ରାଜ୍ୟର ଅପରାଧ ଏବଂ ଅପରାଧୀ ଟ୍ରାକିଂ ନେଟୱାର୍କ ସିଷ୍ଟମରେ ସାଂଘାତିକ ତ୍ରୁଟି ରହିଛି । ପ୍ରକଳ୍ପର ଯୋଜନା, ଡିଜିଟାଇଜେସନ୍, ଏଫ୍ଆଇଆର୍ ଅପ୍ଲୋଡ୍, ଜିଡି (ଜେନେରାଲ୍ ଡାଏରି) ଏଣ୍ଟ୍ରି, ତଦାରଖ ଏବଂ ବ୍ୟବହାରରେ ବହୁ ତ୍ରୁଟି ରହି ଥିବା ଦର୍ଶାଇଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ(ସିଏଜି) । ଖାଲି ସେତିକି ନୁହେଁ ଟେଣ୍ଡରରେ ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି । ଜାତୀୟ ଇ-ଗଭର୍ଣାନ୍ସ ଯୋଜନା ଅଧୀନରେ ଏକ ମିଶନ ମୋର ପ୍ରକଳ୍ପ । ୨୦୧୩ରେ ଓଡ଼ିଶାରେ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ ୨୦୨୩ ସୁଦ୍ଧା, କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବରେ ମୋଟ ୧୭୬.୧୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।
ସିସିଟିଏନସ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସିଏଜି ଦର୍ଶାଇଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ପୁରୁଣା ରେକର୍ଡର ଡିଜିଟାଇଜେସନ୍ ଏବଂ ସ୍ଥାନାନ୍ତର ଏକ ମୂଳ ଆବଶ୍ୟକତା । ହେଲେ ଚୁକ୍ତିନାମା ଅନୁଯାୟୀ ଏହା ସମାପ୍ତ ହୋଇନାହିଁ । ଡିଜିଟାଇଜେସନରେ ତ୍ରୁଟି ସିଷ୍ଟମର ଉପଯୋଗିତାକୁ ଆହୁରି ଦୁର୍ବଳ କରିଦେଇଥିଲା। ୨୦୧୩ ପୂର୍ବ ରେକର୍ଡଗୁଡ଼ିକୁ ଅପହଞ୍ଚ କରି ଦେଇଛି।
ସବୁଠାରୁ ବଡ଼ କଥା ହେଉଛି ପୁଲିସ୍ ବିଫଳତା ବି ଧରିଛନ୍ତି ସିଏଜି। ସମାନ ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ପାଇଁ ଏକାଧିକ ଆଇଡି ବ୍ୟବହାର କରିଛି ପୁଲିସ୍। ତଦନ୍ତକାରୀ ଅଧିକାରୀ( ଆଇଓ) ଛୁଟିରେ ଥିବା ବେଳେ ତାଙ୍କ ସିସିଟିଏନ୍ସ୍ ଆଇଡି ଖୋଲି ଅନ୍ୟ ପୁଲିସ୍ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟ କରିଛନ୍ତି। ଜାନୁଆରୀ ୨୦୧୮ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ, ଜେନେରାଲ ଏଣ୍ଟ୍ରି ପୂର୍ବରୁ ୪୧୨ଟି ଏଫ୍ଆଇଆର ଅନିୟମିତତା ସେବା । ଛୁଟିରେ ଥିବା ଅଧିକାରୀଙ୍କ ଆଇଡି ବ୍ୟବହାର ହୋଇଛି ରକ୍ଷଣାବେକ୍ଷଣକୁ ବନ୍ଦ କରିବା ପାଇଁ ସ୍ପଷ୍ଟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶାବଳୀ ନଥିବାରୁ ପୁଲିସ୍ ଷ୍ଟେସନଗୁଡିକ ଦ୍ୱାରା କେସ୍ ଡାଏରୀ ମଡ୍ୟୁଲ ବ୍ୟବହାର କରାଯାଇନଥିଲା ।
୨୦୧୮- ଯୋଗାଣକାରୀଙ୍କୁ ଫାଇଦା ୨୦୨୩ ମଧ୍ୟରେ ୭.୪୪ ଲକ୍ଷ ଏଫ୍ ଆଇଆର ୨୦୨୩ ମଧ୍ୟରେ ୭.୪୪ ଲକ୍ଷ ଏଫ୍ଆଇଆର ପଞ୍ଜିକୃତ ହୋଇଥିଲା। ସେଥିରୁ ୧୮, ୫୧୩ ୧୮,୫୧୩ ଟି କେସ୍ ଡାଏରୀ ଡିଜିଟାଲ୍ ଭାବରେ ରେକର୍ଡ କରାଯାଇଥିଲା। ସେହିପରି ଚାର୍ଡ ସିଟ୍ ଏବଂ କୋର୍ଟ ଡିସ୍ପୋଜଲ୍ ମୋମୋକୁ ଏବେ ବି ମାନୁଆଲ୍ ଭାବରେ ପରିଚାଳନା କରାଯାଉଥିବା ସିଏଜିର ରିପୋର୍ଟରେ ଉଲ୍ଲେଖ ରହିଛି। ତା’ଛତା ୫,୫୬୬ ଜଣ(୧୮ ବର୍ଷରୁ କମ୍) ପିଲା ନିଖୋଜ ୫,୫୬୬ ଜଣ(୧୮ ବର୍ଷରୁ କମ୍ ପିଲା ନିଖୋଜ ହୋଇଥିଲେ। ନିୟମ ଦୃଷ୍ଟିରୁ ସମସ୍ତ ଅଭିଯୋଗ ସିସିଟିଏନ୍ସ୍ରେ ଏଣ୍ଟ୍ରି କରିବା ବାଧ୍ୟତାମୂଳକ। ହେଲେ ପୁଲିସ୍ ଏସବୁ କିଛି କରି ନଥିଲା।
୨୦୦୧ରୁ ୨୦୧୦ ପର୍ଯ୍ୟନ୍ତ ୧୦ ବର୍ଷର ପୁରୁଣା ମାମଲା ଏବଂ ତଦନ୍ତ ଚାଲିଥିବା ମାମଲା ଏବଂ ତଦନ୍ତ ଚାଲିଥିବା ମାମଲାକୁ ଡିଜିଟାଇଜେସନ୍ କରିବାକୁ ଥିଲା । ତାହା ମଧ୍ୟ ସିସିଟିଏନ୍ସ୍ରେ ଅପ୍ଲୋଡ୍ ହୋଇନାହିଁ।
ଯାହା ଅନଧ୍ଵକୃତ ତଥ୍ୟ ହେରଫେରର ବିପଦ ସୃଷ୍ଟି କରିଛି। ଅଭିଯୁକ୍ତ ଫଟୋ, ସ୍ୱୀକାରୋକ୍ତି ବୟାନ, ଅଙ୍ଗୁଠି ଛାପ, ଶବ ବ୍ୟବଚ୍ଛେଦ ରିପୋର୍ଟ, ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ରିପୋର୍ଟ ଅପ୍ଲୋଡ୍ର ନିୟମ ରହିଛି। ତାହା ମଧ୍ୟ କରଯାଇ ନଥିବା ସିଏଜି ଧରିଛି। ସିଷ୍ଟମର ବ୍ୟବହାରକୁ ବାଧ୍ୟତାମୂଳକ କରିବା ଏବଂ ମାନୁଆଲ ଅଭିଲେଖର ସେପଟେ ସିଏଜି ସୁପାରିସ କରିଛନ୍ତି, ପୁରୁଣା ରେକର୍ଡର ବ୍ୟାପକ ଡିଜିଟାଇଜେସନ୍ କରାଯାଉ। ଜେନେରାଲ୍ ଡାଏରୀ କରାଯାଉ । ଏଫ୍ଆଇଆର, ଗିରଫଦାରୀ ଏବଂ ଜବତ ଘଟଣାକୁ ଗୁରୁତ୍ୱ ଦିଆଯାଉ। ନନ୍-କର୍ଣ୍ଣି ଜେବଲ୍ ମାମଲା, କେସ୍ ଡାଏରୀ, ଚାର୍ଜସିଟ୍ ଏବଂ କୋର୍ଟ ମେମା ପାଇଁ ସିସିଟିଏନ୍ସ୍ରେ ବାଧ୍ୟତାମୂଳକ କରାଯାଉ। ଥାନା ଅଫ୍ଲାଇନ୍ ସର୍ଭରଗୁଡ଼ିକ ଡାଟା ବ୍ୟାକଅପ୍ ସୁନିଶ୍ଚିତ କରିବା ବ୍ୟତୀତ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ଡାଟାବେସ୍ ମାଧ୍ୟମରେ ତଥ୍ୟ ସ୍ଥିରତା ବଜାୟ ରଖିବା ପାଇଁ ସମକାଳୀନ ପ୍ରକ୍ରିୟା ସଂଶୋଧନ କରାଯିବା ଉଚିତ । ୧୮ ବର୍ଷରୁ କମ୍ ପିଲା ନିଖୋଜ, ପୋକ୍କୋ, ବଳାତ୍କାର ଭଳି ମାମଲାରେ ଏଫ୍ଆଇଆର ବାଧ୍ୟତାମୂଳକ। ସିସିଟିଏନ୍ଏସ୍ ସୁଗମ କାର୍ଯ୍ୟାନ୍ୱୟନ ପାଇଁ ପୁଲିସ୍ ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ତାଲିମ୍ ପ୍ରଦାନ କରାଯାଉ ବୋଲି ସିଏଜି ସୁପାରିସ କରିଛନ୍ତି।
ALSO READ https://purvapaksa.com/after-gst-rate-cuts-maruti-cars-get-cheaper-check-old-vs-new-price/


