତିନିଟି ଅଂଶ ବକ୍ସ ଅଫିସରେ ସଫଳ ହୋଇଛି । ତେବେ ରିଲିଜ ପରେ ବାଗୀ-୪ ପ୍ରେକ୍ଷାଳୟରେ କ’ଣ କମାଲ କରିବା ତାହା ଦେଖିବାକୁ ବାକି ରହିଲା।
PREVIOUS STORY: https://purvapaksa.com/ollywood-actress-elina-samantray/