ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଥିବା ଏକ ସାଧାରଣ ଭିଡିଓ- ଯେଉଁଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସ୍ୱସ୍ଥ ଓ ଅସହଜ ଅବସ୍ଥାରେ ଦେଖାଯାଉଛନ୍ତି- ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାବିଷୟ ହୋଇପଡ଼ିଛି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏହି ଭିଡିଓ ଯେତେକି ଭାବନା ଓ ଚର୍ଚ୍ଚା ସୃଷ୍ଟି କରିଛି, ତାହା ବିଜେଡି ପାଇଁ ମଧ୍ୟ ଦ୍ୱିଧା ସୃଷ୍ଟି କରିଛି। ଏହାଦ୍ୱାରା ବିଜେଡି ପାଇଁ ସମ୍ବେଦନ ଭୋଟ ଆଣିପାରିବ କି, ନା ଦଳର ଭିତ୍ତିଭୂମିକୁ ଅଧିକ କମଜୋର କରିଦେବ ତାହାହିଁ ଏବେ ବଡ଼ ପ୍ରଶ୍ନ ହୋଇଛି?

ନବୀନଙ୍କ ଶାରୀରିକ ଅବସ୍ଥା ଓ ଲୋକଙ୍କ ଧାରଣା
ନବୀନ ପଟ୍ଟନାୟକଙ୍କ ଶାରୀରିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜନମାନସରେ ପ୍ରଶ୍ନ କିଛି ନୂଆ ନୁହେଁ। ୨୦୨୪ ମସିହାର ନିର୍ବାଚନ ପ୍ରଚାର ସମୟରେ ଯେତେବେଳେ ନବୀନ ପଟ୍ଟନାୟକଙ୍କ ରୁରୁଣ ସ୍ୱାସ୍ଥ୍ୟ ଯୋଗୁଁ ତାଙ୍କ ହାତ କମ୍ପୁଥିଲା, ସେତେବେଳେ ତାଙ୍କ ସହାୟକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ସେହି ଦୃଶ୍ୟକୁ ଲୁଚାଇବା ପାଇଁ ଜୋରଜବରଦସ୍ତ ହାତକୁ ମାଡ଼ି ବସିଥିବାର ଦୃଶ୍ୟ ଦେଖିବାକୁ ବାରମ୍ବାର ମିଳୁଥିଲା। ଏପରିକି ପାଣ୍ଡିଆନ ନବୀନଙ୍କ ମୁହଁ ପାଖରେ ମାଇକ ଧରିବା ବାହାନାରେ ତାଙ୍କ ହାତକୁ ଧରି ରଖି ଲୋକଲଚନରୁ ଲୁଚାଇବା ପାଇଁ ଅପଚେଷ୍ଠା କରିଥିଲେ। କିନ୍ତୁ ସମାଜିକ ମାଧ୍ୟମରେ ଭିଡିଓ ଭାଇରାଲ୍ ହେବା ସହିତ ମତଦାତାମାନେ ନିଜେ ଯାହା ଭାବିଲେ, ତାହା ହେଲା- “ନବୀନ ଆଉ ପୂର୍ବର ନବୀନ ନୁହେଁ।”
ଏହା ନିର୍ବାଚନୀ ରାଜନୀତିରେ ବିଜେଡି ପାଇଁ ଏକ ମାନସିକ ଟର୍ଣ୍ଣିଂ ପଏଣ୍ଟ ହେଲା, ଯେଉଁଠାରୁ ତାଙ୍କ ‘ଅଜେୟ’ ଛବି ଧୀରେ ଧୀରେ ଧୂସରିତ ହେଲା। ଗତ ୨୦୨୪ ମସିହାର ନିର୍ବାଚନରେ ବିଜେଡିର ଅପେକ୍ଷା କରାଯାଉଥିବା ବିଜୟ ପରାଜୟରେ ପରିଣତ ହେଲା- ଯାହାକୁ ଅନେକ ବିଶ୍ଳେଷକ ଏହି ମାନସିକ ଅସୁସ୍ଥତା ସହିତ ଯୋଡ଼ି ଦେଇଥିଲେ। ଏପରିକି ଏହି କାରଣରୁ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଝି ନିର୍ବାଚନମଣ୍ଡଳିରୁ କୁହାଯାଉଥିବା ଅପେକ୍ଷାକୃତ ଦୁର୍ବଳ ତଥା ନବାଗତ ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ୧୬ହଜାର ୩୨୧ ଭୋଟରେ ପରାଜିତ ହୋଇଥିବାବେଳେ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିରୁ ୪ହଜାର ୬୪୯ ଭୋଟରେ ବିଜୟୀ ହୋଇଥିଲେ। ଯାହାକି ୨୦୧୯ ନିର୍ବାଚନ ତୁଳନାରେ ୧୯.୪୫ ପ୍ରତିଶତ ଭୋଟ ହ୍ରାସ ପାଇଥିଲା। ୨୦୧୯ରେ ନବୀନ ପଟ୍ଟନାୟକ ଅଧିକ ୬୦ ହଜାର ୧୬୦ ଭୋଟ୍ ପାଇଥିଲେ। ଯାହାକି ଆକାଶରୁ ଖସି ପଡ଼ିଲା ଭଳି ଲାଗିଲା।
ଦଳର ନିର୍ଭରଶୀଳତା: ନବୀନ ନା ପାଣ୍ଡିଆନ?

ଓଡ଼ିଶାର ରାଜନୀତିରେ ନବୀନଙ୍କ ପ୍ରତିଛାୟା ଏତେ ଗଭୀର ଯେ ବିଜେଡି ଓ ନବୀନ ଅଲଗା ହେଲେ ପ୍ରାୟ ଅସ୍ତିତ୍ୱ ଶୂନ୍ୟ ହୋଇଯିବ।
କିନ୍ତୁ ଗତ କିଛିବର୍ଷରେ ଏକ ନୂଆ ଚିତ୍ର ଦେଖାଯାଇଛି- ତାହା ହେଉଛି ପାଣ୍ଡିଆନଙ୍କ ଆଧିପତ୍ୟ।
ଦଳର ସମସ୍ତ ନିଷ୍ପତ୍ତି, ପ୍ରାର୍ଥୀ ଚୟନ, ନୀତି, ପ୍ରଚାର- ସବୁଠି ପାଣ୍ଡିଆନଙ୍କ ଭୂମିକା ପ୍ରମୁଖ ହେବାରେ ଲାଗିଛି।
ନବୀନଙ୍କ ଶାରୀରିକ ଅସମର୍ଥତା ସେହି ନିର୍ଭରଶୀଳତାକୁ ଆଉ ଅଧିକ ବଢ଼ାଇ ଦେଇଛି।
ଏହି ଚିତ୍ର ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠାଇଛି- “ବିଜେଡିକୁ ନବୀନ ପଟ୍ଟନାୟକ ଚଳାଉଛନ୍ତି, ନା ପାଣ୍ଡିଆନ?” ଏହି ପ୍ରଶ୍ନ ଏବେ ନୂଆପଡ଼ାରେ ଗୁଞ୍ଜରିତ ହେବାରେ ଲାଗିଛି।
ସମ୍ବେଦନଶୀଳ ରାଜନୀତି – ଏକ ନୂଆ ଖେଳ
ରାଜନୀତିରେ ଶାରୀରିକ ଦୁର୍ବଳତା କେବେ କେବେ ସମ୍ବେଦନାର ଭୋଟ ଆଣିଦେଇପାରେ।
ଭାରତୀୟ ରାଜନୀତି ଏହି ପ୍ରବୃତ୍ତିରେ ଅପରିଚିତ ନୁହେଁ- ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ଯେପରି ଦେଶ ଭୋଟରେ ସମ୍ବେଦନା ଦେଖାଇଥିଲା, ସେହିପରି ରାଜ୍ୟ ସ୍ତରରେ ମଧ୍ୟ ଏଭଳି ସମ୍ବେଦନା ମିଳିବ ବୋଲି ବିଜେଡି ନେତାମାନେ ଚିନ୍ତା କରୁଛନ୍ତି।
ନବୀନଙ୍କ ଏୟାରପୋର୍ଟ ଭିଡିଓ ଏବେ ସେହି “ସମ୍ବେଦନା କାର୍ଡ” ଭାବେ ବିଜେଡି ବ୍ୟବହାର କରିପାରେ।
“ଦେଖନ୍ତୁ ଆମ ନେତା ଅସୁସ୍ଥ ହେଲେ ମଧ୍ୟ ଲୋକସେବାରେ ଲିନ।”- ଏହି ଭାବପୂର୍ଣ୍ଣ ବାର୍ତ୍ତା ଗ୍ରାମ ଅଞ୍ଚଳରେ ଏକ ମାନସିକ ଚାପ ସୃଷ୍ଟି କରିପାରେ।
କିନ୍ତୁ ପ୍ରଶ୍ନ ହେଉଛି- ନୂଆପଡ଼ା ଭୋଟରମାନେ କି ଏହି ଭାବନାକୁ ଗ୍ରହଣ କରିବେ, ନା ସତ୍ୟକୁ ଗ୍ରହଣ କରିବେ?
ବିପକ୍ଷର ଭୂମିକା ଓ ବିଜେଡିର ରଣନୀତି
ବିଜେପି ଓ କଂଗ୍ରେସ ଉଭୟ ଏହି ଭିଡିଓ ଆଧାରରେ ବିଜେଡିକୁ ରାଜନୀତିକ ଭାବେ ଘେରିବାକୁ ଚେଷ୍ଟା କରୁଛନ୍ତି।
ବିଜେପି କହୁଛି- “ନବୀନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆସିଲେ ଆମେ ସମ୍ବେଦନାଶୀଳ, କିନ୍ତୁ ରାଜ୍ୟକୁ ଚାଲାଇବାକୁ ଯେଉଁଠି ସଶକ୍ତି, ସେଠି ନୀତି ମଧ୍ୟ ଦରକାର।”
ଅନ୍ୟପଟେ କଂଗ୍ରେସ କହୁଛି- “ନବୀନ ଏବେ ଚେହେରା ମାତ୍ର, ଦଳ ଚାଲାଉଛନ୍ତି ପାଣ୍ଡିଆନ।”
ଏହି ଦୁଇ ନାରେଟିଭ୍ ମଧ୍ୟରେ ବିଜେଡି ଏବେ ଏକ “ସମ୍ବେଦନା ଭୋଟ” ଲହର ଗଢ଼ିବା ଚେଷ୍ଟା କରୁଛି।
ନୂଆପଡ଼ା ଉପନିର୍ବାଚନ: ଭାବନା ନା ବିଶ୍ଳେଷଣ?
ନୂଆପଡ଼ା ଏକ ଅତ୍ୟନ୍ତ ରାଜନୀତିକ ସେନସିଟିଭ ଆସନ।
ଏଠାରେ ପ୍ରାର୍ଥୀ ଯେତେବେଳେ ଜୟ ଢୋଲକିଆ ଭଳି ଯୁବ ନେତା ଅଛନ୍ତି, ସେଠାରେ ସ୍ଥାନୀୟ ସମସ୍ୟା ଚାଷୀ, ପାଣି, ନିଯୁକ୍ତି- ସେହି ସବୁ ବିଷୟ ଅଧିକ ପ୍ରଭାବ ପକାଇପାରେ।
କିନ୍ତୁ ନବୀନଙ୍କ ଭିଡିଓ ଭାଇରାଲ ହେବା ସହିତ ଏବେ ଭୋଟର ମନରେ ଏକ ସ୍ପଷ୍ଟ ଦ୍ୱନ୍ଦ୍ୱ- “ନବୀନଙ୍କ ଅସୁସ୍ଥତାରେ ବିଜେଡିକୁ ସମର୍ଥନ କରିବେ, ନା ନୂତନ ନେତୃତ୍ୱକୁ ସୁଯୋଗ ଦେବେ?”
ନବୀନଙ୍କ ଡ୍ରାମା ଓ ରାଜନୀତିକ ସ୍କିଲ୍

ନବୀନ ପଟ୍ଟନାୟକଙ୍କୁ ଅନେକ “ଡ୍ରାମା ମାଷ୍ଟର” ବୋଲି ମଧ୍ୟ କହିଥାନ୍ତି।
ସେ ନିଜର ଦୁର୍ବଳତାକୁ ମଧ୍ୟ କେବେ କେବେ ରାଜନୀତିକ ଅସ୍ତ୍ରରେ ପରିଣତ କରିଛନ୍ତି।
କେତେବେଳେ ସ୍ମାର୍ଟ ଲୁକ୍, କେତେବେଳେ ଡଲ୍ ଭାବରେ- ସେ ଜନମନସକୁ ମୋହିତ କରିବାରେ ନିପୁଣ।
ଏୟାରପୋର୍ଟ ଭିଡିଓ ମଧ୍ୟ କିଛି ରାଜନୀତି ବିଶ୍ଳେଷକଙ୍କ ଦୃଷ୍ଟିରେ “ସ୍କ୍ରିପ୍ଟେଡ୍ ମୁହୂର୍ତ୍ତ”- ଜୟରାମଙ୍କ କାନ୍ଦକୁ କାଉଣ୍ଟର କରିବା ପାଇଁ ଆବିଷ୍କୃତ ଏକ ସମ୍ବେଦନାଶୀଳ ଟ୍ରିକ।
ସେହିପରି, ବିଜେଡି ଏବେ ଏକ “ଭାବନା ବିପଣନୀ” ରଣନୀତି ଚଲାଉଛି- ଯାହାରେ ଦୁଃଖ, ସହାନୁଭୂତି ଓ ଭକ୍ତି ମିଶି ଯାଉଛି।
ଭିତରେ ତଳେ – ଦଳର ଅଶାନ୍ତି
ବିଜେଡିର ଭିତରେ ଏବେ ଅନେକ ଅସ୍ଥିରତା।
ନବୀନଙ୍କ ସ୍ୱାସ୍ଥ୍ୟ ଅସୁବିଧା ବଢ଼ୁଥିବା ସହିତ ନେତାମାନଙ୍କ ମଧ୍ୟରେ “ତାଙ୍କ ପରେ କିଏ?” ଚର୍ଚ୍ଚା ଗଭୀର ହେଉଛି।
ପାଣ୍ଡିଆନଙ୍କ ରାଜନୀତିକ ଉପସ୍ଥିତି ଯେପରି ବଢ଼ୁଛି, ତେଣୁ ଦଳ ଭିତରେ ଅସନ୍ତୋଷ ଓ ଅବିଶ୍ୱାସ ବି ବଢ଼ିଛି।
ଏହା ନୂଆପଡ଼ାର ଭୋଟରେ ପ୍ରତିଫଳିତ ହେବା ସମ୍ଭାବନା ରହିଛି।
ଲୋକଙ୍କ ମନୋବିଜ୍ଞାନ: ସମ୍ବେଦନା ଓ ଦାୟିତ୍ୱର ଦ୍ୱନ୍ଦ୍ୱ
ସାଧାରଣ ଭୋଟର ଏବେ ଭଲଭାବେ ବୁଝିପାରୁଛନ୍ତି- ନବୀନଙ୍କ ନାମ ଯେପରି ଚାଲିଛି, କିନ୍ତୁ ନୀତି ଓ ପ୍ରଶାସନ ପାଣ୍ଡିଆନ ନିୟନ୍ତ୍ରଣ କରୁଛନ୍ତି।
ଏହାର ଅର୍ଥ ହେଉଛି, ସେମାନେ ସମ୍ବେଦନା ଦେଲେ ମଧ୍ୟ ଭବିଷ୍ୟତ ପାଇଁ ନୂଆ ମୁହଁ ଚାହୁଁଛନ୍ତି।
ତେଣୁ ନବୀନଙ୍କ ରୁଗୁଣ ସ୍ୱାସ୍ଥ୍ୟ ଲୋକମନେ ଭଲେ ଗ୍ରହଣ କଲେ ମଧ୍ୟ ଦଳ ପାଇଁ ଅନିଶ୍ଚିତତା ରହିବା ନିଶ୍ଚିତ।
ମିଡିଆ ଓ ଇମେଜ୍ ମ୍ୟାନେଜମେଣ୍ଟ
ନବୀନ ପଟ୍ଟନାୟକ ସବୁବେଳେ ମିଡିଆ ହାଣ୍ଡଲିଂରେ ଏକ ଦକ୍ଷ ନେତା।
ତାଙ୍କ ସହାୟକ ଦଳ ସବୁବେଳେ ଯତ୍ନନିଏ କେଉଁ ଫଟୋ ଆସିବ, କେଉଁ ଦୃଶ୍ୟ ଲୁଚିବ।
କିନ୍ତୁ ଏୟାରପୋର୍ଟ ଭିଡିଓ ହୋଇପାରେ ସେହି “କଣ୍ଟ୍ରୋଲ୍ଡ୍ ଲିକ୍”- ଯାହା ଦ୍ୱାରା ଲୋକଙ୍କ ମନରେ ସାନୁଭୂତି ଓ ଅତିତ ସ୍ମୃତିକୁ ଜାଗାଇ ଦିଆଯାଉ।
ଏହା ନବୀନଙ୍କ ପ୍ରିୟ ରଣନୀତି- ସ୍ୱାଭାବିକ ଘଟଣାକୁ ରାଜନୀତିକ ମୂଲ୍ୟ ଦେଇ ଉପସ୍ଥାପନ।
ଭବିଷ୍ୟତର ପଥ
ନବୀନଙ୍କ ସ୍ୱାସ୍ଥ୍ୟ ଆସଲେ ମାନବିକ ଚିନ୍ତାର ବିଷୟ।
କିନ୍ତୁ ରାଜନୀତିରେ ସେ ଏବେ ଏକ ସଙ୍କେତ- ଓଡ଼ିଶାର ରାଜନୀତି ନୂଆ ପିଢିକୁ ସୁଯୋଗ ଦେବା ପାଇଁ ପ୍ରସ୍ତୁତ କି?
ନବୀନଙ୍କ ଅସ୍ୱସ୍ଥତା ଦଳକୁ ତଳେ ନେବ କି, ନା ଏହାକୁ ସମ୍ବେଦନାର ସମ୍ପତ୍ତିରେ ପରିଣତ କରିପାରିବ- ଏହା ନୂଆପଡ଼ାର ଫଳ ନିର୍ଣ୍ଣୟ କରିଦେବ।
ବିପତ୍ତି ଓ ସମ୍ପତ୍ତି – ଦୁହିଁ ମିଶିଥିବା ଅବସ୍ଥା
ନବୀନଙ୍କ ରୁଗୁଣ ସ୍ୱାସ୍ଥ୍ୟ ଏକ ଦୁଇଧାର ଖଣ୍ଡା। ଏକପଟେ ଏହା ଦଳକୁ ଭାବନା ଦେଇପାରେ, ଅନ୍ୟପଟେ ଦଳ ଭିତରେ ଅନିଶ୍ଚିତତା ସୃଷ୍ଟି କରିପାରେ। ଓଡ଼ିଶାର ଲୋକମାନେ ନବୀନଙ୍କୁ ସ୍ନେହ କରନ୍ତି, କିନ୍ତୁ ସେମାନେ ଏବେ ସଚେତନ- “ଭବିଷ୍ୟତ ନେତୃତ୍ୱ ଆଉ କିଏ?” ତେଣୁ ଏହି ଭିଡିଓ ଓ ସ୍ୱାସ୍ଥ୍ୟ ଚର୍ଚ୍ଚା ବିଜେଡି ପାଇଁ ସେମିତି ଏକ ସ୍ଥିତି ତିଆରି କରିଛି- ଯେଉଁଠି ବିପତ୍ତି ଓ ସମ୍ପତ୍ତି ଦୁହିଁ ଏକ ସହିତ ଚାଲିଛି।
also read https://purvapaksa.com/bjd-misbehaves-with-dholakia-family/
BJD misbehaves with Dholakia family || ଢୋଲକିଆ ପରିବାର ସହିତ ବିଜେଡି ଦୁର୍ବ୍ୟବହାର


