ପାଖେଇ ଆସୁଛି ପବିତ୍ର ମହାଶିବରାତ୍ରୀ । ଭଗବାନ ଶିବଙ୍କ କୃପା ଲାଭ ପାଇଁ ପାଳିତ ଏହି ପର୍ବ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ପବିତ୍ର ଦିନ ଭାବେ ପରିଚିତ । ଚଳିତ ବର୍ଷ ମହାଶିବରାତ୍ରୀ ୧୫ ଫେବୃଆରୀ, ରବିବାର ଦିନ ପାଳିତ ହେବ । ଏହି ଦିନ ଭକ୍ତମାନେ ଉପବାସ ରହି, ଫଳମୂଳ ଭୋଜନ କରିବା ସହ ଶିବଲିଙ୍ଗରେ ଜଳ ଓ ବିଲ୍ୱପତ୍ର ଅର୍ପଣ କରନ୍ତି । ଅନେକ ଶ୍ରଦ୍ଧାଳୁ ସାରା ରାତି ଜାଗି ରହି ଭଗବାନ ଶିବଙ୍କ ଅଭିଷେକ ଓ ମନ୍ତ୍ରୋଚ୍ଚାରଣ କରିଥାଆନ୍ତି ।
ଏହି ବର୍ଷର ମହାଶିବରାତ୍ରୀ କେବଳ ଧାର୍ମିକ ନୁହେଁ, ଜ୍ୟୋତିଷ ଦୃଷ୍ଟିକୋଣରୁ ମଧ୍ୟ ବିଶେଷ ଗୁରୁତ୍ୱ ରଖିଛି । ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଏହି ଦିନ ତିନୋଟି ଗ୍ରହ ସ୍ଥିତି ପରିବର୍ତ୍ତନ କରିବେ । ମଙ୍ଗଳ ଧନିଷ୍ଠା ନକ୍ଷେତ୍ରରେ ପ୍ରବେଶ କରିବେ, ଚନ୍ଦ୍ର ମକର ରାଶିରେ ଅବସ୍ଥିତ ରହିବେ ଓ ବୁଧ ରାତିରେ ପୂର୍ବ ଭାଦ୍ରପଦ ନକ୍ଷେତ୍ରକୁ ପ୍ରବେଶ କରିବେ । ଏହି ଗ୍ରହଗୋଚର ସମସ୍ତ ରାଶିକୁ ପ୍ରଭାବିତ କରିବା ସତ୍ୱେ, ବିଶେଷ କରି ତିନୋଟି ରାଶି ପାଇଁ ଏହା ଶୁଭ ଫଳ ନେଇ ଆସିପାରେ ।

ବୃଷ ରାଶି
ବୃଷ ରାଶିର ଜାତକ-ଜାତିକାମାନଙ୍କ ପାଇଁ ଏହି ଗୋଚର ମାନସିକ ଆଶ୍ୱସ୍ତି ଆଣିପାରେ। ଦୀର୍ଘଦିନ ଧରି ଚାଲିଥିବା ଚିନ୍ତା ଓ ଅଶାନ୍ତିର ଶେଷ ହେବାର ସମ୍ଭାବନା ରହିଛି। ଚାକିରି ଖୋଜୁଥିବା ଲୋକମାନେ ଭଲ ସୁଯୋଗ ପାଇପାରନ୍ତି। ନୂତନ ନିଯୁକ୍ତି କିମ୍ବା ପଦୋନ୍ନତି ସମ୍ବନ୍ଧୀୟ ଶୁଭ ସୂଚନା ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ସହ ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣରେ ରହିବ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବୁଝାମଣା ଓ ବିଶ୍ୱାସ ବଢ଼ିବ। ସ୍ୱାସ୍ଥ୍ୟ ସାଧାରଣ ରହିବାର ସମ୍ଭାବନା ରହିଛି।
କର୍କଟ ରାଶି
କର୍କଟ ରାଶିର ଲୋକମାନଙ୍କ ପାଇଁ ଏହି ମହାଶିବରାତ୍ରୀ ଅତ୍ୟନ୍ତ ସକାରାତ୍ମକ ପରିଣାମ ନେଇ ଆସିପାରେ। ଅବିବାହିତମାନଙ୍କ ବିବାହ ଆଲୋଚନା ଆଗକୁ ବଢ଼ିପାରେ। ବିବାହିତ ଦମ୍ପତିମାନେ ଜୀବନସାଥୀଙ୍କ ସହ ଭଲ ସମୟ ବିତାଇପାରିବେ, ଯାହା ସମ୍ପର୍କକୁ ଆହୁରି ମଜବୁତ କରିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବ। ଆର୍ଥିକ ସ୍ଥିତି ସ୍ଥିର ରହିବା ସହ ଅଚାନକ ଲାଭ ମିଳିବାର ଯୋଗ ରହିଛି। ପରିବାରରେ ସୁଖ-ଶାନ୍ତି ବର୍ତ୍ତିବ।
ତୁଳା ରାଶି
ତୁଳା ରାଶିର ଜାତକମାନଙ୍କ ପାଇଁ ଏହି ସମୟ ସଫଳତାର ସୂଚନା ଦେଉଛି। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଫଳ ମିଳିପାରେ ଓ ଉଚ୍ଚାଧିକାରୀଙ୍କ ପକ୍ଷରୁ ପ୍ରଶଂସା ମିଳିବ। ଦୀର୍ଘଦିନ ଧରି ଅପେକ୍ଷା କରୁଥିବା କାମ ସଫଳ ହେବାର ସମ୍ଭାବନା ରହିଛି। ଘରୋଇ ମାମଲାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପାରିବାରିକ ସମ୍ପର୍କ ଭଲ ରହିବ। ପିଲାମାନଙ୍କ ସହ ଜଡିତ କୌଣସି ବିଚାରାଧୀନ ବିଷୟରେ ସମାଧାନ ହୋଇପାରେ। ସାରାଶେଷରେ, ଏହି ମହାଶିବରାତ୍ରୀ ଭକ୍ତି ଓ ଆସ୍ଥା ସହିତ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଖାସ ମାନ୍ୟତା ରଖିଛି। ଭଗବାନ ଶିବଙ୍କ ଆରାଧନା ସହ ଏହି ଶୁଭ ଗୋଚରର ଲାଭ ନେଇ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଭକ୍ତମାନେ ଆଶା କରୁଛନ୍ତି।
also read https://purvapaksa.com/will-ekamra-assembly-witness-a-by-election/
ଏକାମ୍ର ବିଧାନସଭା ଦେଖିବ କି ଉପନିର୍ବାଚନ? || Will Ekamra assembly witness a by-election?


