ଏକ ସଭ୍ୟ ଲୋକତନ୍ତ୍ରର ସବୁଠୁ ମୁଖ୍ୟ ଭିତ୍ତିସ୍ଥମ୍ଭ ହେଉଛି- ନାଗରିକଙ୍କ ସୁରକ୍ଷା। ଏବଂ ସେହି ସୁରକ୍ଷା ଯାହାଙ୍କୁ ଦେବାକୁ ଦାୟିତ୍ୱ ଦିଆଯାଇଛି, ସେହି ପୋଲିସ ଯଦି ନିଜେ ହିଂସା, ଅନ୍ୟାୟ ଓ ନିର୍ଯାତନାର ନୂତନ ଚେହେରା ହୋଇଉଠେ, ତେବେ ରାଜ୍ୟର ଆଇନଶୃଙ୍ଖଳା କେତେ ସୁଦୃଢ଼, ତାହା ଅନୁମାନ କରିବାକୁ ବିଶେଷ ଲେଖା–ଯୋଖାର ଆବଶ୍ୟକତା ନାହିଁ। ଓଡ଼ିଶାରେ ଗତ ୩ ବର୍ଷରେ ୧୮ଟି ମହିଳା ପୋଲିସଙ୍କୁ ନିର୍ଯାତନା- ଏକ ସଂଖ୍ୟା ନୁହେଁ, ଏହା ହେଉଛି ଏକ ରାଜ୍ୟର ନଜରେ ନ ଆସିଥିବା ଦାନବୀୟ ଅନ୍ଧକାର। ମହିଳା ପୋଲିସ-ଯେଉଁମାନେ ନିଜେ ସମାଜକୁ ସୁରକ୍ଷା ଦେବାକୁ ଦିନରାତି କାମ କରନ୍ତି- ସେମାନେ ଯଦି ନିଜ ବିଭାଗରେ ନିଜ ଛାଉଣିରେ ଅସୁରକ୍ଷିତ, ତେବେ ସାଧାରଣ ମହିଳା ନାଗରିକଙ୍କ ସୁରକ୍ଷାର ଅବସ୍ଥା ଏକ ଚିନ୍ତାଜନକ ପ୍ରଶ୍ନ। ଏହି ୧୮ଟି ଘଟଣା ଓଡ଼ିଶାର କୌଣସି ଦୂରସ୍ଥ, ଅନ୍ଧାରିଆ ଅଞ୍ଚଳରୁ ନୁହେଁ-ଏହା ଘଟିଛି ଭୁବନେଶ୍ୱର, କଟକ, ରାଉରକେଲା, ସୁନ୍ଦରଗଡ଼, ବଲାଙ୍ଗୀର, ବାଲେଶ୍ୱର ସହ ଅନ୍ୟାନ୍ୟ ଜିଲ୍ଲାରେ- ଯେଉଁଠାରେ ପୋଲିସ ବ୍ୟବସ୍ଥାକୁ ନୂତନ ଆଧୁନିକ ସଂସ୍କାର ଭିତରୁ ଅଗ୍ର ଗତିଶୀଳ ବୋଲି ଦାବି କରାଯାଏ। ଯେପରି ପ୍ରଶ୍ନ ଉଠୁଥିଲା- ମହିଳା ପୋଲିସ ଯଦି ସୁରକ୍ଷିତ ନୁହେଁ, ତେବେ ଏହି ରାଜ୍ୟରେ ମହିଳାଙ୍କୁ କିଏ ସୁରକ୍ଷା ଦେବ?

୧. ମୋହନ ମାଝୀଙ୍କ ଲିଖିତ ଉତ୍ତର: ପରିସ୍ଥିତି ଗୁରୁତର, କିନ୍ତୁ ସମାଧାନ ଅସ୍ପଷ୍ଟ
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲିଖିତ ଉତ୍ତରରେ ଯେ ତଥ୍ୟ ଆସିଛି, ସେହି ତଥ୍ୟ ନିଜେ ଏକ ଭୟଙ୍କର ସଂକେତ।
୨୦୨୩ – ସେପ୍ଟେମ୍ବରରୁ ୨୦୨୫ ମଧ୍ୟରେ, ଓଡ଼ିଶାରେ:
• ୧୮ଟି ନିର୍ଯାତନା ମହିଳା ପୋଲିସ ମାମଲା
• ୬୨ ଜଣ ଅଭିଯୁକ୍ତଙ୍କ ଗିରଫ
ଏହି ତଥ୍ୟ କିଛି ଚିନ୍ତାକୁ ପ୍ରକାଶ କରୁଛି:
୧. ନିର୍ଯାତକମାନେ କେବଳ ଅପରାଧୀ ନୁହେଁ, ସେମୋନେ ପୋଲିସ ମଧ୍ୟ।
୨. ପୋଲିସ ବିଭାଗରେ ସିଷ୍ଟେମେଟିକ୍ ସମସ୍ୟା ଘୋର ରୂପରେ ରହିଛି।
୩. ମହିଳାଙ୍କ ସୁରକ୍ଷାର ପ୍ରଥମ ଏବଂ ସବୁଠୁ ମୁଖ୍ୟ ଆଧାର- କାର୍ଯ୍ୟସ୍ଥଳକୁ ଏଠି ସୁରକ୍ଷିତ କରାଯାଉନାହିଁ।
ମୋହନ ମାଝୀ ବିଧାନସଭା ପ୍ରଶ୍ନର ଉତ୍ତରରେ କହିଛନ୍ତି- କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
କିନ୍ତୁ ପ୍ରଶ୍ନ ହେଉଛି-
କଠୋର ମାନେ କ’ଣ? ଗିରଫ? ନିଲମ୍ବନ? ବିଭାଗୀୟ ତଦନ୍ତ?
ଯେହେତୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏକ ସାଧାରଣ କାର୍ଯ୍ୟ, ଏକ ଅଧିକାରୀକ ଔପଚାରିକତା।
ଏହା ସମାଧାନ ନୁହେଁ।
ସମାଧାନ ହୁଏ- ପୁନରାବୃତ୍ତି ନ ହେବା।
କିନ୍ତୁ ଗତ ୩ ବର୍ଷରେ ୧୮ଟି ଘଟଣା ପୁନରାବୃତ୍ତି ହେବାର ମାନେ-ସିଷ୍ଟମ୍ ସମ୍ପୂର୍ଣ୍ଣ ବିଫଳ।
୨. ତିନିଟି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ: ଉତ୍ତର ନାହିଁ
ପ୍ରଶ୍ନ–୧: ପୋଲିସ ବିଭାଗରେ ମହିଳା କର୍ମଚାରୀ ନିରାପଦ ରହିବେ କେମିତି?
ପୋଲିସ ଷ୍ଟେସନରୁ ନେଇ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାପକ ସିସିଟିଭି କଭରେଜ୍ ଥିବାକୁ ଦାବି କରାଯାଏ।
କିନ୍ତୁ ସେଗୁଡ଼ିକ ଚାଲୁଛି କି?
କାହା ନିୟନ୍ତ୍ରଣରେ ରହିଛି?
ଘଟଣା ପରେ ଫୁଟେଜ୍ କେତେ ଉପଲବ୍ଧ?
ଓଡ଼ିଶାରେ ପ୍ରତିବର୍ଷ କେତେ କେସରେ CCTV ‘ନନ-ଅପରେସନାଲ୍’ ଥିବା ରିପୋର୍ଟ ହେଉଛି?
ଏହାର ଉତ୍ତର ସରକାର କେବେ ଦେଉନାହିଁ।
ପ୍ରଶ୍ନ–୨: ଲିଙ୍ଗ ସମ୍ବେଦନଶୀଳତା ତାଲିମ — ଏହା ଗୋଟିଏ ବାସ୍ତବ ପ୍ରକ୍ରିୟା କି କେବଳ ଫାଇଲ୍ ଉପରେ ଚାଲିଛି?
ସରକାର କହୁଛି- “ମହିଳା କର୍ମଚାରୀଙ୍କୁ ଲିଙ୍ଗ ସମ୍ବେଦନଶୀଳତା ତାଲିମ ଦିଆଯାଉଛି।”
କିନ୍ତୁ ଯେଉଁ ବିଭାଗରେ ମହିଳାଙ୍କୁ ନିର୍ଯାତିତ କରୁଛନ୍ତି ପୁରୁଷ ସହକର୍ମୀମାନେ-ସେମାନଙ୍କୁ କେମିତି ‘ଲିଙ୍ଗ ସମ୍ବେଦନଶୀଳତା’ କରାଯାଉଛି?
ତାଲିମ କେତେଦିନ ଦିଆଯାଉଛି?
କିଏ ପ୍ରଶିକ୍ଷଣ ଦେଉଛି?
ଏହାର କେତେଦୂର ସଫଳ?
ପ୍ରଶ୍ନ–୩: ‘କଠୋର କାର୍ଯ୍ୟାନୁଷ୍ଠାନ’ର ଅର୍ଥ କ’ଣ?
ଯଦି ୬୨ ଜଣକୁ ଗିରଫ କରାଯାଇଛି, ତେବେ:
• କିଏ ଚାକିରିରୁ ବହିଷ୍କୃତ ହୋଇଛି?
• କିଏ ବିଭାଗୀୟ ତଦନ୍ତରେ ଦୋଷୀ?
• କିଏ ବିଚାରରେ ଦଣ୍ଡିତ?
• କେତେ ଘଟଣାରେ ବ୍ୟକ୍ତି ତୁରନ୍ତ ନିଳମ୍ବିତ ହୋଇଛି?
ଏହାର କୌଣସି ସୁସ୍ପଷ୍ଟ ତଥ୍ୟ ସରକାର ଦେଉନାହିଁ।
କେବଳ ଏକ ସାଧାରଣ ତଥ୍ୟ- ୬୨ ଗିରଫ।
ଏହା ଏକ ସମାଧାନ ନୁହେଁ, ଏହା ଗୋଟେ ହେଡଲାଇନ୍ ମ୍ୟାନେଜମେଣ୍ଟ।
୩. ମହିଳା ପୋଲିସ—ଦୁଇ ମୋର୍ଚ୍ଚାରେ ଯୁଦ୍ଧ
ଜଣେ ମହିଳା ପୋଲିସଙ୍କ ଜୀବନ କେବଳ କେସ୍ ହାଣ୍ଡଲିଂ, ରାତିରେ ପେଟ୍ରୋଲିଂ କରିବା, କୋର୍ଟ ରୁମ୍, ଏଫଆଇଆର, ଘରେ ପରିବାର ସମ୍ଭାଳିବା ପର୍ଯ୍ୟନ୍ତ ସୀମିତ ନୁହେଁ-
ତାଙ୍କର ଯୁଦ୍ଧ ଆରମ୍ଭ ହୁଏ ନିଜ ବିଭାଗରୁ।
ଅନେକ କ୍ଷେତ୍ରରେ ସେମାନେ –
• ଅପମାନିତ
• ଅସମତାପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ
• ପୁରୁଷ ସହକର୍ମୀଙ୍କ ‘ଅଧିକାର’ ଭାବନା
• ରାତିରେ ଡୁଟି ଦିଆନଯିବା ନାଁରେ ଶୋଷଣ
• ବଦଳି, ପୋଷ୍ଟିଂ, ପୁନଃବଦଳିର ଚାପ
• ଗୁପ୍ତ ଧମକ
• ଉପରିସ୍ଥ ଅଧିକାରୀଙ୍କ ଅବମାନନାକାରୀ ବ୍ୟବହାର
ଅନେକ ମହିଳା ଜଣାଇଥାନ୍ତି-
“ପୋଲିସ ଷ୍ଟେସନରେ ମୁଁ ସର୍ବାଧିକ ଅସୁରକ୍ଷିତ ମନେ କରୁଛି।”
ଏହି ବାକ୍ୟରୁ ଓଡ଼ିଶାର ସୁରକ୍ଷା ଚିତ୍ର ସ୍ପଷ୍ଟ।
୪. ୧୮ଟି ମାମଲା—ଏହା ‘ଟିପ୍ ଅଫ୍ ଆଇସବର୍ଗ୍’ ମାତ୍ର
ଯେତେବେଳେ ଗୋଟେ ମହିଳା ପୋଲିସ ସେହି ବିଭାଗକୁ ନିଜ ଅଭିଯୋଗ ଦେବେ-
ସେହି ସାହସ କରିବା ମାନେ:
• ବଦଳି
• ପ୍ରତିଶୋଧ
• ଭବିଷ୍ୟତରେ ଦମନ
• କାର୍ଯ୍ୟକ୍ଷେତ୍ରର ଏକଘରକିଆ
• ମନୋବଳ ଧ୍ୱଂସ
ଏହି ଭୟର କଳ୍ପନା କଲେ, ଦାଖଲ ହୋଇଥିବା ୧୮ଟି ମାମଲା ମାନେ- ବାସ୍ତବ ସଂଖ୍ୟା ସେହିଠାରେ ଶତାଧିକ ହୋଇପାରେ।
ଯାଞ୍ଚ କମିଟି, ଆଇସିସି, ଅଭିଯୋଗ ପ୍ରକୋଷ୍ଠ – ପ୍ରାୟତଃ ଏଗୁଡ଼ିକ ପ୍ରୟୋଗ ନୁହେଁ କେବଳ କାଗଜ କଲମରେ ସୀମିତ।
ଏବଂ ଯେଉଁଠାରେ ପୋଲିସ କାର୍ଯ୍ୟରତ- ସେଠାରେ ଆଭ୍ୟନ୍ତରୀଣ ବ୍ୟବସ୍ଥା ମାତ୍ର ହେଉଛି ସହକର୍ମୀଙ୍କ ବିରୋଧରେ ସହକର୍ମୀଙ୍କ ତଦନ୍ତ। ଏହା ନିଷ୍ପକ୍ଷ ହେବ କି?
କାହାର ପକ୍ଷରେ ଯିବ?
ଏହି ପ୍ରଶ୍ନ ଅନୁତ୍ତରିତ।
୫. ରାଜ୍ୟ ସରକାରର ଦାବି: ଭିତ୍ତିଭୂମି, ମାତୃତ୍ୱ ସୁବିଧା, ଶୌଚାଳୟ— ଏହା କଣ ସମାଧାନ?
ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଥିଲା—
• ପୃଥକଖ ଶୌଚାଳୟ
• ମାତୃତ୍ୱ ଲାଭ
• ସିସିଟିଭି
• ସମ୍ବେଦନଶୀଳତା ତାଲିମ
• କଲ୍ୟାଣକାରୀ ସୁବିଧା
କିନ୍ତୁ ଏହା ସବୁ ମୌଳିକ ମାନବୀୟ ଅଧିକାର।
ଏଗୁଡ଼ିକୁ ଅଜଣା ସଂସ୍କାର ଭାବରେ ପ୍ରକାଶ କରିବା ନିଜେ ଏକ ହାସ୍ୟସ୍ପଦ ଅବସ୍ଥା।
ସମସ୍ୟା ହେଉଛି-
ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ।
ଏହାକୁ ଶୌଚାଳୟ ନିର୍ମାଣ କରି ପରିବର୍ତ୍ତନ କରାଯାଇ ପାରିବନାହିଁ।
୬. ପୋଲିସ ସଂସ୍କାର—ମାତ୍ର ‘ଗ୍ରୀନ ସିଗ୍ନାଲ’ ନୁହେଁ, ‘ଅନ୍ତର୍ନିହିତ ମନୋଭାବ’ ପରିବର୍ତ୍ତନ ଦରକାର
ଓଡ଼ିଶା ପୋଲିସକୁ ବର୍ଷରୁ ବର୍ଷ ସଂସ୍କାର ଦିଆଯାଇଛି:
କିନ୍ତୁ ଯଦି ପୁରୁଷ–କେନ୍ଦ୍ରିକ ମନୋଭାବ ପରିବର୍ତ୍ତନ ନ ହୁଏ, ତେବେ ସଂସ୍କାର ମାନେ ସିମେଣ୍ଟ ଓ ରଙ୍ଗ ମାତ୍ର।
ମହିଳାଙ୍କୁ ଆଜିବି ଦେଖାଯାଉଛି—
• ଅନ୍ତର୍ଭୁକ୍ତିର ନାଁରେ ଟୋକନିଜିମ୍
• ମାନସିକ ଅସୁବିଧା
• ପୁରୁଷ-ପ୍ରଧାନ ପଦାନୁକ୍ରମ
• ଦଣ୍ଡ ପୋଷ୍ଟିଂ ଭାବରେ ସ୍ଥାନାନ୍ତର
• ହସିବା, ମନ୍ତବ୍ୟ, କ୍ଷୁଦ୍ର ଆକ୍ରମଣ
କର୍ତ୍ତବ୍ୟ ସମୟ ଶୋଷଣ ଏବଂ ଆଉ ତୀକ୍ଷ୍ଣ ସତ୍ୟ- ମହିଳା ଅଧିକାରୀମାନେ ଅନେକଥର ସିଷ୍ଟମ୍ରେ ଅଠାକାଠିରେ ପଡ଼ିଯାଆନ୍ତି।
୭. ସମାଜ ପାଇଁ ଗୁରୁତର ସଙ୍କେତ
ଯେଉଁ ରାଜ୍ୟରେ:
• ମହିଳା ପୋଲିସ ନିର୍ଯାତିତ
• ଅଭିଯୁକ୍ତ ପୋଲିସ
• ୬୨ ଅଫିସର ଗିରଫ
• ଅନଗୁଳ–ଯାଜପୁର–ବାଲେଶ୍ୱର–କଟକ–ଭୁବନେଶ୍ୱର–ସୁନ୍ଦରଗଡ଼ ପର୍ଯ୍ୟନ୍ତ ଘଟଣା
ସେଠାରେ ସାଧାରଣ ନାଗରିକଙ୍କ ସୁରକ୍ଷା ଏକ ରାଜନୈତିକ ସ୍ଲୋଗାନ୍ ମାତ୍ର।
ଏବଂ ଏହି ୧୮ଟି ଘଟଣା-
ସମାଜରେ ନିରାପତ୍ତାର ବଳୟ ଛିଣ୍ଡିଯାଉଥିବାର ସ୍ପଷ୍ଟ ପ୍ରମାଣ।
“ଦାନବ” କିଏ? ବ୍ୟକ୍ତି—ନା ସିଷ୍ଟମ୍?
ପୋଲିସ ବିଭାଗର ଜଣେ କି ଦୁଇଜଣ ଅଫିସର ଦାନବ ହୋଇ ଉଠନ୍ତି। ଦାନବିକତା ହେଉଛି-
• ନିର୍ବାହୀ ଶିଥିଳତା
• ସଂସ୍ଥାଗତ ଅସୁରକ୍ଷା
• ବାସ୍ତବ ତାଲିମର ଅଭାବ
• ଲିଙ୍ଗ–ସମାନତାର ଅନୁପସ୍ଥିତି
• ଭିତରୁ ପଚାଯାଇଥିବା ପଦ୍ଧତି
ଏବଂ ଯେତେବେଳେ ସିଷ୍ଟମ ଦାନବ ହେଉଛି-
ତେବେ ସେ ଦାନବର ଦେହରେ ଥାଏ-
• ଦୁଷ୍କର୍ମୀ ପୋଲିସ
• ଅକାରଣ ଫାଇଲ୍
• ଅସାର ତାଲିମ
• ଦୁର୍ବଳ ଅଭିଯୋଗ ପ୍ରକ୍ରିୟା
ଓଡ଼ିଶାରେ ଆଜି ପ୍ରଶ୍ନ ଏହା ନୁହେଁ- ପ୍ରଶ୍ନ ହେଛି “ନାଗରିକ ସୁରକ୍ଷିତ କି?”
ପ୍ରଶ୍ନ ହେଉଛି- “ଯେଉଁମାନେ ସୁରକ୍ଷା ଦେବାକୁ ଥିବେ, ସେମାନେ ସତେ ସୁରକ୍ଷା ପାଉଛନ୍ତି କି?”
ଯଦି ଉତ୍ତର ନା-ତେବେ ଏହା ପୋଲିସର ସମସ୍ୟା ନୁହେଁ, ଏହା ରାଜ୍ୟ ଯନ୍ତ୍ରଣାର ସର୍ବାଧିକ ଭୟଙ୍କର ବିଫଳତା।
ଏବଂ ସତ୍ୟ ହେଉଛି- ଓଡ଼ିଶାରେ ପୋଲିସ ସାଜିଛି ଦାନବ, ଯାହାକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ଖୋଦ୍ ସରକାରର।
also read https://purvapaksa.com/brahmos-roars-over-bay-of-bengal/


