୨୮ ତାରିଖ ସନ୍ଧ୍ୟା ପରେ ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’ । ଆନ୍ଧ୍ରର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ କରିପାରେ। ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକାଙ୍କ ଅନୁସାରେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ଆଲର୍ଟ କରାଯାଇଛି ।
ଆଜିଠୁ ପାଗ ବଦଳୁ ଥିବା ବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ । ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆ ଯାଇଛି ସମାନ ଚେତାବନୀ ।
ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି। ଝଡ଼ତୋଫୋନ ସହ ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ । ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ । ସେପଟେ କାଲିଠୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
ଭୁବନେଶ୍ୱର: ଧୀରେ ଧୀରେ ମାଡିଆସୁଛି ବାତ୍ୟା ’ମୋନ୍ଥା’ । ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଆଣ୍ଡାମାନ ନିକୋବରରୁ ୪୨୦ କିଲୋମିଟର, ବିଶାଖାପାଟଣାରୁ ୯୯୦ କିଲୋମିଟର ଓ ଚେନ୍ନାଇରୁ ୯୯୦ କିଲୋମିଟର ଓ ଗୋପାଳପୁରରୁ ୧୦୪୦ କିଲୋମିଟର ଦୂରରେ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟ ଅଧିକ ଘନୀଭୂତ ହେବ। ଆଗକୁ ଘନୀଭୂତ ହୋଇ ୨୬ରେ ଗଭୀର ଅବପାତରେ (ଡିପ୍ ଡିପ୍ରେସନ) ରୂପ ନେବ । ୨୭ ସକାଳ ସୁଦ୍ଧା ଦକ୍ଷିଣ- ପଶ୍ଚିମ ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ଏହା ପରେ ଅଧିକ ବଳ ଗୋଟାଇ ୨୮ ତାରିଖରେ ଭୀଷଣ ଝଡ଼ର ରୂପ ନେବ ‘ମୋନ୍ଥା’।
ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା । ଏ ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କି.ମି ବେଗରେ ପବନ ବହିବ । ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ୫୦ରୁ ୭୦ କି.ମି ପବନ ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୬ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି। ୨୫ ଓ ୨୬ରେ ଦକ୍ଷିଣ ଓ ଉପକୂଳର କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୭ରେ ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତି, ରାୟଗଡ଼ାରସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି ।
also read https://purvapaksa.com/bihar-elections/


