ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ଭୂମିକାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥିବାବେଳେ କମିଟିର ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ଜଣେ ସଦସ୍ୟାଙ୍କ ବୟାନ ସମ୍ପୂର୍ଣ୍ଣ ଘଟଣାକୁ ନୂଆ ମୋଡ଼ ଦେଇଛି । ଆଇସିସିର ଦୁଇ ମହିଳା ସଦସ୍ୟ ସୌମ୍ୟାଶ୍ରୀ ଜୀବନଯୁଦ୍ଧରେ ହାରିବା ପରେ ମୁହଁ ଖୋଲିବା ସ୍ପଷ୍ଟ କରୁଛି ଯେ ନିଜକୁ ସରକାରୀ କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇବା ପାଇଁ ସେ ଆଗକୁ ଆସିଛନ୍ତି । ଏହି ଦୁଇଜଣ ଗୋଟିଏ ବଡ଼କଥା ମାନିଛନ୍ତି । ତାହା ହେଉ ଛି ଏଚ୍ଓଡ଼ି ସମୀର ସାହୁଙ୍କ ବ୍ୟବହାର ଭଲ ନ ଥିଲା, ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଲେଖାଯାଇଥିଲା । କିନ୍ତୁ ୯ ତାରିଖରେ ଆଇସିସି ରିପୋର୍ଟ ପାଇବା ପରେ କାହିଁକି ୧୧ ତାରିଖ ଦିନ ସୌମ୍ୟାଶ୍ରୀଙ୍କୁ ଅଫିସ୍ ଡକାଇ ଧମକ ଦେଇଥିଲେ ତତ୍କାଳୀନ ଅଧ୍ୟକ୍ଷ ଦିଲୀପ ଘୋଷ ?
ତା’ପୁଣି ଅଭିଯୁକ୍ତ ସମୀରଙ୍କ ଉପସ୍ଥିତିରେ ସେଇଦିନ ହିଁ ସୌମ୍ୟାଶ୍ରୀ ଆତ୍ମଦାହ କଲେ । ସେ ଗୁରୁତର ହୋଇ ଏମ୍ସରେ ଦୁଇଦିନ ଧରି ଚିକିତ୍ସିତ ହେଉଥିଏାବେଳେ ଏହି ଦୁଇ ମହିଳା ସଦସ୍ୟାଙ୍କ ବିବେକ ଜାଗିଲା ନାହିଁ କେମିତି? ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଜାଣିବା ପରେ ସେମାନେ ମୁହଁ ଖୋଲିଛନ୍ତି କି ? ଆସିସି ରିପୋର୍ଟ ଦେବା ପରେ କେଉଁ ପ୍ରୀତି ବନ୍ଧନରେ ସମୀର ଏବଂ ଦିଲୀପ ଚୁପ୍ ରହିଥିଲେ? ସେମାନେ ଜଣାଇ ଦେଲେ ବିଜଦ-କଂଗ୍ରେସ ଭାଇ-ଭାଇ। ସମୀରଙ୍କୁ ବହିଷ୍କାର ଧମକକୁ ମଧ୍ୟ ଅନୁମତି ଦେଇନଥିଲେ ଦିଲୀପ।
ସବୁ ସରିଗଲା ପରେ କମିଟିର ଅଧ୍ୟକ୍ଷା ସାଇକୋଲୋଜି ବିଭାଗର ଏଚ୍ଓଡ଼ି ଡ. ଜୟଶ୍ରୀ ମିଶ୍ର କହିଛନ୍ତି ସମୀର ସାହୁଙ୍କୁ ବଦଳାଯିବା ନିମନ୍ତେ ରିପୋର୍ଟରେ ମତ ଦିଆଯାଇଥିଲା ।
ସେ କହିଛନ୍ତି ‘ରିପୋର୍ଟ ଦେବା ଆମ କାମ ଥିଲା, କ’ଣ କରିବା, କାର୍ଯ୍ୟକାରୀ କରିବା ସେମାନଙ୍କ ଦାୟିତ୍ଵ ଥିଲା। ଏଚଓଡିଙ୍କ ନାମରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଫେଭରର ଅଭିଯୋଗ ଯୌନ ଇଶାରାକୁ ଇଙ୍ଗିତ କରୁଥିଲା, ହେଲେ କିଛି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା। ତାଙ୍କ ଅଭିଯୋଗର ସତ୍ୟତା ଥାଇପାରେ, ମାତ୍ର ସେମାନେ କୌଣସି ପ୍ରମାଣ ପାଇଲେ ନାହିଁ । ଯେଉଁ ୬୦ଜଣ ପିଲାଙ୍କ ନିକଟରୁ ମତାମତ ନିଆଯାଇଥିଲା ସେମାନେ ବି ଏଚଓଡିଙ୍କ ବିରୋଧରେ କୌଣସି ମତ ଦେଇନଥିଲେ । ସେହି ଆଧାରରେ ତାଙ୍କ ସପକ୍ଷରେ ରିପୋର୍ଟ ଦେଇଥୁଲୁ । ହେଲେ ପରିସ୍ଥିତି ଶାନ୍ତ କରିବାକୁ ସମୀର ସାହୁଙ୍କୁ ଏଚଓଡି ପଦବୀରୁ ହଟାଇବାକୁ ଅଧ୍ୟକ୍ଷଙ୍କୁ ମୌଖ୍ୟକ ପରାମର୍ଶ ଦେଇଥୁଲୁ’ ।
କଲେଜ ପାଠ୍ୟକ୍ରମର ବ୍ୟସ୍ତତା ମଧ୍ୟରେ ବି କମିଟି ପକ୍ଷରୁ ତଦନ୍ତ କରାଯାଇ ୯ ତାରିଖ ସୁଦ୍ଧା ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା ।
ALSO READ https://purvapaksa.com/millions-dead-aadhaar-still-active/
