ଆଜିଠାରୁ ଦେଶ ପାଳନ କରିବାକୁ ଯାଉଛି ଜିଏସଟି ସଂସ୍କାର ଉତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଏଣିକି ବିଦେଶୀ ସାମଗ୍ରୀ କ୍ରୟ କରିବାଠୁ ଆମକୁ ମୁକ୍ତି ମିଳିବ । ସମୟ ବଦଳିବା ସହ ଆବଶ୍ୟକତା ବଦଳିଛି । ସବୁ ଘରକୁ ସ୍ବଦେଶୀ ଯୁକ୍ତ କରାଇବାକୁ ପଡ଼ିବ । ଏଥିରେ ଗରିବ ଓ ମଧ୍ୟମ ବର୍ଗର ଲୋକେ ଉପକୃତ ହେବେ । ପରବର୍ତ୍ତି ପୀଢ଼ୀର ସଂସ୍କାର ମଧ୍ୟ ସମରୂପେ ଆବଶ୍ୟକ । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇଛି ।
୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ମଧ୍ୟରେ ରଖାଯାଇଛି । ଆଜି ସବୁ ରାଜ୍ୟକୁ ସାଥିରେ ନେଇ ଜିଏସଟି ସଂସ୍କାର ସମ୍ଭବ ହୋଇଛି । ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ ଆଦି ବିଭିନ୍ନ ଜରୁରୀ ସାମଗ୍ରୀ ଉପରେ ମାତ୍ର ୫% ଟିକସ ରହିବ । ଏହାର ଅର୍ଥ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଅଧିକ ସସ୍ତା ହେବ । ଗତ ୧୧ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଭାରତର ବିକାଶକୁ ଆହୁରି ତ୍ବରାନ୍ବିତ କରିବ । ଗରିବ ଲୋକଙ୍କୁ ଆଗରୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା । ତେଣୁ ଭବିଷ୍ୟତକୁ ଆଖିରେ ରଖି ଏହି ସଂସ୍କାର ବ୍ୟବସ୍ଥା ଆପଣା ଯାଇଥିବା କହିଛନ୍ତି ମୋଦୀ ।
ତେବେ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ ହୋଇଥିବା ସାମଗ୍ରୀଗୁଡିକ ହେଲା-ମ୍ୟାପ, ଗ୍ଲୋବ, ଚାର୍ଟ, ପେନସିଲ, କ୍ରେୟନ, ପାଷ୍ଟେଲ, ଏକ୍ସରସାଇଜ ବୁକ୍ ନୋଟବୁକ, ଇରେଜର, ୟୁଏଚଟି ଦୁଗ୍ଧ, ଛେନା, ପନୀର, ଚଖରା, ଚପାତି, ରୁଟି,ପିଜା ବ୍ରେଡ ଇତ୍ୟାଦି। ସେହିପରି ବ୍ୟକ୍ତିଗତ ସ୍ବାସ୍ଥ୍ୟବୀମୀ ଓ ଜୀବନ ବୀମା, ପରଟା ଉପରୁ ବି ଜିଏସଟି ଛାଡ଼ ହୋଇଛି।
୧୮ ପ୍ରତିଶତରୁ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ସାମଗ୍ରୀ ହେଉଛି- କେଶତୈଳ, ସାମ୍ପୋ, ଟୁଥପେଷ୍ଟ, ଟଏଲେଟ ସାବୁନ, ଟୁଥ୍ ବ୍ରସ, ସେଭିଂକ୍ରିମ, ମାର୍ଗାରିନ, ଲିନୋକ୍ସିନ, ଷ୍ଟାର୍ଚ, କୋକୋଆ, ମେଡିକାଲ ଗ୍ରେଡ ଅକ୍ସିଜେନ, ଟ୍ରାକ୍ଟର ଟାୟାର ଓ ପାର୍ଟସ ଇତ୍ୟାଦି।
୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ପାଇଥିବା ସାମଗ୍ରୀ ହେଉଛି- ହାଇବ୍ରିଡ କାର, ୩ ଚକିଆ ଯାନ, ୩୫୦ସିସିରୁ ଅଧିକ ବାଇକ, ସାମଗ୍ରୀ ପରିବହନ କରୁଥିବା ମୋଟର ଯାନ, ଏୟାର କଣ୍ଡିସନର, ୩୨ଇଞ୍ଚରୁ ବଡ ଟିଭି, ଏଲଇଡି ଓ ଏଲସିଡି ଟିଭି, ମନିଟର ଓ ପ୍ରୋଜେକ୍ଟର, ଡିସ୍ ୱାସିଂ ମେସିନ, ବିଡ଼ି, ନୁମାଟିକ ଟାୟାର, ସାଇକେଲ ରବର।
୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ସାମଗ୍ରୀଗୁଡିକ ହେଲା- ତମାଖୁ, ତମାଖୁଜାତୀୟ ସାମଗ୍ରୀ।
ସେହିପରି ୨୮ ପ୍ରତିଶତରୁ ୪୦ ପ୍ରତିଶତକୁ ଜିଏସଟି ବଢ଼ିଥିବା ସାମଗ୍ରୀ ହେଉଛି- ପାନମସଲା, ଏରେଟେଡ ୱାଟର, ଆଡେଡ ସୁଗାର ବା ସୁଇଟେନିଂ, ଫ୍ଲେଭରଯୁକ୍ତ ସାମଗ୍ରୀ, ଅଣଆଲକୋହୋଲିକ ପାନୀୟ, ସିଗାର, ଚିରୁଟ, ସିଗାରିଲୋ, ସିଗାରେଟ,ନିକୋଟିନଜାତ ସାମଗ୍ରୀ।
Also Read https://purvapaksa.com/ornament-filled-chests-will-be-shifted-to-ratna-bhandar-on-sept-23/
