କଂଗ୍ରେସ ମୁଖପାତ୍ରଙ୍କୁ ନିର୍ବାଚନ କମିଶନଙ୍କୁ ନିର୍ବାଚନ କମିଶନ ନୋଟିସ୍ ମିଳିଛି। ଏ ନୋଟିସ୍ ବିହାର କିମ୍ବା ଏସ୍ଆଇଆର୍ ସମ୍ପର୍କିତ ନୁହେଁ, ବରଂ ଏ ନୋଟିସ୍ ଆସିଛି ଆଇନ ଉଲ୍ଲଂଘନ କରିବା ନେଇ। ଲୋକପ୍ରତିନିଧି ଆଇନ ୧୯୫୦କୁ ଉଲ୍ଲଂଘନ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି। ଆଉ ନିର୍ବାଚନ କମିଶନ ତାଙ୍କୁ ୮ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ମୁଖପାତ୍ର ଜଣକ ହେଉଛନ୍ତି ପବନ ଖେଡ଼ା। ଦିଲ୍ଲୀର ନିବାସୀ। ଭୋଟର ତାଲିକାରେ ତାଙ୍କର ରହିଛି ଦୁଇଟି ନିର୍ବାଚନ ମଣ୍ଡଳୀରେ ନାଁ। ଅନେକ ସଚେତନ ହୋଇଥିଲେ ମଧ୍ୟ ଖେଡ଼ା କୌଣସି ଗୋଟିକୁ ଉଚ୍ଛେଦ କରିବା ପାଇଁ କେବେ ଉଲ୍ଲେଖ କରି ନାହାନ୍ତି। ଏଣୁ ଭାରତର ନିର୍ବାଚନ କମିଶନ ତାଙ୍କ ବିରୋଧରେ ଏକ ନୋଟିସ୍ ଜାରି କରିଛନ୍ତି। ଏହାକୁ ଦିଲ୍ଲୀ ମୁଖ୍ୟ ନିର୍ବାଚୁନ ଅଧିକାରୀ ନିଜର ଏକ୍ସ ହ୍ୟାଣ୍ଡଲରେ ପ୍ରକାଶ କରିଛନ୍ତି। ଏଥିରେ ତାଙ୍କ କାର୍ଯ୍ୟକୁ ଆଇନ ବିରୋଧ ବୋଲି ଦର୍ଶାଯାଇ ତାଙ୍କଠାରୁ କାରଣ ମଗାଯାଇଛି। ହେଲେ ଶ୍ରୀ ଖେଡ଼ାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।
Also readhttps://purvapaksa.com/will-naveens-prediction-come-true/
Will Naveen’s prediction come true? II ସତ ହେବ କି ନବୀନଙ୍କ ଭବିଷ୍ୟବାଣୀ ?


