ବଲିଉଡ ଅଭିନେତ୍ରୀ ବାଣୀ କପୁର ସିନେ ଦୁନିଆର ଜଣେ ପରିଚିତ ଚେହେରା, ସେ ଅନେକ ସମୟରେ ନିଜ ସିନେମା ବ୍ୟତୀତ ଅନ୍ୟ କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ତାଙ୍କ ରଙ୍ଗ ପାଇଁ ପ୍ରତ୍ୟାଖ୍ୟାନ ହେବା ଠାରୁ ଆରମ୍ଭ କରି ଲଗାତାର ଶରୀର ଗଠନ ନେଇ ଅସମ୍ମାନର ସମ୍ମୁଖୀନ ହେବା ପର୍ଯ୍ୟନ୍ତ ସବୁ ଘଟଣା ଗୋଟି ଗୋଟି କରି କହିଛନ୍ତି।
ଏକ ସାକ୍ଷାତକାରରେ, ବାଣୀ କପୁର ତାଙ୍କର ପ୍ରାରମ୍ଭିକ ସଂଘର୍ଷ ଏବଂ ସେ କିପରି ସେଗୁଡ଼ିକୁ ଅତିକ୍ରମ କରି ଶକ୍ତିଶାଳୀ ହୋଇ ପାରିଥିଲେ ସେ ବିଷୟରେ ଖୋଲାଖୋଲି କହିଛନ୍ତି। ତାଙ୍କ କ୍ୟାରିଅରର ପ୍ରାରମ୍ଭରେ ଏକ ଯନ୍ତ୍ରଣାଦାୟକ ଘଟଣାକୁ ମନେ ପକାଇ, ବାଣୀ କପୁର ପ୍ରକାଶ କରିଥିଲେ ଯେ ସେ ତାଙ୍କ ରଙ୍ଗ ପାଇଁ ଏକ ଫିଲ୍ମ ହରାଇଥିଲେ। “ଜଣେ ଚଳଚ୍ଚିତ୍ର ନିର୍ମାତା ଥରେ କହିଥିଲେ ଯେ ମୁଁ ଭୂମିକା ପାଇବା ପାଇଁ ଯଥେଷ୍ଟ ଗୋରା ନୁହେଁ। ସେ କହିଥିଲେ ଯେ ମୁଁ ‘ଦୁଗ୍ଧ ଭଳି ଧଳା’ ନୁହେଁ”। ଯଦିଓ ମନ୍ତବ୍ୟଟି ତାଙ୍କ ଉପରେ ସିଧାସଳଖ ଦିଆଯାଇ ନଥିଲା, ସେ ଅନ୍ୟମାନଙ୍କଠାରୁ ଏହା ବିଷୟରେ ଜାଣିବାକୁ ପାଇଥିଲେ। ଏପରି ମନ୍ତବ୍ୟ ଦ୍ୱାରା ନିଜକୁ ଦୁର୍ବଳ ଭାବିବା ପରିବର୍ତ୍ତେ, ବାଣୀ ତାଙ୍କର ଆତ୍ମବିଶ୍ୱାସକୁ ବଞ୍ଚାଇ ରଖିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ।
ଆଜି ମଧ୍ୟ, ବାଣୀ ପ୍ରାୟତଃ ତାଙ୍କ ପତଳା ଶରୀର ବିଷୟରେ ମନ୍ତବ୍ୟ ଶୁଣନ୍ତି। “ଲୋକେ କୁହନ୍ତି ଯେ ମୁଁ ବହୁତ ପତଳା ଏବଂ ମୋର ଓଜନ ବୃଦ୍ଧି କରିବା ଉଚିତ କାରଣ ସେମାନେ ପୂର୍ଣ୍ଣ ଶରୀର ଥିବା ମହିଳାମାନଙ୍କୁ ପସନ୍ଦ କରନ୍ତି। କିନ୍ତୁ ମୁଁ ମୋତେ ପସନ୍ଦ କରେ! ମୁଁ ନିଜ ବିଷୟରେ କିଛି ପରିବର୍ତ୍ତନ କରିବାକୁ ଚାହୁଁନାହିଁ। ମୁଁ ଫିଟ୍ ଏବଂ ସୁସ୍ଥ। ମୁଁ ଭାବୁଛି ମୁଁ ବହୁତ ଭଲ ଅଛି ଏବଂ ମୁଁ ମୋତେ ପସନ୍ଦ କରେ,” ସେ ଆତ୍ମବିଶ୍ୱାସର ସହିତ କହିଥିଲେ।
ବାଣୀ ଏବେ ମଣ୍ଡଲା ମର୍ଡର୍ସର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି, ଏହା ଏକ ଅପରାଧ ଥ୍ରୀଲର ଯେଉଁଥିରେ ସେ ଜଣେ ସରଳ ତଦନ୍ତକାରୀ ଅଧିକାରୀ ଭୂମିକା ନିର୍ବାହ କରନ୍ତି। ରହସ୍ୟମୟ ଚରଣଦାସପୁର ସହରରେ ଅବସ୍ଥିତ, ଏହି ଧାରାବାହିକଟି ଏକ ଶତାବ୍ଦୀ ପୁରୁଣା ଗୁପ୍ତ ସମାଜ ସହିତ ଜଡିତ ରୀତିଗତ ହତ୍ୟାକୁ ଉନ୍ମୋଚନ କରେ। ଗୋପି ପୁଥ୍ରାନ ଏବଂ ମନନ ରାୱତଙ୍କ ଦ୍ଵାରା ନିର୍ଦ୍ଦେଶିତ, ଏହି ଶୋ’ଟି ଜୁଲାଇ ୨୫ରେ ନେଟଫ୍ଲିକ୍ସରେ ପ୍ରିମିୟର ହେବ ଏବଂ ଏଥିରେ ସୁରଭିନ ଚାୱଲା, ଶ୍ରୀୟା ପିଲଗାଓଁକର ଏବଂ ବୈଭବ ରାଜ ଗୁପ୍ତା ମଧ୍ୟ ଅଭିନୟ କରିଛନ୍ତି।
Also Readhttps://purvapaksa.com/kanwar-yatra-journey-of-faith/
Kanwar yatra journey of faith ।। କାଉଡ଼ି ଯାତ୍ରା ପଛର ବିଶ୍ଵାସ ଆଉ ଆସ୍ଥା
