କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଖୁବ୍ ଶୀଘ୍ର ବିମାନ ଭଡା ଫେରସ୍ତ ଏବଂ ଟିକଟ ଉପରେ ଯାତ୍ରୀଙ୍କ ପାଇଁ ବୀମା ସୁବିଧା ଆରମ୍ଭ କରିବାକୁ ଯାଉଛି । କାରଣ ଡିଜିସିଏ ବିମାନ ଭଡା ଫେରସ୍ତ ସମ୍ବନ୍ଧୀୟ ନିୟମରେ ଏକ ବଡ଼ ପରିବର୍ତ୍ତନ ପ୍ରସ୍ତାବ ଦେଇଛି। ନୂତନ ଚିଠା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଯଦି କୌଣସି ଯାତ୍ରୀଙ୍କୁ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତିରେ ଟିକଟ ବାତିଲ କରିବାକୁ ପଡ଼େ , ତେବେ ବିମାନ କମ୍ପାନୀକୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବାକୁ ପଡ଼ିବ କିମ୍ବା ଏକ କ୍ରେଡିଟ୍ ନୋଟ୍ ଜାରି କରିବାକୁ ପଡ଼ିବ। ଟ୍ରାଭେଲ୍ ଏଜେଣ୍ଟଙ୍କ ମାଧ୍ୟମରେ କିଣାଯାଇଥିବା ଟିକଟ ପାଇଁ ରିଫଣ୍ଡ୍ ଏବେ ବିମାନ କମ୍ପାନୀର ଦାୟିତ୍ୱ ହେବ। ଏହାର ଅର୍ଥ ହେଉଛି ଅନଲାଇନ୍ ପୋର୍ଟାଲ କିମ୍ବା ଏଜେଣ୍ଟଙ୍କ ମାଧ୍ୟମରେ କିଣାଯାଇଥିବା ଟିକଟ ପାଇଁ ମଧ୍ୟ ବିମାନ କମ୍ପାନୀ ଯାତ୍ରୀଙ୍କୁ ଫେରସ୍ତ ଅର୍ଥ ପ୍ରଦାନ କରିବ।

ଏଥିପାଇଁ ୨୧ କାର୍ଯ୍ୟ ଦିବସର ସମୟସୀମା ଧାର୍ଯ୍ୟ କରାଯାଇଛି। ଚିଠା ନିୟମ ଉପରେ ଅଂଶୀଦାରମାନଙ୍କ ମତାମତ ନଭେମ୍ବର ୨୦ ମଧ୍ୟରେ ଲୋଡାଯାଇଛି। ଆହୁରିମଧ୍ୟ ସରକାର ବିମାନ ଟିକଟରେ ଇନ୍-ବିଲ୍ଟ ବୀମା ଯୋଡିବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ଉଡ଼ାଣର ମାତ୍ର କିଛି ଘଣ୍ଟା ପୂର୍ବରୁ ଟିକଟ୍ ବାତିଲ୍ ହେଲେ ମଧ୍ୟ ୮୦% ପର୍ଯ୍ୟନ୍ତ ଅର୍ଥ ରିଫଣ୍ଡ୍ ପ୍ରଦାନ କରିବ। ବୀମା ପାଇଁ ଏୟାରଲାଇନ୍ସ ଏବଂ ବୀମା କମ୍ପାନୀଗୁଡ଼ିକ ମଧ୍ୟରେ ସହଭାଗିତା ମାଧ୍ୟମରେ ପ୍ରିମିୟମ୍ ପ୍ରଦାନ କରାଯିବ। ବର୍ତ୍ତମାନ, ଉଡ଼ାଣର ୩ ଘଣ୍ଟା ମଧ୍ୟରେ ଟିକଟ ବାତିଲ୍କୁ ନୋ-ଶୋ’ ଭାବରେ ବିବେଚନା କରାଯାଏ ଏବଂ କୌଣସି ରିଫଣ୍ଡ୍ ମିଳେନାହିଁ।
also read https://purvapaksa.com/where-is-imran-khan/


