ଆସୁଛି ପାର୍ବଣ ଋତୁ ଏହା ପୂର୍ବରୁ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି ରେଳ ନିୟମ। ରେଳବାଇ ଆସନ୍ତା ଅକ୍ଟୋବର ମାସ ପହିଲାରୁ ଅନ୍ଲାଇନ୍ ଟିକଟ ବୁକିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ମାସଠାରୁ ସାଧାରଣ ବର୍ଗର ଟିକଟ ସଂରକ୍ଷଣ ପାଇଁ ମଧ୍ୟ ଇ-ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ ବୋଲି ଜଣାପଡ଼ିଛି । ବର୍ତ୍ତମାନ କେବଳ ତତ୍କାଳ ଟିକଟ ବୁକିଂ ପାଇଁ ତାହା ଅପରିହାର୍ଯ୍ୟ ରହିଛି। ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜରିଆରେ ଏହା ଜଣାପଡ଼ିଛି।
ମନ୍ତ୍ରଣାଳୟ ଅନୁସାରେ ଆଇଆର୍ସିଟିସି ୱେବ୍ସାଇଟ୍ କିମ୍ବା ଆପ୍ ଜରିଆରେ ସାଧାରଣ ସଂରକ୍ଷଣ ସୁବିଧା ଖୋଲିବା ପୂର୍ବ ୧୫ ମିନିଟ୍ରେ ଟିକଟ ବୁକିଂ କରିବାକୁ ହେଲେ ଆଧାର ପ୍ରମାଣୀକରଣ ଆବଶ୍ୟକ ହେବ। ଏହା ଜରିଆରେ ଜାଲ୍ ଆଇଡି, ଏଜେଣ୍ଟଙ୍କ ଟିକଟ କଳାବଜାରୀ ଓ ବଟ୍ସ ଉପରେ ଅଙ୍କୁଶ ଲଗାଇବାକୁ ରେଳବାଇ ଲକ୍ଷ୍ୟ ରଖିଛି। ଯଦି ଆଇଆର୍ସିଟିସି ଆକାଉଣ୍ଟ୍ ସହ ପୂର୍ବରୁ ଆଧାର ଲିଙ୍କ୍ ହୋଇଥିବ ତେବେ ଟିକଟ ବୁକିଂ କରିବା ସହଜ ହେବ। ତେବେ ଷ୍ଟେସନଗୁଡ଼ିକର ଟିକଟ କାଉଣ୍ଟର୍ରେ ସଂରକ୍ଷିତ ଟିକଟ ବୁକିଂ କରିବାର ପ୍ରକ୍ରିୟା ପୂର୍ବଭଳି ସମାନ ରହିବ।
ତେବେ କିଛିଦିନ ତଳେ ଭାରତୀୟ ରେଳ ଲଗେଜ ପରିବହନ ନିୟମକୁ କଡ଼ାକଡ଼ି କରିବା ଯୋଜନା ବିଷୟରେ ଘୋଷଣା କରିଥିଲା । ବିମାନ ଯାତ୍ରା ପରି ଟ୍ରେନ୍ ଯାତ୍ରୀମାନଙ୍କୁ ମଧ୍ୟ ସେମାନଙ୍କ ଲଗେଜର ଓଜନ ଏବଂ ଆକାର ଉପରେ ଧ୍ୟାନ ଦେବାକୁ ପଡ଼ିବ । ନିର୍ଦ୍ଧାରିତ ସୀମାରୁ ଅଧିକ ଓଜନର ଜିନିଷ ନେଲେ ଯାତ୍ରୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ । ରେଳବାଇ ଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ଏହି ବିଭିନ୍ନ ସମୟରେ ନିୟମରେ ପରିବର୍ତ୍ତନ କରୁଛି ।
Also Read https://purvapaksa.com/maoists-propose-one-month-ceasefire/
Maoists Propose One-Month Ceasefire ।। ନରମିଲା ମାଓ ସଂଗଠନ : ଅସ୍ତ୍ରବିରତି ଘୋଷଣା


