ଆମେ ଯେତେବେଳେ ବି ରୋଷେଇ କରୁ, ଏହାକୁ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର କରିବା ପାଇଁ ଆମେ ସର୍ବୋତ୍ତମ ଜିନିଷ ବାଛିଥାଉ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣ ଯେଉଁ ବାସନରେ ରୋଷେଇ କରୁଛନ୍ତି ତାହା ଆପଣଙ୍କ ପାଇଁ କେତେ ସୁରକ୍ଷିତ? ଆଜିକାଲି, ଅଧିକାଂଶ ଲୋକମାନେ ନନ୍-ଷ୍ଟିକ୍ ବାସନ କିମ୍ବା ପ୍ଲାଷ୍ଟିକ୍ ପାତ୍ର ବ୍ୟବହାର କରନ୍ତି; କାରଣ ଏହି ବାସନ ଅଧିକ ସୁବିଧାଜନକ ଏବଂ ଆଧୁନିକ ମନେହୁଏ। କିନ୍ତୁ ଏହାର ବାସ୍ତବତା ହେଉଛି ଏହି ଜିନିଷ ଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଜାଣିବା ଏନେଇ ଡାକ୍ତର କ’ଣ କହିଛନ୍ତି, କେଉଁ ପାତ୍ରରେ ରୋଷେଇ କରିବା ସୁରକ୍ଷିତ ଏବଂ କେଉଁ ପାତ୍ର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ନନ୍-ଷ୍ଟିକ୍ ରୋଷେଇ ପାତ୍ର: ସହଜରେ ରୋଷେଇ ହୁଏ କିନ୍ତୁ ଲୁଚି ରୁହେ ବିଷ
ରୋଷେଇରେ ପ୍ରାୟତଃ ନନ୍-ଷ୍ଟିକ୍ ପ୍ୟାନ୍ ପସନ୍ଦ କରାଯାଏ କାରଣ ଏଥିରେ କମ୍ ତେଲ ବ୍ୟବହାର ହେବ ସହ ଏହା ଖାଦ୍ୟକୁ ପୋଡ଼ିବାରୁ ରୋକିଥାଏ। କିନ୍ତୁ ଏହାର ଆବରଣ ମୁଖ୍ୟତଃ ଟେଫଲନ୍ରେ ତିଆରି ହୋଇଥାଏ। ଯେତେବେଳେ ଟେଫଲନ୍କୁ ଉଚ୍ଚ ତାପମାତ୍ରାରେ ଗରମ କରାଯାଏ, ଏହା ଭାଙ୍ଗିବା ଆରମ୍ଭ କରି ଖାଦ୍ୟ ସହ କ୍ଷତିକାରକ ରାସାୟନିକ ପଦାର୍ଥ ଛାଡ଼ିଥାଏ। ଧୀରେ ଧୀରେ, ଟେଫଲୋନର ଛୋଟ ଛୋଟ ଖଣ୍ଡ ଖାଦ୍ୟରେ ମିଶିଥାଏ ଏବଂ ଶରୀରରେ ପହଞ୍ଚିବା ପରେ, ଏହା ଥାଇରଏଡ୍ ସମସ୍ୟା, ଲିଭର ଡ୍ୟାମେଜ ଏବଂ କ୍ୟାନ୍ସର ଭଳି ରୋଗର ଆଶଙ୍କା ବଢ଼ାଇ ଥାଏ।
:max_bytes(150000):strip_icc()/sea-nonstick-pans-group-photo-2024-ashia-aubourg-1-60547566b33348f1af7f126e0d5b1445.jpeg)
ପ୍ଲାଷ୍ଟିକ୍ ବାସନ ଏବଂ ଷ୍ଟୋରେଜ କଣ୍ଟେନର: ଶସ୍ତା କିନ୍ତୁ କ୍ଷତିକାରକ
ପ୍ଲାଷ୍ଟିକ୍ ଶସ୍ତା, ମଜବୁତ ଏବଂ ହାଲୁକା, ତେଣୁ ଏହା ସାଧାରଣ ମାନଙ୍କ ମଧ୍ୟରେ ବହୁତ ବ୍ୟବହାର କରାଯାଇଥାଏ। କିନ୍ତୁ ଯେତେବେଳେ ଏହା ଗରମ ଖାଦ୍ୟ କିମ୍ବା ମାଇକ୍ରୋୱେଭ୍ ର ସଂସ୍ପର୍ଶରେ ଆସିଥାଏ, ଏହା ବି.ପି.ଏ ଏବଂ phthalates ଭଳି କ୍ଷତିକାରକ କମ୍ପାଉଣ୍ଡ ରିଲିଜ କରିଥାଏ। ଏହି କେମିକାଲ ଗୁଡ଼ିକ ଶରୀରର ହରମୋନ ସିଷ୍ଟମକୁ ବିପର୍ଯ୍ୟସ୍ତ କରେ, ଶରୀରେ ମୋଟାପଣ ସୃଷ୍ଟି କରେ, ମେଟାବୋଲିକ୍ ଡ଼ିସଅର୍ଡର ଏବଂ କ୍ୟାନ୍ସର ଭଳି ରୋଗକୁ ଜନ୍ମାଇଥାଏ। ଯେତେବେଳେ ଗରମ ଖାଦ୍ୟ ପ୍ଲାଷ୍ଟିକ୍ ପାତ୍ରରେ ରଖାଯାଏ କିମ୍ବା ବଢ଼ା ଯାଇଥାଏ, ଏହି ସମୟରେ ଛୋଟ ଛୋଟ ପ୍ଲାଷ୍ଟିକ୍ କଣିକା ଗୁଡିକ ସିଧାସଳଖ ଖାଦ୍ୟ ଭିତରକୁ ପଶିଥାନ୍ତି। ତେଣୁ, ପ୍ଲାଷ୍ଟିକ୍ ପାତ୍ରରେ ଖାଦ୍ୟ ରଖିବା କିମ୍ବା ଗରମ ନ କରିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ।

ଆଲୁମିନିୟମ ରୋଷେଇ ପାତ୍ର: ହାତକୁ ହାଲୁକା କିନ୍ତୁ ମନକୁ ଭାରୀ
ଆଲୁମିନିୟମ ରୋଷେଇ ପାତ୍ର ହାଲୁକା ଏବଂ ଶସ୍ତା ହୋଇଥିବା କାରଣରୁ ସାଧାରଣତଃ ପ୍ରତ୍ୟକ ପରିବାରର ରୋଷେଇ ଘରେ ଦେଖିବାକୁ ମିଳିଥାଏ। କିନ୍ତୁ ଯେତେବେଳେ ଆଲୁମିନିୟମ ପାତ୍ରରେ ଏସିଡିକ୍ ଖାଦ୍ୟ ଯେପରିକି ଟମାଟୋ, ତେନ୍ତୁଳି ଏବଂ ଦହି ରନ୍ଧାଯାଏ, ସେତେବେଳେ ଆଲୁମିନିୟମ୍ ସିଧାସଳଖ ଭାବରେ ଖାଦ୍ୟରେ ମିଶିଯାଏ। ଏହା ଧୀରେ ଧୀରେ ଶରୀରରେ ଜମା ହୋଇ ଆଲଜାଇମର ଏବଂ ମେମୋରୀ ଲସ ଭଳି ମସ୍ତିଷ୍କ ସମସ୍ୟା ସୃଷ୍ଟି କରିପାରେ।

କେଉଁ ବାସନରେ ରାନ୍ଧିବା ସୁରକ୍ଷିତ
ଏହି ସମସ୍ତ ରୋଗକୁ ଦୃଷ୍ଟିରେ ରଖି, ଏବେ ସମୟ ଆସିଛି ଆମର ପାରମ୍ପରିକ ଭାରତୀୟ ବାସନକୁ ପୁଣିଥରେ ରୋଷେଇରେ ବ୍ୟବହାର କରିବାର, ଏହି ବାସନ ଯାହା କେବଳ ନିରାପଦ ନୁହେଁ ବରଂ ଆମର ଖାଦ୍ୟକୁ ଅଧିକ ପୁଷ୍ଟିକର ଏବଂ ସ୍ୱାଦିଷ୍ଟ ବନାଇଥାଏ।
ତମ୍ବା ପାତ୍ର
ତମ୍ବା ଶୀଘ୍ର ଏବଂ ସମାନ ଭାବରେ ଗରମ ହୋଇଥାଏ, ଏଥିରେ ତରକାରୀ କରି ଏବଂ ଧୀର ରନ୍ଧା ଖାଦ୍ୟ ପାଇଁ ଉତ୍ତମ ବୋଲି ମାନେ କରାଯାଏ।
ଏହାର ଉପକାରିତା:
• ଏହାର ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଯୋଗୁଁ, ଏହା ଶରୀରକୁ ବିଷମୁକ୍ତ କରେ।
• ହିମୋଗ୍ଲୋବିନ୍ ବୃଦ୍ଧି କରେ ଏବଂ ପାଚନ ଶକ୍ତି ବଢ଼ାଇଥାଏ।
• ଏହା ଚର୍ମ ଏବଂ ଚୁଟି ମଜବୁତ କରିଥାଏ।
କେଉଁ ଜିନିଷ ପ୍ରତି ଧ୍ୟାନ ଦେବେ: ଏଥିରେ ଖଟ୍ଟା ଖାଦ୍ୟ ରାନ୍ଧନ୍ତୁ ନାହିଁ କାରଣ ତମ୍ବା ଖଟ୍ଟା ବା ଏସିଡ଼ିକ ପଦାର୍ଥର ସଂସ୍ପର୍ଶରେ ଆସିଲେ ବିଷ ଭଳି କାର୍ଯ୍ୟ କରିଥାଏ।

କାଷ୍ଟ ଆଇରନ (ଲୁହା)ର ତିଆରି ରୋଷେଇ ପାତ୍ର
କାଷ୍ଟ ଆଇରନ କଡେଇ କିମ୍ବା ତାୱାରେ ଖାଦ୍ୟ ଲୋ ଫ୍ଲେମ୍ ରେ ସମାନ ଭାବରେ ରୋଷେଇ ହୋଇଥାଏ।
ଏହାର ଉପକାରିତା:
• ରୋଷେଇ ବେଳେ ଖାଦ୍ୟ ପୋଡେନାହିଁ ଏବଂ ଖାଦ୍ୟରେ ପୁଷ୍ଟିକର ପଦାର୍ଥ ସୁରକ୍ଷିତ ରହିଥାଏ।
• ସମୟ ସହିତ, ଏଥିରେ ପ୍ରାକୃତିକ ନନ୍-ଷ୍ଟିକ୍ ସ୍ତର ତିଆରି ହୋଇଥାଏ।
• ଏଥିରେ ରନ୍ଧା ହୋଇଥିବା ଖାଦ୍ୟ ଶରୀର ପାଇଁ ଆଇରନର ଏକ ଭଲ ଉତ୍ସ ହେବା ସହ ଏହା ଶରୀରରେ ଆଇରନର ମାତ୍ରା ବଢ଼ାଇଥାଏ, ଯାହା ରକ୍ତହୀନତାକୁ ରୋକିବାରେ ସାହାଯ୍ୟ କରେ।

ଷ୍ଟେନଲେସ୍ ଷ୍ଟିଲ୍ ରୋଷେଇ ପାତ୍ର
ଏହା ସବୁଠାରୁ ନିରାପଦ ଏବଂ ଅଧିକ ବ୍ୟବହାରିକ ବିକଳ୍ପ ମଧ୍ୟରୁ ଗୋଟିଏ।
ଏହାର ଉପକାରିତା:
• ସ୍ଥାୟୀ ଏବଂ ପ୍ରତିକ୍ରିୟାଶୀଳ ହୀନ।
• ସମସ୍ତ ପ୍ରକାରର ରୋଷେଇ ପାଇଁ ଉପଯୁକ୍ତ।
• ଶସ୍ତା ଏବଂ ରକ୍ଷଣବେକ୍ଷଣ କରିବାକୁ ସହଜ।

ମାଟିର ରୋଷେଇ ପାତ୍ର
ମାଟି ପାତ୍ରରେ ରନ୍ଧା ଖାଦ୍ୟ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ପ୍ରାକୃତିକ ଖଣିଜ ପଦାର୍ଥରେ ଭରପୂର।
ଏହାର ଉପକାରିତା:
• ଏହାର ଛିଦ୍ରଯୁକ୍ତ ପ୍ରକୃତି ଉତ୍ତାପ ଏବଂ ଆର୍ଦ୍ରତାକୁ ପାତ୍ରରେ ସମାନ ଭାବରେ ବାଣ୍ଟି ଥାଏ।
• ଖାଦ୍ୟ ପୋଡ଼େ ନାହିଁ ଏବଂ କମ୍ ତେଲରେ ରନ୍ଧା ହୁଏ।
• ମାଟିର କ୍ଷାରୀୟ ପ୍ରକୃତି ଖାଦ୍ୟରେ ଥିବା ଏସିଡକୁ ନିୟନ୍ତ୍ରଣ କରେ ଏବଂ ଶରୀରେ pHର ସନ୍ତୁଳନ ବଜାୟ ରଖେ।
:max_bytes(150000):strip_icc()/clay-pots-FT-MAG0320-9fd96c724ed84a4c99e9d0b75476c09e.jpg)
Also Read;https://purvapaksa.com/once-again-india-will-do-pokhran-3-learn-from-experts/

