ସରକାରୀ ସଂସ୍ଥାଗୁଡ଼ିକ ଅନେକ ସମୟରେ ଷ୍ଟେସନାରୀ, ପ୍ରକାଶନ, ମୋହର, ଯାନବାହାନ, କୋଠା ଓ ୱେବସାଇଟ୍ ଇତ୍ୟାଦିରେ ଭାରତର ରାଷ୍ଟ୍ରୀୟ ପ୍ରତୀକ ଅଶୋକସ୍ତମ୍ଭ ବ୍ୟବହାର କରିବା ସମୟରେ ସତ୍ୟମେବ ଜୟତେ ମୂଳମନ୍ତ୍ର ବାଦ ଦେଇ କେବଳ ସିଂହ ରୂପକୁ ଦର୍ଶାଉଛନ୍ତି। ଏହି ଘଟଣା ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିବା ପରେ ସିଂହଚିହ୍ନ ତଳେ ସତ୍ୟମେବ ଜୟତେ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଭାରତର ରାଷ୍ଟ୍ରୀୟ ପ୍ରତୀକ ହେଉଛି ସରକାରୀ ମୋହର। ଅଶୋକଙ୍କ ପ୍ରବର୍ତ୍ତିତ ସାରନାଥ ରାଜଧାନୀର ସିଂହଚିହ୍ନରୁ ଆମର ରାଷ୍ଟ୍ରୀୟ ପ୍ରତୀତ ଆନୀତ। ଭାରତର ରାଷ୍ଟ୍ରପ୍ରତୀକର ଅନୁଚିତ ବ୍ୟବହାର ନିଷେଧ ଆଇନ- ୨୦୦୫ର ସୂଚୀର ପରିଶିଷ୍ଟ-୧ ଓ ୨ ଆଇନ ପ୍ରଣୀତ ହୋଇଛି।
ମୂଳମନ୍ତ୍ର ବିନା ଭାରତର ରାଷ୍ଟ୍ରୀୟ ପ୍ରତୀକ ଅସମ୍ପୂର୍ଣ ଭାରତର ରାଷ୍ଟ୍ରୀୟ ପ୍ରତୀକର ଅସମ୍ପୂର୍ଣ୍ଣ ପ୍ରଦର୍ଶନ ଉକ୍ତ ଆଇନ୍କୁ ଉଲଂଘନ କରୁଛି ବୋଲି ବିବେଚିତ ହେବ । ଯଦି କୌଣସି ବ୍ୟକ୍ତି ଅନୁଚିତ ସ୍ଵାର୍ଥ ସାଧାନ ଉଦ୍ଦେଶ୍ୟରେ ଧାରା-୪ର ବ୍ୟବସ୍ଥା ଉଲଂଘନ କରନ୍ତୁ ତେବେ ଏହି ଅପରାଧ ପାଇଁ ଅନ୍ୟୁନ ୬ ମାସ କିମ୍ବା ତା ଠାରୁ ଅଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୧୦୦୦ ଟଙ୍କା ଯାଏ ଦଣ୍ଡିତ ହେବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ପ୍ରଶାସକ ଓ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକ ସଚିବମାନଙ୍କୁ ଏ ନେଇ ପତ୍ର ଲେଖିଛନ୍ତି।
Also Readhttps://purvapaksa.com/china-xi-jinping-great-green-wall-inner-mongolia-deserts/
