ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଯାହା ସମଗ୍ର ଦେଶର ନ୍ୟାୟ ଓ ସମ୍ବିଧାନ ସଂରକ୍ଷକ ଭାବେ ପରିଚିତ, ସାମ୍ପ୍ରତିକ ସମୟରେ ଏକ ଅବିଶ୍ୱସନୀୟ ଘଟଣାର କେନ୍ଦ୍ରବିନ୍ଦୁ ହୋଇଛି । ୨୦୨୫ ଅକ୍ଟୋବର ୬ ତାରିଖରେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି. ଆର୍. ଗାଭାଇଙ୍କ ବେଞ୍ଚ ସମ୍ମୁଖରେ ଜଣେ ୭୧ ବର୍ଷୀୟ ଓକିଲ ରାକେଶ କିଶୋର ଜୋତା ଫୋପାଡ଼ିବାକୁ ଚେଷ୍ଟା କରିଥିଲେ। ପ୍ରଧାନବିଚାରପତିଙ୍କର ହିନ୍ଦୁ ଧର୍ମ ପ୍ରତି ଉପହାସ ମୁଳକ ଟିପ୍ପଣୀର ବିରୋଧ କରି ସେ ଏଭଳି କରିଥିଲେ ବୋଲି ଓକିଲ ଜଣକ କହିଛନ୍ତି । ଆଉ ଏହା ମଧ୍ୟ କହିଛନ୍ତି ଯେ,ସେ ନିଜ କାର୍ଯ୍ୟ ପାଇଁ ଅନୁତପ୍ତ ନୁହନ୍ତି କି ଅନୁଶୋଚନା କରନ୍ତି ନାହିଁ । ଏପରିକି ସେ ଏଥିପାଇଁ ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି । ଅବଶ୍ୟ ପ୍ରଧାନ ବିଚାରପତି ଓକିଲ ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଦେଶରେ ଓକିଲଙ୍କ ଏଭଳି କାଣ୍ଡକୁ କିଛି ନିନ୍ଦା କରୁଥିବା ବେଳେ ଆଉ କିଛି ଓକିଲଙ୍କ ସମର୍ଥନରେ ବାହାରିଛନ୍ତି । ସମର୍ଥକଙ୍କ କହିବା ହେଉଛି ପ୍ରତି କ୍ରିୟାର ପ୍ରତିକ୍ରିୟା ଥାଏ । ପ୍ରଧାନ ବିଚାରପତିଙ୍କ ଯେଉଁ ଟିପ୍ପଣୀକୁ ନେଇ ଏଭଳି ଘଟଣା ଘଟିଥିଲା,ତାହା ଅନାବଶ୍ୟକ ଥିଲା ବୋଲି ସେମାନେ କୁହନ୍ତି ।
କୋର୍ଟ ରୁମରେ କ’ଣ ହୋଇଥିଲା ?
ଏହି ଘଟଣାର ମୂଳ କାରଣ ହେଉଛି ୨୦୨୫ ଚଳିତ ସେପ୍ଟେମ୍ବର ୧୬ ତାରିଖରେ ସୁପ୍ରିମ୍ କୋର୍ଟରେ ହୋଇଥିବା ଏକ ଜନସ୍ୱାର୍ଧ ସମ୍ବଳିତ ଆବେଦନର ଶୁଣାଣି। ଏହି ମାମଲା ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ ଜଭରୀ ମନ୍ଦିରରେ ଏକ ୭ ଫୁଟ ଉଚ୍ଚତାର ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିର ପୁନର୍ନିର୍ମାଣ ଓ ପ୍ରତିଷ୍ଠା ସମ୍ବନ୍ଧରେ ଥିଲା। ଏହି ମନ୍ଦିର ଭାରତୀୟ ପୁରାତତ୍ତ୍ୱ ସର୍ଞ୍ଜାମିନ୍ (ଏଏସଆଇ)ର ଅଧୀନରେ ରହିଛି, ଏବଂ ମୂର୍ତ୍ତିଟି କ୍ଷତିଗ୍ରସ୍ତ ହୋଇଥିବାରୁ ପିଟିଶନର୍ ଏହାର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍ କୋର୍ଟକୁ ଅନୁରୋଧ କରିଥିଲେ।
ଏହି ଶୁଣାଣିରେ ସିଜିଆଇ ଗାଭାଇଙ୍କ ନେତୃତ୍ୱାଧୀନ ବେଞ୍ଚ୍ ପିଟିସନ୍କୁ “ପ୍ରଚାରମୂଳକ ମାମଲା” ବା ପବ୍ଲିସିଟି ଇଣ୍ଟରେଷ୍ଟ୍ ଲିଟିଗେସନ୍ ବୋଲି ପରିହାସ କରିଥିଲେ। ଏହା ସହିତ ସିଜିଆଇ ଗାଭାଇ ଏକ ଟିପ୍ପଣୀ କରିଥିଲେ: “ଦେବତାଙ୍କୁ ନିଜେ କିଛି କରିବାକୁ କୁହନ୍ତୁ। ଯଦି ତୁମେ ଭଗବାନ ବିଷ୍ଣୁଙ୍କ ଦୃଢ଼ ଭକ୍ତ ବୋଲି କହୁଛ, ତେବେ ପ୍ରାର୍ଥନା କର ଓ ଧ୍ୟାନ କର।” ଆହୁରି ମଧ୍ୟ ସେ କହିଥିଲେ ଯେ, “ମୂର୍ତ୍ତିକୁ ପ୍ରାର୍ଥନା କର, ତାଙ୍କୁ ନିଜେ ନିଜର ଭଗ୍ନ ମସ୍ତକର ମରାମତି କରିବାକୁ କୁହ।” ବିଚାରପତିଙ୍କ ଏହି ଟପ୍ପଣୀକୁ ଅନେକ ହିନ୍ଦୁଙ୍କୁ ଧର୍ମୀୟ ବିଶ୍ୱାସର ଉପହାସ ଭାବେ ମାନିଥିଲେ, କାରଣ ଏହା ଏକ ପବିତ୍ର ପ୍ରତୀକକୁ ଅନାଦର କରିବା ଭଳି ଲାଗିଥିଲା।
ପରେ ଅବଶ୍ୟ ସେପ୍ଟେମ୍ବର ୧୮ରେ ସିଜିଆଇ ଗାଭାଇ ସ୍ପଷ୍ଟ କରିଥିଲେ ଯେ ସେ “ସମସ୍ତ ଧର୍ମଙ୍କୁ ସମ୍ମାନ କରନ୍ତି” ଏବଂ ଏହା ଏଏସଆଇର ଅଧିକାର ସମ୍ବନ୍ଧରେ କୁହାଯାଇଥିଲା। କିନ୍ତୁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇ, ଅନେକଙ୍କୁ ଆକ୍ରୋଶିତ କରିଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଅକ୍ଟୋବର ୬ରେ ଓକିଲ ରାକେଶ କିଶୋର ପ୍ରଧାନବିଚାପପତିଙ୍କ ଉପରକୁ ଜୋତା ଫୋପାଡିଥିଲେ । କୋର୍ଟ୍ରେ ପ୍ରବେଶ କରି ସେ ଜୋତା ଫୋପଡ଼ିବାକୁ ଚେଷ୍ଟା କରି, ଚିତ୍କାର କରି କହିଥିଲେ ଯେ,”ସନାତନ ଧର୍ମର ଅପମାନକୁ ସହିବ ନାହିଁ ହିନ୍ଦୁସ୍ତାନ୍।” ତାଙ୍କ କୋଲ୍ହାରୁ ଏକ ଚିଠି ମିଳିଥିଲା, ଯେଉଁଥିରେ ଏହି କଥା ଲେଖାଛିଲା। ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ବାହାର କରିଥିଲେ, କିନ୍ତୁ ସିଜିଆଇ ଗାଭାଇ ଶାନ୍ତ ରହି ମାମଲା ଚାଲୁ ରଖିଥିଲେ। ପରେ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ତାଙ୍କୁ ସ୍ଥାୟୀ ଭାବେ ସସ୍ପେଣ୍ଡ୍ କରିଥିଲା।
କ୍ରିୟାର ପ୍ରତିକ୍ରିୟା: କାରଣ ଓ ନୁପୁର ଶର୍ମା ମାମଲାର ଉଦାହରଣ
ଓକିଲ ରାକେଶ କିଶୋର ନିଜ କାର୍ଯ୍ୟକଳାପ ପାଇଁ କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେହି କହିଛନ୍ତି ଯେ, ” ମୁଁ ହିଂସାର ବିରୋଧୀ, କିନ୍ତୁ ଜଣେ ସାଧାରଣ ବ୍ୟକ୍ତିଙ୍କୁ କାହିଁକି ଏଭଳି ଆକ୍ରୋଶିତ କରାଯାଇଛି? । ସେ କହିଛନ୍ତି ଯେ ସିଜିଆଇଙ୍କ ଟିପ୍ପଣୀ ହିନ୍ଦୁ ଧର୍ମର ମୂଳ ବିଶ୍ୱାସକୁ ଉପହାସ କରିଛି, ଯାହା ଜଣେ ବିଚାରପତିଙ୍କ ପଦଦୃଷ୍ଟିରୁ ଅନୁଚିତ। ଏହା ସହିତ ସେ ଅନ୍ୟ ମାମଲାକୁ ଉଦାହରଣ ସ୍ୱରୂପ ନେଇଛନ୍ତି। ଉଦାହରଣ ସ୍ୱରୂପ, ୨୦୨୨ର ନୁପୁର ଶର୍ମା ମାମଲାରେ ସୁପ୍ରିମ କୋର୍ଟ ପ୍ରଫେଟ୍ ମହମ୍ମଦଙ୍କ ସମ୍ବନ୍ଧରେ ତାଙ୍କ ଟିପ୍ପଣୀକୁ “ପରିସ୍ଥିତି ବିଗାଡ଼ିଛ” ବୋଲି ମନ୍ତବ୍ୟ ଦେଇଥିଲା ଏବଂ ଏହାକୁ “ହତ୍ୟାର ଆହ୍ୱାନ” ଭାବେ ବର୍ଣ୍ଣନା କରିଥିଲା । କିନ୍ତୁ ଏବେ ହିନ୍ଦୁ ଦେବତାଙ୍କ ପ୍ରତି ସମାନ ଟିପ୍ପଣୀରେ କେବଳ ସ୍ପଷ୍ଟୀକରଣ ହୋଇଛି କୌଣସି କଡ଼ା ପଦକ୍ଷେପ ନିଆ ଯାଇନାହିଁ ।
ରାଜେଶ କିଶୋର ଆଉ ଗୋଟିଏ ଉଦାହରଣ ଦେଇ ସୁପ୍ରିମକୋର୍ଟଙ୍କ ନିରପେକ୍ଷତାକୁ ପ୍ରଶ୍ନ କରିଛନ୍ତି । ସେ ହଲଦ୍ୱାନୀର ରେଲୱେ ଜମିରେ ଏକ “ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ” ଜବରଦଖଲ ଉଛେଦ ଉପରେ ସୁପ୍ରିମକୋର୍ଟଙ୍କ ରହିତା ଦେଶକୁ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟ ୩ ବର୍ଷ ଧରି ଷ୍ଟେ’ ଲାଗୁ କରିବା ଯୋଗୁ ଏହି ଜମି ଜବର ଦଖଲ ମୁକ୍ତ ହୋଇ ପାରୁନାହିଁ କିନ୍ତୁ ଜଳ୍ଲିକଟ୍ଟୁ ଓ ଦହି ହାଣ୍ଡି ଭଳି ହିନ୍ଦୁ ପରମ୍ପରାଗୁଡ଼ିକରେ କୋର୍ଟ୍ ହସ୍ତକ୍ଷେପ କରିଛି। ଓକିଲଙ୍କ ମତରେ, ଏହା ନ୍ୟାୟବ୍ୟବସ୍ଥାରେ ହିନ୍ଦୁ ଧର୍ମ ପ୍ରତି ଏକ ଦ୍ୱୈତ ଧାରଣାର ପ୍ରମାଣ।
ସବୁ ଧର୍ମକୁ ଯଦି ସମ୍ମାନ,ଗୋଟିଏ ଧର୍ମକୁ କାହିଁକି ପରିହାସ ?
ପ୍ରଶ୍ନ ଉଠୁଛି: ଜଣେ ବିଚାରପତି ଇସଲାମ୍, ଖ୍ରୀଷ୍ଟଧର୍ମ କିମ୍ବା ଅନ୍ୟ କୌଣସି ଧର୍ମ ପ୍ରତି ଏଭଳି ଟିପ୍ପଣୀ କରି ବର୍ତ୍ତି ଯାଇଥାନ୍ତେ କି ? ନୁପୁର ଶର୍ମା ମାମଲାରେ ଦେଖାଯାଇଛି ଯେ ଏକ ସାଧାରଣ ଟିପ୍ପଣୀ କେମିତି ରାଷ୍ଟ୍ରୀୟ ଆକ୍ରୋଶ ଓ ଆଇଗତ କାର୍ଯ୍ୟାନୁଷ୍ଠାନର କାରଣ ହୋଇପାରେ। କିନ୍ତୁ ହିନ୍ଦୁ ଧର୍ମର ଅପମାନରେ—ଯେମିତି ଗୋ-ହତ୍ୟା ବିରୋଧୀ ଆନ୍ଦୋଳନକୁ ଭର୍ତ୍ସନା କରିବା କିମ୍ବା ହିନ୍ଦୁ ପରମ୍ପରାଗୁଡ଼ିକରେ ହସ୍ତକ୍ଷେପ ମାମଲାରେ—ସୁପ୍ରିମ୍ କୋର୍ଟ୍ ପ୍ରାୟତଃ ନୀରବ ରହିଯାଏ।
ଏହାର କାରଣ ହୋଇପାରେ ରାଜନୈତିକ ଓ ସାମାଜିକ ଚାପ। ହିନ୍ଦୁ ଧର୍ମକୁ ଅଧିକାଂଶ ସମୟରେ “ବହୁସଂଖ୍ୟକବାଦୀ” ଭାବେ ଚିହ୍ନିତ କରାଯାଏ, ଫଳରେ ଏହାର ଅପମାନକୁ କମ୍ ଗୁରୁତ୍ୱ ଦିଆଯାଏ। କିନ୍ତୁ ଏହା ସଂବିଧାନର ଧର୍ମନିରପେକ୍ଷତାର ବିରୋଧୀ। ସମସ୍ତ ଧର୍ମର ସମାନ ସମ୍ମାନ ହେବା ଉଚିତ୍, ନହେଲେ ଏଭଳି ଘଟଣା ବୃଦ୍ଧି ପାଇବ।
ଏହି ଘଟଣା ନ୍ୟାୟବ୍ୟବସ୍ଥାକୁ ଏକ ଆଇନା ଦେଖାଇଛି। ଓକିଲଙ୍କ ଜୋତା ଫୋପଡ଼ିବା ନିନ୍ଦନୀୟ ଓ ବେଆଇନ, କିନ୍ତୁ ଏହା ଏକ ବଡ଼ ସମସ୍ୟାର ଲକ୍ଷଣ—ଧର୍ମୀୟ ସମ୍ବେଦନଶୀଳତାର ଅଭାବ। ସୁପ୍ରିମ୍ କୋର୍ଟ୍ ଯଦି ସମସ୍ତ ଧର୍ମଙ୍କୁ ସମାନ ଦୃଷ୍ଟିରୁ ଦେଖିବ, ତେବେ ଏଭଳି ଆକ୍ରୋଶ କମିବ। ହିନ୍ଦୁମାନେ ନିରବ ରହିବାକୁ ବାଧ୍ୟ ନୁହନ୍ତି; ସନାତନ ଧର୍ମର ସମ୍ମାନ ସମଗ୍ର ଦେଶର ସମ୍ମାନ। ନ୍ୟାୟବ୍ୟବସ୍ଥା ଏହାକୁ ବୁଝି ସନ୍ତୁଳନ ରଖିଲେ, ଭାରତର ସହଅବସ୍ଥାନ ମଜବୁତ ହେବ। ଅନ୍ୟଥା, ଏଭଳି ଘଟଣା ଆହୁରି ବୃଦ୍ଧି ପାଇବ, ଯାହା କାହାପାଇଁ ମଧ୍ୟ ଉପକାରୀ ନୁହେଁ।
also read https://purvapaksa.com/be-it-china-or-pakistan-everyones-defense-system-will-fail/
