- ମର୍ଣ୍ଣିଂ ୱାକ୍ ବା ଜଗିଂର ୫ ଉପକାର
- ମାନସିକ ଶାନ୍ତି ଯୋଗାଏ
- ଶାରୀରିକ ଶକ୍ତି ବଢ଼ାଏ
ମର୍ଣ୍ଣିଂ ଓ୍ୱାକ୍ ବା ଜଗିଂ କେବଳ ଫିଟ୍ ରହିବାର ଏକ ଉପାୟ ନୁହେଁ, ଶିରୀରିକ ସୁସ୍ଥତା ଦୃଷ୍ଟିକୋଣରୁ ଏହା ଅତ୍ୟାବଶ୍ୟକ କାର୍ଯ୍ୟ ହୋଇଯାଇଛି। ଆପଣ ଜଣେ ପେସାଦାର ଆଥେଲଟ ହୋଇପାରନ୍ତି କିମ୍ବା ନୂଆ କରି ମର୍ଣ୍ଣି ଜଗିଂ ଆରମ୍ଭ କରୁଛନ୍ତି, ସକାଳୁ ସକାଳୁ ଜୋତା ପିନ୍ଧି ଏକ ହାଲ୍କା ଦୌଡ ଲଗାଇବାରେ ନିଅରା ମଜା ରହିଛି। ଏହା ଆପଣଙ୍କୁ ମାନସିକ ଶାନ୍ତି ଦେବ ନିଶ୍ଚୟଁ। ଏଥିସହ ଅନେକ ସ୍ୱାସ୍ଥ୍ୟ ଜନିତ ଉପକାରରେ ଲାଗିବ। ଆପଣଙ୍କ ଭାଷାରେ ମର୍ଣ୍ଣିଂ ୱାକ୍ ହୋଇପାରେ। କାହା ପାଇଁ ଜଗିଂ କିମ୍ବା ସକାଳ ଦୌଡ ମଧ୍ୟ ହୋଇପାରେ। ଏଥିରେ ଅନେକ ଫାଇଦା ରହିଛି।
ସକାଳ ଦୌଡର ୫ଟି ଉପକାର ଉପରେ ଆାସନ୍ତୁ ନଜର ପକାଇବା। ଆପଣଙ୍କ ଦିନକୁ ଶୀଘ୍ର ଆରମ୍ଭ କରିବା ଏବଂ ବାକି ଦିନ ପାଇଁ ଏକ ସକରାତ୍ମକ ଆଭିମୁଖ୍ୟ ସ୍ଥିର କରିବା ଉଦ୍ଦେଶ୍ୟରେ ସକାଳର ଦୌଡକୁ ଅନ୍ତର୍ଭୁକ୍ତ କରିବା।
୧ ଶାରୀରକ ଶକ୍ତି ଓ ଉତ୍ସାହ ବଢ଼ାଏ
ମର୍ଣ୍ଣି ଓ୍ୱାକ ସହିତ ଦିନ ଆରମ୍ଭ କରିବା ଦ୍ୱାରା ଶରୀରରେ ମେଟାବୋଲିଜିମ୍ ବୃଦ୍ଧି, ରକ୍ତ ପ୍ରବାହ ବଢିଥାଏ। ମର୍ଣ୍ଣି ଓ୍ୱାକ ଏଣ୍ଡୋର୍ଫିନ ବାହାର କରିବା ଫଳରେ ପୂର୍ବ ଶକ୍ତି ଫେରିପାଇବା ଭଳି ଅନୁଭବ ହୋଇଥାଏ। ବ୍ୟସ୍ତପୂର୍ଣ୍ଣ ଜୀବନକୁ ସାହସର ସହ ସମ୍ପାଦନ କରିବା ପାଇଁ ଶକ୍ତି ମିଳେ।
୨ ମାନସିକ ସ୍ୱଚ୍ଛତା ବୃଦ୍ଧି କରେ
ମର୍ଣ୍ଣି ଓ୍ୱାକ ମାନସିକ ସ୍ୱଚ୍ଛତାକୁ ନୂଆ ଜୀବନ ଦେଇଥାଏ, କହିଲେ ଭୁଲ ହେବ ନାହିଁ। ମାନସିକ ଶାନ୍ତି ମିଲିଲେ ସାରା ଦିନ ଖୁସିରେ କଟିବ। ବ୍ୟତିବ୍ୟସ୍ତ ନହୋଇ ସବୁ ପରିସ୍ଥିତିକୁ ଶାନ୍ତ ମନରେ ସମ୍ପାଦନ କରିବାକୁ ଉତ୍ସାହ ମିଳେ। ସକାଳର ସତେଜ ବାୟୁ ଉନ୍ନତ ଚିନ୍ତା କରିବାର ସୁଯୋଗ ପ୍ରଦାନ କରେ, ଯାହା ମାନସିକ ସ୍ୱଚ୍ଛତା ଏବଂ ସୃଜନଶୀଳତାକୁ ଉନ୍ନତ କରିଥାଏ।
୩ ସକରାତ୍ମକ ମନୋବଳ ସ୍ଥାପିତ କରେ
ସକାଳର ଦୌଡ ବାକି ଦିନ ପାଇଁ ଏକ ସକରାତ୍ମକ ପାହଚ। ମର୍ଣ୍ଣି ଓ୍ୱାକ ଓ ଜଗିଂ ସଫଳତା ପାଇଁ ଉତ୍ସାହ ସୃଷ୍ଟି କରେ ଏବଂ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଭାବନା ପ୍ରଦାନ କରେ, ଯାହା ଆପଣଙ୍କୁ ଆତ୍ମବିଶ୍ୱାସ ଏବଂ ଉତ୍ସାହ ସହିତ କାର୍ଯ୍ୟଗୁଡ଼ିକ ସମ୍ପାଦନ କରିବାକୁ ବାଟ ଦେଖାଇଥାଏ ।
୪ ମନୋବଳକୁ ବଢ଼ାଇ ଥାଏ
ନିୟମିତ ବ୍ୟାୟାମ, ବିଶେଷକରି ଚାଲିବା ଫଳରେ ଚାପ ହରମୋନ୍ ହ୍ରାସ ପାଏ। ସେରୋଟୋନିନ୍ ଏବଂ ଡୋପାମାଇନ୍ ପରି ଖୁସି ଅନୁଭବ କରିବା ଭଳି ନ୍ୟୁରୋଟ୍ରାନ୍ସମିଟର୍ସର ଉତ୍ପାଦନ ବୃଦ୍ଧି କରେ। ସକାରାତ୍ମକ ଚିନ୍ତାଧାରା ମନୋବଳକୁ ଦ୍ୱିଗୁଣିତ କରେ। ଫଳରେ ବିରକ୍ତି ଭାବକୁ ନିୟନ୍ତଣ କରିହୁଏ। ମର୍ଣ୍ଣି ଓ୍ୱାକ ଓ ଜଗିଂ ଦୁଶ୍ଚିନ୍ତା ଏବଂ ଉଦାସୀନତାକୁ ଦୂର କରିବାରେ ସାହାଯ୍ୟ କରିଥାଏ, ଯାହା ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟ ଅନୁଭବ କରାଇଥାଏ।
୫ ଭଲ ନିଦ
ଆପଣମାନେ ଯାଣନ୍ତି କି, ସୁସ୍ଥ ରହିବା ପାଇଁ ଭଲ ନିଦ ବେଶ ଜରୁରି। ସୁସ୍ଥ ରହିବା ପାଇଁ ଜଣେ ପରିଣତ ବୟସର ବ୍ୟକ୍ତିକୁ ଅତି କମ୍ରେ ୬ରୁ ୭ ଘଣ୍ଟା ଶୟନ କରିବା ଆବଶ୍ୟକ। ମାତ୍ର ବ୍ୟସ୍ତପୂର୍ଣ୍ଣ ଜୀବନରେ ଶୋଇବା ପାଇଁ ସମୟ ମିଳୁନାହିଁ। ଯାହା ଅନେକ ରୋଗକୁ ଜନ୍ମ ଦେଉଛି। ମର୍ଣ୍ଣି ଓ୍ୱାକ ଓ ଜଗିଂ ଫଳରେ ରାତ୍ରିରେ ଭଲ ନିଦ ହୁଏ। ଦିନର କ୍ଳାନ୍ତି ଦୂର ହୁଏ। ମାନସିକ ସ୍ତରରେ ଜଣେ ଫିଟ ରହିବାକୁ ହେଲେ ଶାନ୍ତି ନିଦ୍ରା ଜରୁରି।
ମର୍ଣ୍ଣି ଓ୍ୱାକ ଓ ଜଗିଂ କେବଳ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ଏହା ଆମର ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ। ଏହାକୁ ଆମର ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ କରି, ଆମେ ଆମର ଦିନକୁ ସତେଜତା ସହିତ ଆରମ୍ଭ କରିବା ଏବଂ ଆଭ୍ୟନ୍ତରୀଣ ଶାନ୍ତି ପ୍ରତିଷ୍ଠା କରିବା। ମର୍ଣ୍ଣି ଓ୍ୱାକ ଓ ଜଗିଂ କେବଳ ଏକ ସକରାତ୍ମକ ଅଭ୍ୟାସ ନୁହେଁ ବରଂ ଆତ୍ମ ଶୃଙ୍ଖଳାର ପ୍ରତୀକ, ଯାହା ଆମକୁ ଜୀବନରେ ସଫଳତା ଆଡକୁ ନେଇଥାଏ।
Previous article : https://purvapaksa.com/army-launches-helpline-no-for-soldiers-veterans-after-odisha-custodial-assault-case/