କେମିତି ବିଜେପି ଏତେ ଭୋଟ ପାଇଲା? କାହିଁକି ଏକ ଅଭୂତପୂର୍ବ ବିଜୟ ହାସଲ କରିବା ପଥରେ ବିଜେପି ଅଗ୍ରସର ହେଲା? ଏ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଗୁଞ୍ଜରିତ ହେଉଛି। କାରଣ ନୂଆପଡ଼ାରେ ଯାହା କେବେ ହୋଇ ନଥିଲା ତାହା ହୋଇଛି। ଭାରତୀୟ ଜନତାପାର୍ଟିର ପ୍ରାର୍ଥୀ ସର୍ବାଧିକ ଭୋଟ ମାର୍ଜିନରେ ଲଗାତାର ଅଗ୍ରସରର ହେଉଛନ୍ତି। ପ୍ରତିଟି ରାଉଣ୍ଡରେ ତାଙ୍କୁ ଅଧିକ ଭୋଟ ମିଳୁଛି। ଏବେ ୧୪ତମ ରାଉଣ୍ଡ ଶେଷ ବେଳକୁ ସେ ୬୮ ହଜାର ୫୪୩ ଭୋଟ ପାଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୨୦୨୪ ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ପାଇଥିବା ଭୋଟଠାରୁ ଏହା ପ୍ରାୟ ୬ ହଜାର ଅଧିକ। ଆହୁରି ୧୨ ରାଉଣ୍ଡ ଗଣତି ବାକି ରହିଛି। ଏଣୁ ଆଗକୁ ଏହା ଆହୁରି ବଢ଼ିପାରେ। ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।
ଶ୍ରୀ ମିଶ୍ର କହିଛନ୍ତି ଏହା ‘ସରକାରୀ କଳ, ଦଳ ଏବଂ ନିର୍ବାଚନ ବ୍ୟବସ୍ଥାର ଦୂରୁପୋଯୋଗ’ର ଫଳାଫଳ। ଲୋକଙ୍କ ମତକୁ ତା’ ହିସାବରେ ଯିବାକୁ ଦିଆଯାଇ ନାହିଁ। ତାହାକୁ ପ୍ରଭାବିତ କରାଯାଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ‘ନୀରବ ସମୟ’ର ଦର୍ବ୍ୟବହାର କରାଯାଇଥିବାରୁ ଭୋଟର ପ୍ରଭାବିତ ହୋିଛନ୍ତି େବାଲି ସେ କହିଛନ୍ତି। ୯ ତାରିଖ ସକାଳ ଯାଏ ଭୋଟ ଅଲଗା ଥିଲା। ଟ୍ରେଣ୍ଡ ଅଲଗା କହୁଥିଲା। କିନ୍ତୁ ଏହି ସମୟରେ ସରକାରୀ ଦଳ ତାହାର ଦୁରୁପୋଯୋଗ କରିଲେ। ଆଉ ଶେଷରେ ସେମାନଙ୍କ ଆଡ଼କୁ ଏହି ଭୋଟ ଏକତରଫା ଭାବେ ଗଲା’।
ବିଜେଡି କଥା ଛଳରେ ପରାଜୟକୁ ସ୍ୱୀକାର କରିଛି। ବିଜୟ ଆଶାକୁ ପରିହାର କରିଛି। ସେ କହିଛନ୍ତି ୯ ତାରିଖ ଅପରାହ୍ଣ ଯାଏ ପ୍ରଚାର ସାରି ନୂଆପଡ଼ା ଛାଡ଼ିବାକୁ କୁହାଯାଇଥିଲା। ବିଜେଡିର ନେତାମାନେ ସେଠାରୁ ଫେରି ଆସିଥିଲେ। କିନ୍ତୁ ସରକାରୀ କଳ ଏବଂ ପଡ଼ୋଶୀ ରାଜ୍ୟର ନେତାଏଁ ସେଠାରେ ରହି ଭୋଟରଙ୍କୁ ପ୍ରଭାବିତ କରିଥିଲେ।ବିଜେଡି ପୂର୍ବରୁ ମଧ୍ୟ ଏହି ଅଭିଯୋଗ କରିଛି। ଏହାସହ ଭୋଟ ଚୋରି ଅଭିଯୋଗ ଉଠାଇଛି। ହେଲେ ଆଜି ଉପ ସଭାପତି ଶ୍ରୀ ମିଶ୍ରଙ୍କ ବୟାନରେ ଭୋଟ ଚୋରିର ଉଲ୍ଲେଖ ହୋଇ ନାହିଁ।
also read https://purvapaksa.com/nuapada-bypoll-result-6/
Nuapada bypoll result ।। ନୂଆପଡ଼ା ଉପନିର୍ବାଚନ ଫଳାଫଳ ଲାଇଭ୍ ଅପଡେଟ୍: ୨୧ ରାଉଣ୍ଡରେ ଜୟ ଢୋଲକିଆ ଆଗରେ


